ପବିତ୍ର ଅକ୍ଷୟ ତୃତୀୟାରେ ବଡଦାଣ୍ଡରେ ହେଲା ରଥ କାଠ ଅନୁକୂଳ

ପବିତ୍ର ଅକ୍ଷୟ ତୃତୀୟାରେ ବଡଦାଣ୍ଡରେ ହେଲା ରଥ କାଠ ଅନୁକୂଳ

Date:

Insight Bureau:  ପବିତ୍ର ଅକ୍ଷୟ ତୃତୀୟାରେ ବଡଦାଣ୍ଡରେ ହେଲା ରଥ କାଠ ଅନୁକୂଳ । ବନଜାଗ ବିଧିରେ ସୁନା କୁରାଢିରେ ରଥ କାଠ ହଣାଯିବା ପରେ ଶୁଭାରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ ।

ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଏବଂ ବନଜାଗ ବିଧିରେ ପ୍ରଭୁ ନୃସିଂହଙ୍କ ପୂଜାର୍ଚ୍ଚନା ପରେ ରଥ ନିର୍ମାଣ କାର୍ଯ୍ୟର ଅନୁକୁଳ ହୋଇଛି ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ପ୍ରଥମ ଆଦ୍ୟ ପର୍ବ ରଥ କାଠର ଅନୁକୂଳ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ହୁଏ  ।

akshay-tritiya-ratha-katha-anukula-ritual-for-ratha-yatra-held-at-puri-srimandir

ଶ୍ରୀମନ୍ଦିର ସମ୍ମୁଖରେ ପାରମ୍ପରିକ ରୀତିନୀତିରେ ଯଜ୍ଞ ଓ ପୂଜାର୍ଚ୍ଚନା ହୋଇଛି । ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସୋତ୍ରୀୟ ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନିରେ ବିଶ୍ୱକର୍ମାମାନେ ୩ଟି ଧଉରା କାଠରେ ରଥ ନିର୍ମାଣର ଶୁଭାରମ୍ଭ କରିଛନ୍ତି ।

ରଥଯାତ୍ରା ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଛି । ଗତବର୍ଷର ବଳକା କାଠକୁ ଛାଡିଦେଲେ ଆଉ ୮୦୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୫୩୬ ଖଣ୍ଡ କାଠ ରଥଖଳାକୁ ଆସିସାରିଛି  ।

ବର୍ତ୍ତମାନ ଯଥାବିଧି ପୂଜାର୍ଚ୍ଚନା ସରି ବିଶ୍ୱକର୍ମାମାନେ ଶାଢ଼ି ବନ୍ଧାଇ ସ୍ୱତନ୍ତ୍ର କୁରାଢିରେ ରଥ ନିର୍ମାଣ ଅନୁକୂଳ କରିଛନ୍ତି । ରଥ କାଠ ଅନୁକୂଳ ପରେ ପ୍ରଥମେ ଚକ ନିର୍ମାଣ କରାଯିବ ।

akshay-tritiya-ratha-katha-anukula-ritual-for-ratha-yatra-held-at-puri-srimandir

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.