ଓଡ଼ିଶାରେ ପଞ୍ଚାୟତ ଭୋଟକୁ ନେଇ ରାଜନୈତିକ ପାଣିପାଗ ଉଷ୍ମ

ଓଡ଼ିଶାରେ ପଞ୍ଚାୟତ ଭୋଟକୁ ନେଇ ରାଜନୈତିକ ପାଣିପାଗ ଉଷ୍ମ

Date:

ଇନ୍‌ସାଇଟ୍‌ ବ୍ୟୁରୋ: ପାଖେଇ ଆସିଲାଣି ୨୦୨୨ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ଭୋଟ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଓ ଆଦର୍ଶ ଆଚରଣ ଵିଧି ନିୟମାବଳୀ ଜାରି ହେବାପରେ  ରାଜ୍ୟ ରାଜନୀତି ହୋଇପଡିଛି  ଚଳଚଞ୍ଚଳ। ଗାଁ  ଗୁଡିକରେ ଏବେ ରାଜନୈତିକ ପାଣିପାଗ  ଗରମ ଅନୁଭୁତ ହେଉଛି। ଚଳିତ ବର୍ଷ ନିର୍ବାଚନ ପାଇଁ ନେତାଙ୍କ ମୁଣ୍ଡ ବିନ୍ଧାର କାରଣ ପାଟଲିଛନ୍ତି ମାଳମାଳ ଆଶାୟୀ। ସମସ୍ତ ଦଳର ଏକାଧିକ ଆଶାୟୀ ଟିକେଟ ପାଇଁ ଆଶାବାନ୍ଧି ବସିଥିବା ନଜିର ରହିଛି । ପ୍ରାର୍ଥୀମାନେ ଦଳୀୟ ସମର୍ଥନ ପାଇଁ ଉଦ୍ୟମ ଜୋରଦାର କରିଛନ୍ତି। ଦଳର ସମର୍ଥନ ପାଇବା ପାଇଁ ପ୍ରାର୍ଥୀମାନଙ୍କ ମଧ୍ୟରେ ଆରମ୍ଭ ହୋଇଛି ରାଜନୀତି।  ନିଜର ସମର୍ଥକ ମାନଙ୍କୁ ନେଇ ବୈଠକ ସହ ଟିକେଟ ପାଇଁ ପ୍ରୟାସ ଜାରି କରିଦେଇଛନ୍ତି ପ୍ରାର୍ଥୀମାନେ ।  ସେହି ଅଞ୍ଚଳ ଶୀର୍ଷସ୍ତରୀୟ ନେତା ମାନଙ୍କ  ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

- Advertisement -

୨୦୨୪ ସାଧାରଣ ନିର୍ବାଚନ ଫାଇନାଲ୍ ପୂର୍ବରୁ  ପଞ୍ଚାୟତ ଭୋଟ୍  ହୋଇଥିବାରୁ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଚୟନକୁ ସର୍ବାଧକ ଗୁରୁତ୍ୱ ଦେଉଛନ୍ତି। ବିଜୟର  ସମ୍ଭାବନା ଥିବା ପ୍ରାର୍ଥୀମାନଙ୍କୁ  ଫୋକସ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି ତିନି ଦଳ ।ପ୍ରାର୍ଥୀ ଚୟନ ପାଇଁ  ସମୟ ଢେର ଥିଲା ବେଳେ ଏବେଠାରୁ  ଛକି-ଶୂନ ଖେଳ ଆରମ୍ଭ ହୋଇଛି। ଲାଗି ରହିଛି ଛକାପଞ୍ଝା। କିଏ ଲୋକବଳ ଦେଖାଇଲାଣି ତ ଆଉ କିଏ ଲବି  କଲାଣି । ୨୦୨୪ ସାଧାରଣ ନିର୍ବାଚନକୁ ଆଖିରେ ରଖି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ  ଗତଥର ଅପେକ୍ଷା ଅଧିକ ଆସନ ଦଖଲ ପାଇଁ ବିଜୁ ଜନତା ଦଳ  ଉଦ୍ୟମ ଚଳାଇଥିବା ବେଳେ ବିଜେଡିକୁ ରୋକିବା ଲାଗି ବିଜେପି ଓ କଂଗ୍ରେସ ଦୁଇଟି ଜାତୀୟ ରାଜନୈତିକ ଦଳ ମଧ୍ୟ  ଆସନ ଦଖଲ ପାଇଁ ସେମାନଙ୍କ ଅଭିଯାନ ଜାରି ରଖିଛନ୍ତି ।

ବର୍ଷ ବର୍ଷ  ଧରି ବିଜେଡି ପଞ୍ଚାୟତ, ପୌର ଓ ସମବାୟ ନିର୍ବାଚନକୁ ଆଖିଆଗରେ ରଖି ଯୋଜନାବଦ୍ଧ ଭାବେ ପ୍ରସ୍ତୁତି ଚଳାଇ ଆସିଛି  । ବିଶେଷକରି ତିନୋଟି ବିଧାନସଭା ପାଇଁ ହୋଇଥିବା ଉପନିର୍ବାଚନରେ ବିଜେଡିର ବିଜୟ ଦଳୀୟ କର୍ମୀମାନଙ୍କୁ ବେଶ୍‍ ଉତ୍ସାହିତ କରିଥିଲା ।  ନିର୍ବାଚନ ଦୃଷ୍ଟିରୁ ୱାର୍ଡସ୍ତରରେ ବିଜେଡିର ଅଭିଯାନ ବଳବତ୍ତର ରହିଥିବା ବେଳେ ବିଜେପି ଓ କଂଗ୍ରେସ ମମିତା ମେହେର ହତ୍ୟା ଘଟଣାକୁ ଆଧାରକରି  ରାଜ୍ୟରେ ସରକାରୀ ବିରୋଧୀ ବାତାବରଣ  ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଗତ ନିର୍ବାଚନରେ ବିଜେପି ୯ଟି ଓ କଂଗ୍ରେସ ଗୋଟିଏ ଜିଲ୍ଲା ପରିଷଦ ଦଖଲ କରିଥିବା ବେଳେ ବିଜେଡି୨୦ଟି  ଦଖଲ କରିଥିଲା । ଏଥର ବିଜେଡି ୩୦ଟି ଯାକ ଜିଲ୍ଲା ପରିଷଦ ଦଖଲ ଲାଗି ପ୍ରସ୍ତୁତି ଚଳାଇଥିବା ବେଳେ କଂଗ୍ରେସ ଓ ବିଜେପି ଗତଥର ଅପେକ୍ଷା ଏଥର ସେମାନଙ୍କ ସଂଖ୍ୟା ବଢ଼ାଇବାକୁ  ଲାଗିପଡିଛନ୍ତି ।

ଭୋଟ ଗ୍ରହଣ ଏଣିକି ୫ ଘଣ୍ଟା ପରିବର୍ତ୍ତେ ୬ ଘଣ୍ଟା ହେବ। ସକାଳ ୭ଟାରୁ ଦିନ ୧୨ଟା ପରିବର୍ତ୍ତେ ଦିନ ଗୋଟାଏ ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ।  ସେହିପରି ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ନିର୍ବାଚନରେ ୨ଲକ୍ଷ ଟଙ୍କା ପରିବର୍ତ୍ତେ ସର୍ବାଧିକ ୫ ଲକ୍ଷ ଟଙ୍କା ଏବଂ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀମାନେ ୮୦ ହଜାର ଟଙ୍କା ପରିବର୍ତ୍ତେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିର୍ବାଚନୀ ଖର୍ଚ୍ଚ କରିପାରିବେ । ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସବୁଜସଙ୍କେତ ମିଳିଛି। ଆଗକୁ ସାଧାରଣ ନିର୍ବାଚନ ୨୦୨୪ ଆସୁଥିବା ବେଳେ ତ୍ରିସ୍ତରୀୟ ପଞ୍ଚାୟତ ଭୋଟକୁ ନେଇ ରାଜ୍ୟର ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି ।

Share post:

Popular

More like this
Related

100-Word Insight: Factional Fault Lines Deepen in Jharsuguda

TNI Editorial: Jharsuguda's political landscape is increasingly being shaped...

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

BJP replaces Candidate in Bankipur Bypoll in Bihar

TNI Bureau: In Bihar, BJP candidate Abhishek Kumar Sinha...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...