ଓଡ଼ିଶାରେ କେବେ ହେବ ରାଗିଂ ସମସ୍ୟାର ସ୍ଥାୟୀ ସମାଧାନ ?

ଓଡ଼ିଶାରେ କେବେ ହେବ ରାଗିଂ ସମସ୍ୟାର ସ୍ଥାୟୀ ସମାଧାନ ?

Date:

ଓଡ଼ିଶାରେ ରାଗିଂ ସମସ୍ୟା ଦିନ କୁ ଦିନ ଉତ୍କଟ ରୂପ ନେବାରେ ଲାଗିଛି । କିଛି ମାସ ବ୍ୟବଧାନରେ ୨ ଜଣଙ୍କର ରାଗିଂ ଯୋଗୁଁ ମୃତ୍ୟୁ ଘଟିଲାଣି, କିନ୍ତୁ ପ୍ରତ୍ୟେକ ଥର ଏହାକୁ ସୁଇସାଇଡ ରୂପ ଦେଇଚାଲିଛି କଲେଜ କର୍ତୃପକ୍ଷ । ବଲାଙ୍ଗୀର ମେଡିକାଲ କଲେଜର ମାତ୍ର ୧୮ବର୍ଷର ଛାତ୍ର ନିଶାନ୍ତର ମୃତ୍ୟୁ ର କାରଣ ମଧ୍ୟ ସେହି ରାଗିଂ । ଯାହା ଆମ ରାଜ୍ୟ ତଥା ବଲାଙ୍ଗୀର ସହର ପାଇଁ କିଛି କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ଏମିତି ନହେଉ ଆଗାମୀ ଭବିଷ୍ୟତରେ ଅନ୍ୟ ରାଜ୍ୟ ଓ ଆମ ନିଜ ରାଜ୍ୟରେ ପିଲା ବଲାଙ୍ଗୀର ବା ବୁର୍ଲା ଭଳି କ୍ୟାମ୍ପସ କୁ ପଢିବାକୁ ଯିବା ପାଇଁ ଡରିବେ ।  ମୃତ ଛାତ୍ର ନିଶାନ୍ତ କୁମାର ଙ୍କ ବାପା ତାଙ୍କର ଅଭିଯୋଗରେ ମେଡ଼ିକାଲ କଲେଜ ଏବଂ ବଲାଙ୍ଗୀରର ଆଣ୍ଟି ରାଗିଂ ସେଲକୁ ଏହି ମୃତ୍ୟୁ ଘଟଣାର ପ୍ରଥମ ଓ ପ୍ରମୁଖ ଅଭିଯୁକ୍ତ ବୋଲି ଦର୍ଶାଇଛନ୍ତି ।  ଏହି ଆଧାରରେ ତଦନ୍ତ ହେବାର ଆବଶ୍ୟକତା ରହିଛି ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ କଲେଜଗୁଡିକୁ ଏବେ ରାଗିଂ ମୁକ୍ତ କରିବା ଜରୁରୀ ହୋଇପଡିଛି । ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ କତ୍ତୃପକ୍ଷ ନିଜର ଦୋଷରୁ ମୁକ୍ତି ପାଇବା ପାଇଁ, ନିଜର ଅପାରଗତା ଓ ରାଗିଂ ରୋକିବାରେ ବିଫଳତାକୁ ରୋକିବା ପାଇଁ ବିଭିନ୍ନ କାହାଣୀ ଶୁଣାଉଥିବା ନେଇ ଅଭିଯୋଗ ମଧ୍ୟ ହୋଇଛି ।

- Advertisement -
Ragging-free Campus Abhiyan for colleges and universities
@OrissaPOSTLive

କିଛି ମାସ ବ୍ଯବଧାନରେ  ଏପରି ହେବା ପରେ ବି ଏଥିନେଇ ନିରାକରଣ ଓ ସମାଧନ ପାଇଁ ରାଗିଂ ମୁକ୍ତ କେମ୍ପସ ଅଭିଯାନର ପ୍ରସ୍ତାବ କୁ ସରକାର ଗୁରୁତ୍ୱ ଏ ପର୍ଯ୍ୟନ୍ତ ଗୁରୁତ୍ବ ଦେଉନଥିବା ଦାବି ହେଉଛି । ଶିକ୍ଷାନୁଷ୍ଠାନରେ ଏବଂ ବିଶେଷ କରି ହଷ୍ଟେଲରେ ରାଗିଂ ଯୋଗୁଁ ଚାଲି ଯାଉଛି ଅକାଳରେ ନିରୀହ ଜୀବନ ।

ରାଗିଂ କିଭଳି ବନ୍ଦ ହେବ ଓ ଏହାର ସ୍ଥାୟୀ ସମାଧାନ ନିମନ୍ତେ ରାଗିଂ ମୁକ୍ତ କେମ୍ପସ ଅଭିଯାନ (Ragging Free Campus Abhiyan) ପକ୍ଷରୁ ଓଡିଶା ମାନବ ଅଧିକାର ଆୟୋଗ ମାଧ୍ୟମରେ ଓଡ଼ିଶା ସରକାରଙ୍କୁ ପୂର୍ବରୁ ଏ ନେଇ ଦୃଢ଼ ପ୍ରସ୍ତାବ ଦିଆଯାଇଛି ।

ଏବିଷୟରେ ଅନେକ ଥର ବ୍ୟକ୍ତିଗତ ଭାବେ ମଧ୍ୟ ଦାବି ଉପସ୍ଥାପିତ କରାଯାଇଛି । ରାଗିଂ ମୁକ୍ତ କେମ୍ପସ ଅଭିଯାନର ସମସ୍ତ ପ୍ରସ୍ତାବଗୁଡିକୁ ଓଡ଼ିଶାର ବିଭିନ୍ନ ବିଭାଗର ସଚିବ ମାନଙ୍କୁ ଓଡିଶା ମାନବ ଅଧିକାର ଆୟୋଗ ମାଧ୍ୟମରେ ପଠାଯିବା ସହ ସେମାନଙ୍କ ମତାମତ ମଧ୍ୟ ଲୋଡ଼ାଯାଇଛି ମାତ୍ର ଅଧିକାଂଶ ଏଥିରେ ସହଯୋଗ କରୁନଥିବାବେଳେ ଏହାକୁ କାର୍ଯ୍ୟକାରୀ ବି କରୁନଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି ।

ସାତଟି ରାଜ୍ୟ ତାମିଲନାଡୁ , ଆନ୍ଧ୍ର ପ୍ରଦେଶ , କେରଲା , ମହାରାଷ୍ଟ୍ର , ପଶ୍ଚିମବଙ୍ଗ , ଉତ୍ତର ପ୍ରଦେଶ , ଏବଂ ଜାମ୍ମୁ ଓ କାଶ୍ମୀରରେ  ରାଗିଂ ବିରୋଧୀ ଆଇନ ଅଛି । ଏବିଷୟରେ ରାଜ୍ୟ ସରକାରଙ୍କୁ ରାଗିଂ ମୁକ୍ତ କେମ୍ପସ ଅଭିଯାନ ଜଣାଇଛି ଓ ଓଡ଼ିଶାରେ ଏହି ଭଳି ଆଇନ ଆଣିବା ପାଇଁ ଓଡ଼ିଶା ବିଧାନସଭା ମାଧ୍ୟମରେ ଦାବି ମଧ୍ୟ କରିଛି । ଏହା ସହିତ ଓଡ଼ିଶାରେ ରାଗିଂ ବିରୋଧୀ ଟାସ୍କ ଫୋର୍ସ ଗଢ଼ିବା ପାଇଁ ଦାବି କରିଥିଲା ରାଗିଂ ମୁକ୍ତ କେମ୍ପସ ଅଭିଯାନ । ଏତେ ନୂଆ ଆଇନ ପ୍ରତି ବର୍ଷ ଆସୁଛି, ଏହି ଆଇନ ଆଣିବା ପାଇଁ କେହି ଏଭଳି ଦାବିକୁ ଗ୍ରହଣ କରୁନାହାନ୍ତି କାହିଁକି ? ଆଜି ପର୍ଯ୍ୟନ୍ତ କୌଣସି ଗୋଟିଏ ରାଗିଂ ଘଟଣାରେ କର୍ତୃପକ୍ଷଙ୍କର ଅବହେଳାକୁ ଦାୟୀ କରାଯାଇନି ବା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି ।

Ragging-free Campus Abhiyan for colleges and universities
@DailyhuntApp

ରାଗିଙ୍ଗ ମୁକ୍ତ କ୍ୟାମ୍ପସ ଅଭିଯାନ ତରଫରୁ ଦିଆଯାଇଥିବା ୩ ପୃଷ୍ଠାର ରାଗିଙ୍ଗ ବିରୋଧ କୁ ଆଜି ପର୍ଯ୍ୟନ୍ତ ସରକାରୀ ଅଧିକାରୀମାନେ ଏହାକୁ ଅଣଦେଖା କରିଛନ୍ତି । www.bbmchbalangir.nic.in ୱେବସାଇଟ ରେ ଆଣ୍ଟି ରାଗିଙ୍ଗ  କମିଟିକୁ ଯାଇ ପଢିଲେ ଦେଖିବେ ଏହି କମିଟିରେ ମାତ୍ର ୩ ଜଣ ଙ୍କ ନାମ ରହିଛି, ନା କୌଣସି ଛାତ୍ର ନା କୌଣସି ଅଭିଭାବକ, ନା କୌଣସି ସ୍ଥାନୀୟ ସମାଜସେବୀ, ସ୍ଥାନୀୟ ସାମ୍ବାଦିକ, ସ୍ଥାନୀୟ ପୋଲିସ ଅଧିକାରୀ ଏହି କମିଟି ରେ ଅଛନ୍ତି ।

ଏବେ ପ୍ରଶ୍ନ ଉଠୁଛି ତା ହେଲେ ଓଡିଶା ମାନବ ଅଧିକାର ଆୟୋଗ ରହିଛି କଣ ପାଇଁ? କଣ କାମ ଓଡିଶା ମାନବ ଅଧିକାର ଆୟୋଗ ର ? ଓଡ଼ିଶା ପୁଲିସର କଟକ ଠାରେ ଥିବା ରାଜ୍ୟ ମାନବାଧିକାର ସୁରକ୍ଷା ପ୍ରକୋଷ୍ଠ କାର୍ଯ୍ୟାଳୟ ରେ ଓଡ଼ିଶା ପାଇଁ ଆଣ୍ଟି ରାଗିଂ ଚବିଶ ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ଖୋଲିବା ପାଇଁ ପରାମର୍ଶ ଦିଆଯାଇଥିଲା ଏବଂ ଏ ବିଷୟରେ ରାଜ୍ୟ ଗୃହ ବିଭାଗ କୁ ଓଡିଶା ମାନବ ଅଧିକାର ଆୟୋଗ ଜଣାଇଥିଲା ।  ତେବେ ଏପର୍ଯ୍ୟନ୍ତ ଯଦି କିଛି କରାଯାଉନାହିଁ ତେବେ ରାଜ୍ୟ ମାନବାଧିକାର ସୁରକ୍ଷା ପ୍ରକୋଷ୍ଠ କଣ ପାଇଁ ରହିଛି ? ଯଦି ୟୁଜିସି ଦିଲ୍ଲୀରେ ଆଣ୍ଟି ରାଗିଂ ହେଲ୍ପ ଲାଇନ ନମ୍ବର ଚବିଶ ଘଣ୍ଟା ପାଇଁ ଖୋଲା ରହୁଛି ତେବେ ଓଡ଼ିଶାରେ କାହିଁକି ନୁହେଁ  ? ତେବେ କେବେ ହେବ ଏହାର ସ୍ଥାୟୀ ସମାଧାନ ?

Tejeswar Parida

Share post:

Popular

More like this
Related

Ganjam on High Alert Amid Rise in COVID-19 Cases in Andhra Pradesh

TNI Bureau: Ganjam has been placed on high alert...

Odisha Govt approves ₹74.78 Crore Package for Kendu Leaf Workers

TNI Bureau: The Odisha government has approved a ₹74.78...

TNI Business News Beat – July 13, 2026

▶️ FPIs Turn Buyers: Foreign Portfolio Investors (FPIs) reversed...

Trump Declares U.S. as “Guardian of the Hormuz Strait,” Announces 20% Cargo Reimbursement Plan

TNI Bureau: In a dramatic announcement that could reshape...