ଖୋଲିଲା ସ୍କୁଲ; ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଉତ୍ସାହ

ଖୋଲିଲା ସ୍କୁଲ; ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଉତ୍ସାହ

Date:

ଇନସାଇଟ ବ୍ୟୁରୋ: ଆଜିଠୁ ପୁଣି ଖୋଲିଛି ସ୍କୁଲ । ଛାତ୍ରଛାତ୍ରୀ ପୁଣି ବ୍ୟାଗରେ ଭର୍ତ୍ତି କରିଛନ୍ତି ବହି ଖାତା। ସ୍କୁଲରେ ଶୁଣା ଯାଇଛି  ଘଣ୍ଟି ଶବ୍ଦ  । ଦୀର୍ଘ ୨ ବର୍ଷ ପରେ ଶ୍ରେଣୀ ଗୃହ ବସି ପାଠପଢ଼ା ଆରମ୍ଭ କରିଛନ୍ତି ଛାତ୍ରଛାତ୍ରୀ। ତେବେ ଦୀର୍ଘଦିନ ପରେ ସ୍କୁଲ ଖୋଲିବାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟ  ଉତ୍ସାହିତ ଥିବା ଦେଖାଯାଇଥିଲା । ହେଲେ କୋଭିଡ ଭୟରେ ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଏପର୍ଯ୍ୟନ୍ତ ସ୍ବଭାବିକ ହୋଇପାରିନି।

- Advertisement -

ଖୋଲିଲା ସ୍କୁଲ; ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଉତ୍ସାହ

ଛାତ୍ର ଛାତ୍ରୀ ମାନେ ସ୍କୁଲକୁ ପ୍ରବେଶ କରିବା ପୂର୍ବରୁ ସମସ୍ତଙ୍କ ହାତ ସାନିଟାଇଜ କରିବା ସହ ଥର୍ମାଲ ସ୍କ୍ରିନିଂ କରାଯାଇ ସ୍କୁଲକୁ ଛଡ଼ାଯାଇଥିଲା । ଛାତ୍ରଛାତ୍ରୀ ମାନେ ପ୍ରଥମେ ପ୍ରାର୍ଥନା କରିବା ପରେ କ୍ଲାସ ରୁମକୁ ପ୍ରବେଶ କରିଥିଲେ । ଦୀର୍ଘ ଦିନ ପରେ ସ୍କୁଲ ଖୋଲିଥିବାରୁ ଶିକ୍ଷକ, ଶିକ୍ଷୟତ୍ରୀ ମଧ୍ୟ ବେଶ୍ ଉତ୍ସାହିତ ଥିବା ଦୀର୍ଘ ୨ ବର୍ଷ ପରେ ଶ୍ରେଣୀ ଗୃହ ବସି ପାଠପଢ଼ା ଆରମ୍ଭ କରିଛନ୍ତି ଛାତ୍ରଛାତ୍ରୀ। ପିଲାଏ ଅଭିଭାବକଙ୍କ ଅନୁମତି ନେଇ ସ୍କୁଲକୁ ଆସିବେ। ମଧ୍ୟାହ୍ନ ଭୋଜନ ପାଇଁ ପୂର୍ବଭଳି ଛାତ୍ରଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ମିଳିବ।

ଖୋଲିଲା ସ୍କୁଲ; ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଉତ୍ସାହ

ସ୍କୁଲ ଖୋଲିବା ପୂର୍ବରୁ ସାଙ୍ଗ ସାଥୀଙ୍କ ସହ ବି ଦେଖାହେବା ନେଇ ଅନେକ ଦିନ ପରେ ପିଲାଙ୍କ ମନରେ ପ୍ରବଳ ଉତ୍ସାହ ଦେଖାଦେଇଥିଲା । କରୋନା କାଳରେ ସମସ୍ତଙ୍କୁ ହୋଇଥିଲା ନିଜ କ୍ୟାରିୟର ଚିନ୍ତା। ଘରେ ରହି ପିଲାଏ ଏକ ପ୍ରକାର ବୋର୍ ହୋଇଯାଉଥିଲେ। ପିଲାଏ ସ୍କୁଲ୍ କୁ ଆସି ଯେତିକି ଖୁସି, ଶିକ୍ଷକଙ୍କ ମୁଣ୍ଡରେ ସେତିକି ଗୁରୁ ଦାୟିତ୍ୱ ରହିଛି । ଯଥା ସମୟରେ କୋର୍ସ ସାରିବାକୁ ଶିକ୍ଷକଙ୍କ ଲକ୍ଷ୍ୟ ରହିଛି । ତେବେ ସ୍କୁଲ ଖୋଲିବାକୁ ନେଇ ସବୁଠୁ ଅଧିକ ଉତ୍ସାହିତ ଅନ୍ ଲାଇନ୍ ଶିକ୍ଷାରୁ ବଞ୍ଚିତ ପଛୁଆ ଅଞ୍ଚଳର ପିଲା। ଏପଟେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଘର ଘର ବୁଲି ପିଲାଙ୍କୁ ସ୍କୁଲ୍ ଆସିବାକୁ ଶିକ୍ଷକ ସଚେତନ କରୁଛନ୍ତି।

ଖୋଲିଲା ସ୍କୁଲ; ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଉତ୍ସାହ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବନ୍ଦ ରଖିଥିଲେ ରାଜ୍ୟ ସରକାର । ଜାନୁଆରୀ ୧୦ରୁ ବନ୍ଦ ରହିଥିଲା ସମସ୍ତ ଶିକ୍ଷାନୁଷ୍ଠାନ । ହେଲେ ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଛି । ସଂକ୍ରମଣ ହ୍ରାସ ପାଇଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ସ୍କୁଲ ଖୋଲିବା ନେଇ ସରକାର ନିଷ୍ପତ୍ତି ନେଇଥିଲେ । ହେଲେ ସଂକ୍ରମଣ ବଢ଼ିବାରୁ ସରକାର ସ୍କୁଲ ଗୁଡ଼ିକୁ ବନ୍ଦ କରିଦେଇଥିଲେ । ପିଲାମାନଙ୍କୁ ଅନଲାଇନ୍‍ ମାଧ୍ୟମରେ ପାଠପଢ଼ା ଯାଉଥିଲା ।

ଖୋଲିଲା ସ୍କୁଲ; ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଉତ୍ସାହ

କିନ୍ତୁ ଆଜିଠୁ ପ୍ରତିଦିନ ୯ଟା ବାଜିବା କ୍ଷଣି ସ୍କୁଲ ଯିବାକୁ ସଜବାଜ ହେବେ ପିଲାଏ। ଅନେକ ଦିନ ପରେ ପିଲାଙ୍କ କୋଳାହଳରେ କମ୍ପିବ ସ୍କୁଲ କ୍ୟାମ୍ପସ। ରାଜ୍ୟରେ ସବୁ ସରକାରୀ ଓ ଘରୋଇ ସ୍କୁଲର ୮ମ ଶ୍ରେଣୀରୁ ଉଚ୍ଚ ଶିକ୍ଷାନୁଷ୍ଠାନ ସମସ୍ତ ଶ୍ରେଣୀ ଗୁଡିକରେ ଛାତ୍ରଛାତ୍ରୀଙ୍କ ଅଫ୍‌ଲାଇନ୍ ପାଠପଢ଼ା ଆରମ୍ଭ ହୋଇଛି । ଏହା ସମେତ ଅନ୍ୟାନ୍ୟ ବୈଷୟିକ ଓ ପ୍ରଫେସନାଲ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଖୋଲିଛି । ରବିବାରଠୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଥିବା ସମସ୍ତ ହଷ୍ଟେଲଗୁଡ଼ିକ ଖୋଲାଯାଇଛି । କ୍ୟାମ୍ପସକୁ ବିଶୋଧନ କରାଯିବା ସହ କ୍ଲାସରୁମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କିଭଳି ସାମାଜିକ ଦୂରତା ରହିବ ସେନେଇ ବ୍ୟବସ୍ଥା କରାଯାଇଥିଲା ।

ଖୋଲିଲା ସ୍କୁଲ; ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଉତ୍ସାହ

ଅଫ୍‌ଲାଇନ୍‌ ପାଠପଢ଼ା ହେଲେ ସେମାନେ ଭଲ ଭାବେ ପାଠ ବୁଝିପାରିବେ ବୋଲି ଛାତ୍ରଛାତ୍ରୀମାନେ ମତ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ବୃହତ୍ତର ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ସରକାର ସ୍କୁଲ-କଲେଜ ଖୋଲିବାକୁ ଗତ ସପ୍ତାହରେ ନିଷ୍ପତ୍ତି ନେଇଥିଲେ।

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.