ଧଳା ଜହର ଜାଲରେ ଓଡିଶା

ବଡ ପ୍ରଶ୍ନ ହେଲା,  କେଉଁଠୁ ଆସୁଛି ଏହି ବ୍ରାଉନସୁଗାର ? ଏହା ପଛରେ କାମ କରୁଛି କି ଏକ ବଡ ରାକେଟ ?  ଏହାର ମୁଖ୍ୟ କିଙ୍ଗପିନ କିଏ  ?

Insight Bureau: ଧଳା ଜହର କବ୍ଜାରେ ଓଡିଶା । ନିଶା ବେପାରୀମାନେ କଲେଜ ପଢୁଆ ଛାତ୍ର ଛାତ୍ରୀଙ୍କୁ ଏଥିରେ ଟାର୍ଗେଟ କରୁଛନ୍ତି । ଏହା ନୂତନ ଯୁବ ପିଢ଼ିଙ୍କ ଉପରେ ମଧ୍ୟ ବେଶ ପ୍ରଭାବ ପକାଉଛି ।  ସହର ତଳି ଅଂଚଳ ଗୁଡିକରେ ସେମାନେ ତାଙ୍କ ନେଟୱାର୍କ ବିଛାଉଛନ୍ତି  ।  ପୁରୀ , କଟକ ,ଢେଙ୍କାନାଳ , ଖୋର୍ଦ୍ଧା , ଏବଂ ବାଲେଶ୍ୱର ଭଳି ଜିଲ୍ଲାରେ ଏହା ଅଧିକ ହେଉଥିବା ଦେଖା ଯାଉଛି ।  ସେହିପରି ସାମ୍ନାକୁ ଆସୁଛି ଗୋଟେ ପରେ ଗୋଟେ  ଧଳା ଜହରର କଳା କାହାଣୀ । ରାଜ୍ୟରେ ବେଧଡକ ଭାବେ ବଢିଚାଲିଛି ନିଶା କାରବାର । ପ୍ରତିଦିନ ଗିରଫ ହେଉଛନ୍ତି ଦଲାଲ । ପୋଲିସ୍‌ର ବାରମ୍ବାର କଠୋର କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ ସୁଧୁରୁ ନାହାଁନ୍ତି ବ୍ରାଉନସୁଗର ଦଲାଲ । ଯଦି ଦେଖିବା ଘନ ଅନ୍ଧାରରେ ବଢ଼ିଚାଲିଛି ଏହରି ବେପାର ।

ବ୍ରାଉନସୁଗାର କାରବାରର ନୂଆ ପେଣ୍ଠସ୍ଥଳ ପାଳଟିଥିଲା ନୟାଗଡ଼ । ଭଡ଼ା ଘରେ ଚାଲିଥିଲା କୋଟି କୋଟିର କଳା ବେପାର । ଏସଟିଏଫ ଚଢାଉ କରି ଗୋଟିଏ ଘରୁ ୩ କେଜି ବ୍ରାଉନସୁଗାର ଜବତ କରିଥିଲେ ଜାନୁଆରୀ ମାସରେ । ଏପ୍ରିଲ ମାସରେ ପୁଣି ପୁରୀ ଜିଲ୍ଲା  କଣାସ ଥାନା ଅନ୍ତର୍ଗତ ଦୟା ନଦୀ ବନ୍ଧରୁ ଧଳାଜହର ଜବତ କରିଥିଲା ପୋଲିସ । ପ୍ରାୟ ୧୧୦ ଗ୍ରାମ ଧଳା ଜହର ଜବତ ହୋଇଥିଲା । ଗତ କିଛିଦିନ ବ୍ୟବଧାନରେ ପୁରୀ ମଙ୍ଗଳାଘାଟ ଅଞ୍ଚଳରୁ ୩ କେଜିରୁ ଅଧିକ ବ୍ରାଉନସୁଗାରର ଜବତ କରାଯାଇଥିଲା । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩ କୋଟିରୁ ଅଧିକ ଥିବା ସୂଚନା ମିଳିଥିଲା । ସେହିପରି ବାଲେଶ୍ୱର ଭୋଗରାଇ ଥାନା ଉଦୟପୁର ଅଞ୍ଚଳରୁ ଦୁଇ ଜଣ ଧଳା ଜହର ବେପାରୀ ଗିରଫ ହୋଇଥିଲେ । ସେମାନଙ୍କ ପାଖରୁ ୧୮ଟି ବ୍ରାଉନସୁଗାର ପୁଡିଆ ଜବତ ହୋଇଥିଲା ଯାହାର ମୂଲ୍ୟ ୫ଲକ୍ଷ ଟଙ୍କା । ତେବେ କିଛିଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ମତିଛନ୍ତି ବ୍ରାଉନ ସୁଗାର ବେପାରୀ ।

Support Independent Journalism? Keep us live.

ବ୍ୟବସାୟୀ ମାନେ ନୂଆ ତରିକାରେ ଚଳାଇଛନ୍ତି ଧଳା ଜହର ବ୍ୟବସାୟ । କିଛି ଦିନ ଅନ୍ତରାଳରେ ବିପୁଳ ପରିମାଣର କୋଟି କୋଟି ଟଙ୍କାର ଜବତ କରାଯାଉଛି ବ୍ରାଉନ ସୁଗାର ବା ଧଳା ଜହର । ପୋଲିସ୍‌ କୁ ଚ୍ୟାଲେଞ୍ଜ ଦେଉଛନ୍ତି ଧଳା ଜହର ବେପାରୀ । ତେବେ ଗିରଫ ପରେ ମଧ୍ୟ ସୁଧୁରୁ ନାହାଁନ୍ତି ବ୍ୟବସାୟୀ ।

ଏଥିପାଇଁ ସ୍ପେଶାଲ ଟାସ୍କଫୋର୍ସ ଡ୍ରାଇଭ ଗଠନ କରାଯାଇଛି ଏବଂ ଏହା ଏବେ ବ୍ୟାପକ ଭାବେ କାର୍ଯ୍ୟକାରୀ ମଧ୍ୟ ହୋଇଛି । ଯାହାଦ୍ୱାରା ଶୀଘ୍ର ରୁ ଶୀଘ୍ର ଏମାନଙ୍କୁ ଗିରଫ କରାଯାଇ ପାରୁଛି । ତେବେ ବଡ ପ୍ରଶ୍ନ ହେଲା,  କେଉଁଠୁ ଆସୁଛି ଏହି ବ୍ରାଉନସୁଗାର ? ଏହା ପଛରେ କାମ କରୁଛି କି ଏକ ବଡ ରାକେଟ ?  ଏହାର ମୁଖ୍ୟ କିଙ୍ଗପିନ କିଏ  ? ଆଉ କେବେ ରାଜ୍ୟରୁ ଏହା ସମ୍ପୂର୍ଣ୍ଣ ଭାବେ ମୂଳପୋଛ ହେବ ଦେଖିବାକୁ ବାକି ରହିଲା ।

Comments are closed.