ପୁରୀର ନାମ ପରିବର୍ତ୍ତନ କଣ ସମ୍ଭବ?

ପୁରୀର ନାମ ପରିବର୍ତ୍ତନ କଣ ସମ୍ଭବ?

Date:

ଇନ୍‌ସାଇଟ୍‌ ବ୍ୟୁରୋ: ପୁରୀ ଓଡ଼ିଶା ପୂର୍ବରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଓଡ଼ିଶାର ସମୁଦ୍ର କୁଳିଆ ଜିଲ୍ଲା ହେଇଥିବାରୁ ଏଠାରେ ବର୍ଷସାରା ଜଳବାୟୁ ପ୍ରାୟ ସମାନ ଥାଏ । ପୁରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ବିଭିନ୍ନ ଉତ୍ସବ ତଥା ରଥ ଯାତ୍ରା ପାଇଁ ପ୍ରସିଦ୍ଧ ।  ଶ୍ରୀକ୍ଷେତ୍ର, ନୀଳାଚଳ କ୍ଷେତ୍ର, ଶ୍ରୀଜଗନ୍ନାଥ କ୍ଷେତ୍ର, ନୀଳାଦ୍ରି ବିହାରୀ କ୍ଷେତ୍ର, ପୁରୁଷୋତ୍ତମ କ୍ଷେତ୍ର ଭାବେ ପୁରୀ ଜଣାଶୁଣା। ଭାରତର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ  ।

ପୁରୀ ଜିଲ୍ଲାଟି ହସ୍ତ ଓ କୂଟୀର ଶିଳ୍ପ ପାଇଁ ବିଶ୍ଵ ପ୍ରସିଦ୍ଧ । ଜଗନ୍ନାଥଙ୍କ ଶ୍ରୀମନ୍ଦିର ଏବଂ କୋଣାର୍କର ସୂର୍ଯ୍ୟ ମନ୍ଦିର ହସ୍ତଶିଳ୍ପର ମୂଳଉତ୍ସ। ଜିଲ୍ଲାର ଉନ୍ନତ ପାରମ୍ପରିକ ସଂସ୍କୃତି ଓ ଐତିହ୍ୟ ହସ୍ତ ଓ କୂଟୀର ଶିଳ୍ପ ପାଇଁ ବିଶେଷ ସହାୟକ । ହସ୍ତଶିଳ୍ପ ତାଲିମ ସ୍କୁଲ ଓ ନଡିଆ କତା ତାଲିମ କେନ୍ଦ୍ର ଗୁଡିକୁ ସହୟତା କରିବା ସହ ଜିଲ୍ଲା ଶିଳ୍ପ କେନ୍ଦ୍ର କେତେ ଗୁଡିଏ ପ୍ରୋତ୍ସାହନ ମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛି । ଜିଲ୍ଲାରେ ଅନେକ କ୍ଷୁଦ୍ରଶିଳ୍ପ ମଧ୍ୟ ଚାଲୁଅଛି ।

ପୁରୀର ନାମ ପରିବର୍ତ୍ତନକୁ ନେଇ ସାରା ରାଜ୍ୟରେ ଏବେ ବିବାଦ ମୁଣ୍ଡ ଟେକିଛି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପୁରୀର ନାମ ପରିବର୍ତ୍ତନ ନେଇ ଦାବି କରାଯାଇଛି । ‘ଶ୍ରୀଜଗନ୍ନାଥ ପୁରୀ’ କିମ୍ବା ‘ଶ୍ରୀଜଗନ୍ନାଥ ଧାମ ପୁରୀ’ କରାଯିବା ପାଇଁ କେତେକ ସାମାଜିକ ଅନୁଷ୍ଠାନ ଦାବି କରିଛନ୍ତି। ଏଭଳି ସ୍ଥିତିରେ ଗୋଟିଏ ପଟେ ପୁରୀର ନାଁ ଜଗନ୍ନାଥ ଧାମ ରଖିବାକୁ ଦାବି ହେଉଥିବା ବେଳେ ଅନ୍ୟପଟେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଏହାକୁ ବିରୋଧ କରି ପୁରୀର ନାଁ ପୁରୀ ରଖିବାକୁ କହିଛନ୍ତି । ଏନେଇ ସଂସ୍କୃତି ଗବେଷକ ଓ କବିମାନେ ମଧ୍ୟ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ପୁରୀକୁ ସାରା ବିଶ୍ବ ପୁରୀ ବୋଲି ଜାଣିଛନ୍ତି ତାହା ହିଁ ଯଥେଷ୍ଟ ବୋଲି କହିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ । ସେହିପରି ପୁରୀର ନାଁକୁ ଜଗନ୍ନାଥ ଧାମ କରାଗଲେ ଏହା ଜଗନ୍ନାଥ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର ହେବ ବୋଲି ମତ ଆସିଛି । ସେପଟେ ପୁରୀ ଏକ ଐତିହାସିକ ନାଁ, ଏଣୁ ଏହାକୁ ନ ବଦଳାଇ ପୂର୍ବପରି ରଖିବାକୁ ମଧ୍ୟ କିଛି ଅନୁଷ୍ଠାନ ମତ ରଖିଛନ୍ତି । ଅନ୍ୟପଟେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମଧ୍ୟ ନିଜ ମତ ରଖି କହିଛନ୍ତି ଏହା ଆଇନ ବିଭାଗର କାମ ଏଥିରେ ଆମର କିଛି କହିବାର ନାହିଁ ।

ଏହି ଦାବିକୁ ଗଜପତି ମହାରାଜାଙ୍କ ସମେତ ମୁଖ୍ୟପ୍ରଶାସକ ଗ୍ରହଣ କରି ଆଇନ ଅନୁଯାୟୀ ଦାବି ଉପସ୍ଥାପନ କରାଯିବା ଉପରେ ଗୁରୁତ୍ୱ ଦେଇଥିବା ,ପରିଚାଳନା କମିଟି ସଦସ୍ୟ କହିଛନ୍ତି । ଅନ୍ୟପକ୍ଷରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ର ନାମ ପରିବର୍ତ୍ତନ କରି ଜଗନ୍ନାଥ ପୁରୀ ନାମରେ ନାମିତ କଲେ ଭଲ ହେବ ବୋଲି ମତ ଦେଇଛନ୍ତି। ଗତ କିଛିଦିନ ଧରି ପୁରୀ ର ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ହୋଇ ଆସୁଥିଲା। ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ରେ ମଧ୍ୟ ନାମ ପରିବର୍ତ୍ତନ ସମ୍ପର୍କରେ ଚର୍ଚ୍ଚା ହୋଇଥିଲା। ପୁରୀର ନାମ ଜଗନ୍ନାଥ ପୁରୀ କରିବା ପାଇଁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦାବି କରାଯାଇଥିଲା ।

ପୁରୀ ନାମ ପରିବର୍ତ୍ତନ ଦାବିକୁ ସମସ୍ତେ ଗ୍ରହଣ କରିଛନ୍ତି ଏବଂ ଏହାକୁ ଉଚ୍ଚସ୍ତରରେ ଆଲୋଚନା କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି। ‘ଶ୍ରୀଜଗନ୍ନାଥ ପୁରୀ’ ପାଇଁ କିଛି ସାମାଜିକ ଅନୁଷ୍ଠାନ ଦାବି କରିଥିବା ବେଳେ ‘ଶ୍ରୀଜଗନ୍ନାଥ ଧାମ ପୁରୀ’ ପାଇଁ ଶ୍ରୀଜଗନ୍ନାଥ ସେନା ମଧ୍ୟ ଦାବି ଉଠାଇଛି। ପୁରୀ ସହିତ ଜଗନ୍ନାଥ ଧାମକୁ ଯୋଡ଼ା ଯାଇ ଜଗନ୍ନାଥ ଧାମ ପୁରୀ ଭାବେ ନାମିତ କରିବା ପାଇଁ ଶ୍ରୀଜଗନ୍ନାଥ ସେନା ତାର ଅଭିଯାନ ଜାରି ରଖିଛି । ପ୍ରଥମେ ରାଜ୍ୟ ସରକାର ଓ ପରେ କେନ୍ଦ୍ର ସରକାରଙ୍କୁ ସ୍ମାରକ ପ୍ରଦାନ ପରେ ଓଡିଶା ବିଧାନସଭାର 147 ବିଧାୟକଙ୍କୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୋଷ୍ଟାଲରେ ଦାବି ନେଇ ଚିଠି ପଠାଯାଇଛି।

ଶ୍ରୀଜଗନ୍ନାଥ ସେନା କହିଛି ଅତୀତରେ ପୁରୀର ନାମ ଜଗନ୍ନାଥ ପୁରୀ ଥିଲା। ପରେ ଇଂରେଜ ଶାସନ ସମୟରେ ଜଗନ୍ନାଥ ନାମକୁ ପୁରୀରୁ କାଟି ଦିଆଯାଇଥିଲା । ଏଣୁ ପୁରୀକୁ ପୁଣି ଜଗନ୍ନାଥ ଧାମ ପୁରୀ ଭାବେ ନାମିତ କରାଯାଉ । ତେବେ ପୁରୀର ନାମକୁ ପରିବର୍ତ୍ତନ କରାନଯାଇ ଏଠାରେ ମହାପ୍ରଭୁଙ୍କ ନାମ ଯୋଡ଼ା ଯାଉଛି। ଏଣୁ ଏଥିରେ କଣ ଆପତ୍ତି ରହିଛି ବୋଲି ଶ୍ରୀଜଗନ୍ନାଥ ସେନା ପ୍ରଶ୍ନ କରିଛି । ମହାପ୍ରଭୁଙ୍କ ପାଇଁ ଓଡିଶାର ସମସ୍ତ ବିଧାୟକ ଏକଜୁଟ ହୋଇ ବିଧାନସଭାରେ ପୁରୀର ନାମକୁ ଜଗନ୍ନାଥ ଧାମ ପୁରୀ ନାମିତ କରିବା ନେଇ ବିଲ ପାସ କରନ୍ତୁ ବୋଲି ଜଗନ୍ନାଥ ସେନା ପକ୍ଷରୁ ଅନୁରୋଧ କରାଯାଇଛି ।

ଅନ୍ୟପଟେ ଶ୍ରୀମନ୍ଦିର ସମ୍ମୁଖରେ ବ୍ରାହ୍ମଣ ସମାଜ ପକ୍ଷରୁ ମଧ୍ୟ ପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଛି । ପୁରୀ କହିଲେ ଜଗନ୍ନାଥ ଧାମ ଓ ଜଗନ୍ନାଥ ଧାମ କହିଲେ ପୁରୀ ବୋଲି ବ୍ରାହ୍ମଣ ସମାଜ ପକ୍ଷରୁ କୁହାଯାଉଛି । ତେଣୁ ନାଁ ପରିବର୍ତ୍ତନକୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଛି ସେହି ବିବାଦରେ ପୂର୍ଣ୍ଣଛେଦ ପଡୁ ବୋଲି ଦାବି କରିଛନ୍ତି ।

କେତେକ ଐତିହାସିକ ତଥ୍ୟକୁ ଭିତ୍ତିକରି ପୁରୀ ନାଁକୁ ବଦଳାଇବାକୁ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ପକ୍ଷରୁ ମଧ୍ୟ ରାଜ୍ୟ ସରକାରଙ୍କୁ ଦାବିପତ୍ର ଦିଆଯାଇଛି । ପୁରୀ ସହରର ନା ବଦଳିବ କି ନାହିଁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ସ୍ପଷ୍ଟ କରି ନାହାଁନ୍ତି । ଏତେ ବାଦ ବିବାଦ ଭିତରେ ପୁରୀର ନାମ ପରିବର୍ତନ କରିବା କ’ଣ ସମ୍ଭବ ?

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.