କୋକେଇ ଶୋଭାଯାତ୍ରାରେ ବିଜେପି ମହିଳା ମୋର୍ଚ୍ଚା-ପୁଲିସ ଧସ୍ତାଧସ୍ତି

କୋକେଇ ଶୋଭାଯାତ୍ରାରେ ବିଜେପି ମହିଳା ମୋର୍ଚ୍ଚା-ପୁଲିସ ଧସ୍ତାଧସ୍ତି

Date:

ଇନ୍‌ସାଇଟ୍‌ ବ୍ୟୁରୋ: ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଗର୍ଜିଲା ବିଜେପି ମହିଳା ମୋର୍ଚ୍ଚା। ମମିତାଙ୍କୁ ନ୍ୟାୟ ଦାବି କରି ଆଜି ରାଜଧାନୀର ରାଜରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା। ଆରମ୍ଭ ହୋଇଛି ଏକ ବିଶାଳ କୋକେଇ ଶୋଭାଯାତ୍ରା।

- Advertisement -

ରାଜ୍ୟରେ ଆଇନ ଶୃଙ୍ଖଳାର କୋକେଇରେ ଶୋଇରହିଥିବା ନେଇ ଶୋଭାଯାତ୍ରା ଆରମ୍ଭ କରିଛି ବିଜେପି ମହିଳା ମୋର୍ଚ୍ଚା। ଶିଶୁଭବନରେ ଛକରେ କୋକେଇ ଶୋଭାଯାତ୍ରା ବେଳେ ବିଜେପି ମହିଳା ଓ ମୋର୍ଚ୍ଚା-ପୁଲିସ ମଧ୍ୟରେ ହୋଇଛି ଧସ୍ତାଧସ୍ତି।

ବିଜେପି ନେତ୍ରୀ ମାନେ 2ଟି ବ୍ୟାରିକେଡ଼ ଭାଙ୍ଗିଥିବା ବେଳେ ପୁଲିସ ନବୀନ ନିବାସର ପ୍ରବେଶ ସ୍ଥଳକୁ ସିଲ କରିଛି । ନବୀନ ନିବାସର ସୁରକ୍ଷା ବ୍ୟବସ୍ଥା ବଢ଼େଇ ଦିଆ ଯାଇଛି ।

ମମିତା ମେହେର ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ସୁରକ୍ଷା ପଛରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ହାତଥିବା ନେଇ ରାଜ୍ୟ ବିଜେପି ଦାବି କରିଛି। ଏଥିସହ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଏପର୍ଯ୍ୟନ୍ତ ବହିଷ୍କାର କାହିଁକି କରାଯାଇନାହିଁ ? ରାଜ୍ୟ ସରକାର କାହିଁକି ପଦକ୍ଷେପ ନେଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ?

ମମିତାଙ୍କୁ ପାଇଁ ନ୍ୟାୟ ପାଇଁ ମହିଳା ମୋର୍ଚ୍ଚାର ଲଢ଼େଇ ଚାଲିଛି ବୋଲି ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର କରାଯାଉ, ଘଟଣାର CBI ତଦନ୍ତ ହେଉ ରାଜ୍ୟ ସରକାର ମୁକ ବଧିର ସରକାର, କାହିଁକି କାର୍ଯ୍ୟାନୁଷ୍ଠାନରେ ଏତେ ବିଳମ୍ବ ବୋଲି ସେ କହିଛନ୍ତି।

Share post:

Popular

More like this
Related

ISKCON Jagannatha Ratha Jatra Row- Impasse Must End

TNI bureau: A deep spiritual conflict has emerged between...

100-Word Insight: Factional Fault Lines Deepen in Jharsuguda

TNI Editorial: Jharsuguda's political landscape is increasingly being shaped...

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...