ଜିଲ୍ଲା ପରିଷଦ ନିର୍ବାଚନ: ୨୯୮ ସ୍ୱାଧୀନ ପ୍ରାର୍ଥୀ ପ୍ରମୁଖ ଦଳ ପାଇଁ କଣ୍ଟା

ଜିଲ୍ଲା ପରିଷଦ ନିର୍ବାଚନ: ୨୯୮ ସ୍ୱାଧୀନ ପ୍ରାର୍ଥୀ ପ୍ରମୁଖ ଦଳ ପାଇଁ କଣ୍ଟା

Date:

ଇନସାଇଟ ବ୍ୟୁରୋ: କୋଟିଆରେ ସବୁ ରାଜନୈତିକ ଦଳ ମିଳିତ ଭାବେ ଜଣକୁ ପ୍ରାର୍ଥୀ କରିଛନ୍ତି। ଏହି ଆସନକୁ ଛାଡି ବିଜେଡ଼ି ବାକି ୮୫୨ଟି ଜୋନ ପାଇଁ ପ୍ରାର୍ଥୀ ଦେଇଛି । ଚଳିତ ପଞ୍ଚାୟତ ନିର୍ବାଚନରେ ୪୮% ପଛୁଆବର୍ଗଙ୍କୁ ପ୍ରାର୍ଥୀ କରି ମଇଦାନକୁ ଓଲ୍ହାଇଛି ବିଜୁ ଜନତା ଦଳ । ଗୋଟିଏ ଆସନରେ ଦଳୀୟ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ଜିତିଥିବା ବେଳେ ମଇଦାନରେ ୮୫୧ ଜଣ ପ୍ରାର୍ଥୀ ଅଛନ୍ତି।

- Advertisement -

ବଲାଙ୍ଗୀର, ମାଲକାନଗିରି, ଯାଜପୁର ଏବଂ ବରଗଡ ଜିଲ୍ଲା ଭଟଲିର ଗୋଟିଏ ଜୋନକୁ ମିଶାଇ ୪ଟି ଜୋନକୁ ହାତଛଡା କରିଦେଇଛି ବିଜେପି। ଅର୍ଥାତ୍ ବିଜେପି ଏବେ ୮୪୮ ଆସନରେ ଲଢ଼ିବ । ପୁରୀ ଜିଲ୍ଲା ସତ୍ୟବାଦୀର ୬ଟି ଜୋନ ସହିତ ମୋଟ ୧୬ଟି ଜୋନରେ କଂଗ୍ରେସ ପ୍ରାର୍ଥୀ ନିର୍ବାଚନ ଲଢ଼ିପାରିଲେ ନାହିଁ। ମଇଦାନରେ ରହିଯାଇଛନ୍ତି ଦଳର ୮୩୬ ପ୍ରାର୍ଥୀ ।

ଏସବୁକୁ ମିଶାଇ ନିର୍ବାଚନ ହେବାକୁ ଥିବା ୮୫୨ଜୋନରେ ୩ ହଜାର ୪୦୭ ପ୍ରାର୍ଥୀ ଜିଲ୍ଲା ପରିଷଦ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ସୂଚନା ଅନୁଯାୟୀ ଗୋଟିଏ ଗୋଟିଏ ଆସନରେ ପାଖାପାଖି ୪ଜଣ ପ୍ରାର୍ଥୀ ଲଢୁଛନ୍ତି । ପଞ୍ଚାୟତ ନିର୍ବାଚନ ଘୋଷଣା ହେବା ପରେ ଗଣମାଧ୍ୟମ ଓ କର୍ମୀ ମହଲରେ ଆଲୋଚନାର ବିଷୟ  ‘ଅନ୍ତଃକନ୍ଦଳ’ ରାଜନୈତିକ ଦଳଙ୍କ ମଧ୍ୟରେ ଯାହାକି ରାଜନୈତିକ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ଶିବିରକୁ ପ୍ରଭାବିତ କରିଥିଲା ।

ତିନି ପ୍ରମୁଖ ରାଜନୈତିକ ଦଳଙ୍କ ପରେ ସବୁଠାରୁ ଅଧିକ ୨୯୮ ଜଣ ପ୍ରାର୍ଥୀ ସ୍ବାଧୀନ ଭାବେ ନିର୍ବାଚନ ଲଢୁଛନ୍ତି। ଏମାନେ ବିଦ୍ରୋହୀ ନେତାଙ୍କ ସହଯୋଗରେ ନିର୍ବାଚନ ରଣାଙ୍ଗନକୁ ଆସିଛନ୍ତି । ବର୍ତ୍ତମାନ ଭୋଟ ଫଳାଫଳରେ ନିର୍ଣ୍ଣାୟକ ଭୂମିକା ଗ୍ର୍ରହଣ କରିବେ ଏହି ସ୍ବାଧୀନ ପ୍ରାର୍ଥୀ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା । ଦେଖିବାକୁ ଗଲେ ବିଜେଡ଼ି ବିଜୟ କାର୍ଡରୁ ଭଟଲିର ଅମ୍ବାଭୋନା ଜୋନ-୨ ରୁ ନିର୍ବାଚନ ଆରମ୍ଭ କରିଛି । ପ୍ରାକ୍ ନିର୍ବାଚନ ଚିତ୍ର ସୂଚାଉଛି ଯେ ଶାସକ ଦଳର ସବୁକ୍ଷେତ୍ରରେ ଟିକିଏ ଆଗୁଆ ରହିଛି ।

୨୦୧୯ ନିର୍ବାଚନରେ ପାଖାପାଖି ୩୨.୪୯ ପ୍ରତିଶତ ଭୋଟ ପାଇଥିବା ବିଜେପିକୁ ଆରମ୍ଭରୁ ଝଟ୍‌କା ଲାଗିଛି। ମାଲକାନଗିରିରେ ବିଜେପି ବିଧାୟକ ଆଦିତ୍ୟ ମାଢୀଙ୍କ ଦୁର୍ଗରୁ ଜଣେ ପ୍ରାର୍ଥୀ ଶେଷ ମୁହୂର୍ତରେ ନିର୍ବାଚନରୁ ଓହରି ଯାଇଛନ୍ତି । ଦଳ ଯାହାକୁ ପ୍ରାର୍ଥୀ  କରିକଚି , ଶେଷ ମୁହୂର୍ତରେ ସେ ମଇଦାନରୁ ଓହରି ଯାଉଥିବା ଦେଖିବାକୁ ମିଳୁଛି ଅନେକ କ୍ଷେତ୍ରରେ । ବିଜେପି ସାଂସଦ ସଙ୍ଗୀତା ସିଂହଦେଓ ବଲାଙ୍ଗୀରରେ ଦେଇଥିବା ପ୍ରାର୍ଥୀଙ୍କ ନାମାଙ୍କନପତ୍ର ନାକଚ ହୋଇଥିଲା ।

ସାଧାରଣ ନିର୍ବାଚନ ପୂର୍ବରୁ ହାଇଭୋଲଟେଜ୍ ଲଢେଇ ଯାଜପୁର ଜିଲ୍ଲାରେ ହେବ ବୋଲି ଚର୍ଚ୍ଚା ଜୋର ଧରିଥିଲା। ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହିତ ସମ୍ମୁଖ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଥିବା ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ନିଜ ଘରକୁ ସୁରକ୍ଷିତ ରଖିବାରେ ଅକ୍ଷମ ରହିଲେ । ୨୯ ନମ୍ବର ଜୋନ ବାଲଟ ପେପରରେ ପଦ୍ମ ଚିହ୍ନ ରହିବ ନାହିଁ। ଗୋଟିଏ ପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟ ବରିଷ୍ଠ ନେତାମାନେ ନିର୍ବାଚନ ମଇଦାନରେ ସକ୍ରିୟ ନଥିବା ବେଳେ ଅନ୍ୟପଟେ ବିଜେପି ନିଜ ପ୍ରାର୍ଥୀଙ୍କୁ ପାଖରେ ନ ରଖିପାରିବା ଘଟଣା ଏବେ ରାଜନୈତିକ ମହଲର‌େ ଚର୍ଚାର ବିଷୟ ପାଲଟିଛି  ।

କଂଗ୍ରେସ ସ୍ଥିତି କହିବାକୁ ଗଲେ ଆହୁରି ଗମ୍ଭୀର ରହିଛି ।  ପୂର୍ବତନ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନଙ୍କ ନିର୍ବାଚନମଣ୍ଡଳୀ ସତ୍ୟବାଦୀ ଆସନରେ ଜଣେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ନାହାନ୍ତି। ବରଗଡ ଜିଲ୍ଲାରେ ଭଟଲିରୁ ମଧ୍ୟ କଂଗ୍ରେସ ପ୍ରାର୍ଥୀ ମଇଦାନରୁ ଓହରିଗଲେ। କଂଗ୍ରେସ ସୂତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ, ଦଳ ପୁରୀ ଜିଲ୍ଲାର କଣାସ ଆସନରେ ଟିକେଟ୍ ଦେଇଥିଲେ ହେଁ ତାହା ନାକଚ ହୋଇଯାଇଛି। ଅନ୍ୟ ପାଞ୍ଚଟି ଜୋନରେ କେହି ନାମାଙ୍କନ ପତ୍ର ଦାଖଲ କରିନଥିଲେ। କେନ୍ଦୁଝରରେ ବି ଦୁଇଟି ଆସନରେ ଦଳ ପ୍ରାର୍ଥୀ ଦେଇନଥିବାବେଳେ ଅନ୍ୟ ୯ଟିରେ ଦଳୀୟ ପ୍ରାର୍ଥୀ ଓହରିଯାଇଛନ୍ତି ।

ରାଜ୍ୟ ରାଜନୀତିରେ ପ୍ରଭାବ ରଖୁଥିବା ବାମଦଳ ଓ ଜେଏମଏମ ଧୀରେ ଧୀରେ ସଙ୍କୁଚିତ ହେବା ଆରମ୍ଭ କଲେଣି । ସିପିଆଇ ମାତ୍ର ୩୮ଟି ଆସନରେ ପ୍ରାର୍ଥୀ ଦେବାକୁ ସକ୍ଷମ ହୋଇଥିବାବେଳେ ସିପିଏମ ୭୨ ଆସନରେ ଲଢ଼ିବ। ସେହିଭଳି ଜେଏମଏମ ମାତ୍ର ୪୭ ଆସନରେ ପ୍ରାର୍ଥୀ ଦେଇଥିବାବେଳେ ଉଭୟ ସୁନ୍ଦରଗଡ (୩୫) ଏବଂ ମୟୂରଭଂଜ (୫୬)ରେ ଦଳର ଦବଦବା ରହିଥିଲା। କିଛି ସମର୍ଥକ କେନ୍ଦୁଝର, ଯାଜପୁର ଆଦିରେ ରହିଛନ୍ତି। ହେଲେ ଦଳର ପ୍ରାର୍ଥୀଙ୍କ ସଂଖ୍ୟା ସୂଚାଇ ଦେଉଛି ଯେ ଫଳାଫଳ କଣ ହେବ ଜେଏମଏମ୍ ତାକତ ବଢ଼ିବା ପରିବର୍ତ୍ତେ କମିଛି ।

ଏସବୁ ଭିତରେ ବିଏସପି ୧୫୯ ଆସନରେ ଲଢୁଥିବାବେଳେ ଆପ ୩୨ ଜୋନରେ ପ୍ରାର୍ଥୀ ଦେଇଛି। ଏଜେଏସୟୁ ୧୨ ଏବଂ ଅନ୍ୟାନ୍ୟ ରାଜନୈତିକ ଦଳ ମିଶି ୨୧୪ ଆସନରେ ଲଢୁଛନ୍ତି। ଏବେ ଏହି ୨୯୮ ସ୍ବାଧୀନ ପ୍ରାର୍ଥୀ  ପ୍ରମୁଖ ଦଳ ପାଇଁ କଣ୍ଟା  ସାଜିଛନ୍ତି |

Share post:

Popular

More like this
Related

100-Word Insight: Factional Fault Lines Deepen in Jharsuguda

TNI Editorial: Jharsuguda's political landscape is increasingly being shaped...

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

BJP replaces Candidate in Bankipur Bypoll in Bihar

TNI Bureau: In Bihar, BJP candidate Abhishek Kumar Sinha...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...