ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ଭେଟି ଦେବେ ରାଜ୍ୟ ସରକାର

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଟଙ୍କା ପ୍ରଦାନ କରିବେ । ପ୍ରତ୍ୟେକ କାଳିଆ ହିତାଧିକାରୀଙ୍କୁ ମିଳିବ ୨ ହଜାର ଟଙ୍କା ।

ଅକ୍ଷୟ ତୃତୀୟାରେ ପୁଣି ମିଳିବ ଚାଷୀଙ୍କୁ କାଳିଆ ଟଙ୍କା । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଟଙ୍କା ପ୍ରଦାନ କରିବେ । ଅକ୍ଷୟା ତୃତୀୟ ଅବସରରେ ଚାଷୀଙ୍କୁ ମିଳିବ ଆର୍ଥିକ ସହାୟତା ।

ପ୍ରତ୍ୟେକ କାଳିଆ ହିତାଧିକାରୀଙ୍କୁ ମିଳିବ ୨ ହଜାର ଟଙ୍କା । ୨୦୧୮ରୁ ଚାଷୀଙ୍କ ପାଇଁ କାଳିଆ ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ସେହି କ୍ରମରେ ପ୍ରତ୍ୟେକ କାଳିଆ ହିତାଧିକାରୀଙ୍କୁ ମିଳିବ ୨ ହଜାର ଟଙ୍କା । ଏନେଇ ଆଜି ଘୋଷଣା କଲେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Support Independent Journalism? Keep us live.

୨୦୧୮ରୁ ଚାଷୀଙ୍କ ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୫୩ ଲକ୍ଷରୁ କ୍ଷୁଦ୍ର, ନାମମାତ୍ର ଏବଂ ଭୂମିହୀନ ଚାଷୀ ସିଧାସଳଖ ଉପକୃତ ହୋଇଛନ୍ତି । ଗତବର୍ଷ ମଧ୍ୟ  ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ କାଳିୀଆ ଟଙ୍କା ଦେଇଥିଲେ ସରକାର । ରାଜ୍ୟରେ କୃଷକଙ୍କ ସାହାରା ପାଲଟିଛି ନବୀନଙ୍କ କାଳିଆ ଯୋଜନା ।

କାଳିଆ ଯୋଜନା ଦ୍ୱାରା ବର୍ଷକୁ ଉପକୃତ ହେଉଛନ୍ତି ପ୍ରାୟ ୫୬ ଲକ୍ଷରୁ ଅଧିକ ଚାଷୀ । ରାଜ୍ୟରେ ୯୨ ପ୍ରତିଶତ ଚାଷୀଙ୍କୁ ବର୍ଷକୁ ଦିଆଯାଉଛି ୧୦,୦୦୦ କୋଟିରୁ ଉର୍ଧ୍ଵ ସହାୟତା ।

କୃଷି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ୨୦୨୨ – ୨୩ ବଜେଟରେ ୨୦,୩୪୪ କୋଟି ଟଙ୍କା  ବ୍ୟୟବରାଦ ହୋଇଛି ଯାହାକି ଗତ ବର୍ଷଠାରୁ ୧୭% ଅଧିକ। କାଳିଆ ଯୋଜନା ପାଇଁ ବଜେଟରେ ସର୍ବାଧିକ ୧,୮୭୪ କୋଟି ଏବଂ ଓୟୁଏଟିରେ କୃଷି ଗବେଷଣା, ଶିକ୍ଷା ପାଇଁ ୧୬୧ କୋଟିର ଅନୁଦାନ ବ୍ୟବସ୍ଥା କରାଯାଇଛି ।

Comments are closed.