୪ ରାଜ୍ୟସଭା ଆସନ ପାଇଁ ଚର୍ଚ୍ଚା ଜୋର; ଓଡ଼ିଶାରୁ କିଏ ଯିବେ ରାଜ୍ୟସଭା ?

୪ ରାଜ୍ୟସଭା ଆସନ ପାଇଁ ଚର୍ଚ୍ଚା ଜୋର; ଓଡ଼ିଶାରୁ କିଏ ଯିବେ ରାଜ୍ୟସଭା ?

Date:

Insight Bureau: ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ।  ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା ପରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ଓଡିଶାରୁ ୪ ଟି ଆସନ, ହେଲେ ଆଶାୟୀ ଅନେକ ରହିଛନ୍ତି ରାଜ୍ୟସଭା ପଦ ପାଇଁ ।  ଏପଟେ ଶାସକ ଦଳ  କିଏ ଦିଲ୍ଲୀ ଗଲେ ଦଳ ପାଇଁ ଓ ରାଜ୍ୟ ପାଇଁ ଫାଇଦା ହେବ ସେ ନେଇ ରଣନୀତି ପ୍ରସ୍ତୁତ କରୁଛି । ୩ଟି ଆସନ ପାଇଁ ନିର୍ବାଚନ ଓ ଆଉ ଗୋଟିଏ ଆସନ ପାଇଁ ହେବ ଉପନିର୍ବାଚନ । ଜୁନ ୧୦ରେ ଅନୁଷ୍ଠିତ ହେବ ରାଜ୍ୟସଭା ନିର୍ବାଚନ । କାହାକୁ ମିଳିବ ଦିଲ୍ଲୀ ଟିକେଟ ତାକୁ ନେଇ କସରତ ଆରମ୍ଭ ହୋଇଛି । ଆଶାୟୀ ଓ ଦାବିଦାରଙ୍କ ମଧ୍ୟରେ ଛକାପଞ୍ଝା ଏକ ପ୍ରକାର ଆରମ୍ଭ ହୋଇଗଲାଣି । ବାକି ରହିଲା କାହା ଭାଗ୍ୟରେ ଏହି ମୁକୁଟ ପିନ୍ଧିବାର ସୌଭାଗ୍ୟ ଜୁଟିବ ? ଜୁନ ୧୦ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ଦେଶର ସମୁଦାୟ ୧୮ଟି ରାଜ୍ୟର ୫୭ଟି ଆସନରେ ହେବାକୁ ଯାଉଛି ରାଜ୍ୟସଭା ନିର୍ବାଚନ ।

ଅନ୍ୟପଟେ ନବ ନିର୍ବାଚିତ କଟକ ମେୟର ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲିପଡିଥିଲା ଆସନ । ୨୧ ଏପ୍ରିଲରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ସୁବାସ ସିଂ । ୨ଏପ୍ରିଲ ୨୦୨୬ ଯାଏ ଥିଲା ସୁବାସ ସିଂଙ୍କ କାର୍ଯ୍ୟକାଳ । ଜୁନ ୧୩ରେ ଏହି ଗୋଟିଏ ଆସନରେ ହେବ ଉପନିର୍ବାଚନ । ସବୁବେଳେ ରାଜନୀତିରେ ମାଷ୍ଟରଷ୍ଟ୍ରୋକ ଦେଉଥିବା ମୁଖ୍ୟମନ୍ତ୍ରୀ କାହାକୁ ରାଜ୍ୟସଭା ପଠାଇବେ ସେ ନେଇ ଅଧିକ ଚର୍ଚ୍ଚା ଜୋର ଧରିଛି । ଖାଲି ହେବାକୁ ଥିବା ୩ଟି ଆସନ ପୂର୍ବରୁ ବିଜେଡି ଖାତାରେ ରହିଥିଲା । ତେଣୁ ଏଥର ସେହି ସ୍ଥାନରେ ଦଳ କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏପରିକି କିଛି ନାଁକୁ ନେଇ ଏବେଠୁ ବିଜେଡି ଶିବିରରେ ଜୋରଦାର ଚର୍ଚ୍ଚା ହେଲାଣି । ଯେଉଁମାନଙ୍କ ମଧ୍ୟରେ କିଛି ପୁରୁଣା ଚେହେରା ରହିଥିବା ବେଳେ ଆଉ କେତୋଟି ନୂଆ ଚେହେରା ରହିଛନ୍ତି । ସେହିପରି ଆସନ୍ତା ୨୪ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ବିଜେଡି ମହିଳା ପ୍ରାର୍ଥୀ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ସଂଖ୍ୟା ଦୃଷ୍ଟିରୁ ୪ଟି ଆସନ ବିଜେଡି ଖାତାକୁ ଯିବା ଏକରକମ ନିଶ୍ଚିତ । ତେବେ କେଉଁ ୪ ଜଣଙ୍କୁ ବିଜେଡି ଦିଲ୍ଲୀ ପଠାଇବ, ଏହାକୁ ନେଇ ଏବେ ପାୱାର କରିଡର ଉଠୁଛି ପଡୁଛି ।

ରାଜ୍ୟସଭା ରେସରେ ଆସନ ସଂଖ୍ୟା ୪ ରହିଥିବା ବେଳେ ଆଶାୟୀ କିନ୍ତୁ ଅନେକ ରହିଛନ୍ତି । ସୁସ୍ମିତା ବାଗଚୀ, ‘ମୋ ସ୍କୁଲ’ର ଅଧ୍ୟକ୍ଷ ରହିଛନ୍ତି । କ୍ଷମତା କେନ୍ଦ୍ରରେ ତାଙ୍କର ପ୍ରଭାବ ରହିଛି । କ୍ୟାନସର ହସପିଟାଲ ପାଇଁ ସ୍ୱାମୀ ସୁବ୍ରତ ବାଗ୍ଚୀଙ୍କ ସହ ମିଶି କୋଟି କୋଟି ଟଙ୍କା ସହାୟତା ଦେଇଛନ୍ତି । ତେଣୁ ତାଙ୍କୁ ରାଜ୍ୟସଭା ଟିକେଟ ଦେଇ ମହିଳା ଚେହେରା ହିସାବରେ ସାମନାକୁ ଆଣିପାରନ୍ତି ସୁପ୍ରିମୋ । ସେହିପରି ଶ୍ରୀମୟୀ ମିଶ୍ର, ଓଟିଡିସିର ଅଧ୍ୟକ୍ଷା ଅଛନ୍ତି । ପ୍ରଥମେ ମହିଳା ଚେହେରା ଏବଂ ସେ ପଶ୍ଚିମ ଓଡ଼ିଶାର ପ୍ରତିନିଧିତ୍ୱ କରୁଛନ୍ତି । ଏପରିକି ବଲାଙ୍ଗୀରର ରାଜ ପରିବାରକୁ ଟକ୍କର ଦେଇ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳ ପାଇଁ ଭଲ କାମ କରିଛନ୍ତି । ତାଙ୍କ ସହିତ ଆଉ ଜଣେ ନେତା ହେଉଛନ୍ତି ପ୍ରଦୀପ ମାଝୀ, ଦକ୍ଷିଣ ଓଡ଼ିଶାର ଆଦିବାସୀ ନେତା, ଜଣେ ଭଲ ସଂଗଠକ ହିସାବରେ ସେ ଜଣାଶୁଣା । କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ସମୟରେ ତାଙ୍କୁ ଦଳ ପ୍ରତିଶ୍ରୁତି ଦେଇଥିବା କୁହାଯାଉଛି । ତେଣୁ ରାଜ୍ୟସଭା ରେସରେ ସେ ଜଣେ ପ୍ରମୁଖ ଦାବିଦାର ରହିଛନ୍ତି । ସେହିପରି ମାନସ ମଙ୍ଗରାଜ, ବିଜେଡି ମିଡିଆ ସେଲର ଦାୟିତ୍ୱରେ ଅଛନ୍ତି । ଅନେକ ସମୟରେ କ୍ରାଇକ୍ରେସ୍ ମ୍ୟାନେଜର ଭାବେ ଦଳ ପାଇଁ କାମ କରିଛନ୍ତି । ସାଂସଦଙ୍କ କାର୍ଯ୍ୟକାଳ ସରୁଥିବା ବେଳେ କିଛି ସାଂସଦଙ୍କ ଆଶା ରହିଛି, ତାଙ୍କୁ ପୁଣିଥରେ ରାଜ୍ୟସଭାକୁ ପଠାଇବେ ନବୀନ । ମାତ୍ର ୩ ବର୍ଷ କାର୍ଯ୍ୟକାଳ ଭିତରେ ସସ୍ମିତ ପାତ୍ର ବେଶ ଚର୍ଚ୍ଚା ସାଉଣ୍ଟିି ଥିଲେ । ଏପରିକି ରାଜ୍ୟସଭା ଉପାଧ୍ୟକ୍ଷ ଆସନରେ ବସି ସୂଚାରୁରୂପେ ଦାୟିତ୍ୱ ତୁଲାଇଥିଲେ । ଅନ୍ୟପଟେ ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ଏହି ରେସରେ ମଧ୍ୟ ଅଛନ୍ତି । ଏସବୁ ଭିତରେ ଶାସକ ଦଳର ସୁପ୍ରିମୋ ନବୀନ କିଛି ବଡ଼ ନିଷ୍ପତି ନେଇ ଚମକାଇ ଦେଇପାରନ୍ତି ବୋଲି ପ୍ରାର୍ଥୀ ଆଶାୟୀ ଅଛନ୍ତି ।

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.