ଅଧିକ ସଶକ୍ତ ହେବ ମିଶନ ଶକ୍ତି; ଆଗାମୀ 5 ବର୍ଷରେ ଖର୍ଚ୍ଚ ହେବ ୪୯୭୩.୩୯ କୋଟି

ଅଧିକ ସଶକ୍ତ ହେବ ମିଶନ ଶକ୍ତି; ଆଗାମୀ 5 ବର୍ଷରେ ଖର୍ଚ୍ଚ ହେବ ୪୯୭୩.୩୯ କୋଟି

Date:

Insight Bureau: ଏବେ ମିଶନ ଶକ୍ତି ମାଧ୍ୟମରେ ଆହୁରି ସଶକ୍ତ ହେବେ ମହିଳା । ଏବେ ପ୍ରତି ପଞ୍ଚାୟତରେ ଓ ସହରାଞ୍ଚଳର ପ୍ରତ୍ୟେକ ଓ୍ୱାର୍ଡରେ ହେବ ମିଶନ ଶକ୍ତି ଭବନ । ଆସନ୍ତା ୫ ବର୍ଷରେ ମିଶନ ଶକ୍ତିରେ ଖର୍ଚ୍ଚ ହେବ ୪ ହଜାର ୯୭୩ କୋଟି । ଏନେଇ ଗତକାଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି । ମହିଳା ନେତୃତ୍ବାଧୀନ  ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କର ସାମାଜିକ ତଥା ଅର୍ଥନୈତିକ ସଶକ୍ତିକରଣ ତଥା ଅଭିବୃଦ୍ଧି ପାଇଁ ସମର୍ପିତ ଏହି ଐତିହାସିକ ନିଷ୍ପତ୍ତି, ରାଜ୍ୟର ଗ୍ରାମ ତଥା ସହରାଞ୍ଚଳମାନଙ୍କରେ ମିଶନ ଶକ୍ତିର ନୀରବ ବିପ୍ଳବକୁ ଆହୁରି ମଜବୁତ କରିବ ।

ଗତକାଲି ସନ୍ଧ୍ୟା କ୍ୟାବିନେଟ ବୈଠକରେ ୩୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଥିଲା । ତେବେ ଗତକାଲି ନିଆଯାଇଥିବା ନିଷ୍ପତ୍ତି ମଧ୍ୟରୁ ରାଜ୍ୟ ସରକାର ’ମିଶନ ଶକ୍ତି’ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଥିଲେ । ଆସନ୍ତା ୫ ବର୍ଷ ପାଇଁ ମିଶନ ଶକ୍ତିରେ ଖର୍ଚ୍ଚ ହେବ ୪ ହଜାର ୯୭୩ କୋଟି । ଏଥିରେ ପ୍ରତ୍ୟେକ ପଞ୍ଚାୟତ ଓ ସହରାଞ୍ଚଳର ପ୍ରତ୍ୟେକ ଓ୍ୱାର୍ଡରେ ’ମିଶନ ଶକ୍ତି’ ଭବନ ନିର୍ମାଣ କରାଯିବ । ଏହା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବିଭିନ୍ନ ସାମଗ୍ରୀ ବିକିବାକୁ ୫୦୦ଟି ମିଶନ ଶକ୍ତି ବଜାର ସ୍ଥାପନ ହେବ । ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଗୁଡିକୁ ସଂଗଠିତ ଓ ମଜବୁତ୍ କରିବାର ମୂଳ ଉଦ୍ଦେଶ୍ୟ ନେଇ ୨୦୦୧ରେ ଆରମ୍ଭ କରାଯାଇଥିବା ମିଶନ ଶକ୍ତି ଯୋଜନା ଆଜି ଏକ ବଡ ସାମାଜିକ ଓ ଅର୍ଥନୈତିକ ଆନ୍ଦୋଳନରେ ପରିଣତ ହୋଇଛି ।

କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ଆଗାମୀ ୫ ବର୍ଷରେ ମିଶନ ଶକ୍ତି ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୫୦ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ବ୍ୟବସ୍ଥା ସହିତ ଏସଏଚଜିଙ୍କୁ ୧୨ ଶହ କୋଟି ଟଙ୍କାର ସୁଧ ପର୍ଯ୍ୟନ୍ତ ରିହାତି ରହିବ । ପ୍ରାୟ ୩୫ରୁ ୪୦ ଲକ୍ଷ ମହିଳା ଏସଏଚଜି ସଦସ୍ୟାଙ୍କୁ ଜୀବିକା ନିର୍ବାହ ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅଧୀନରେ ତାଲିମ ମଧ୍ୟ ଦିଆଯିବ । ବିଭିନ୍ନ ସରକାରୀ ବିଭାଗଙ୍କ ସହଭାଗିତାରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ତଥା ମହାସଂଘକୁ ୬ ହଜାର ୬୦୦ କୋଟିରୁ ଅଧିକ ବ୍ୟବସାୟ ଯୋଗାଇ ଦିଆଯିବ ।

ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଗୁଡିକୁ ସଙ୍ଗଠିତ ଓ ମଜଭୁତ କରିବା ଉଦ୍ଦେଶ୍ୟରେ ୨୦୦୧ରେ ମିଶନ ଶକ୍ତି ଯୋଜନାର ଆରମ୍ଭ ହୋଇଥିଲା । ଏବେ ଏହି ଯୋଜନା ଏକ ବଡ଼ ସାମାଜିକ ଓ ଅର୍ଥନୈତିକ ଆନ୍ଦୋଳନରେ ପରିଣତ ହୋଇଛି । ୨୦ ବର୍ଷରେ ମିଶନ ଶକ୍ତିରେ ୭୦ ଲକ୍ଷ ମହିଳାଙ୍କୁ ୬.୦୨ ଲକ୍ଷରୁ ଅଧିକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀରେ ସଙ୍ଗଠିତ କରିବାରେ ସକ୍ଷମ ହୋଇଛି । ଗତବର୍ଷ ତୃଣମୂଳ ସ୍ତରରେ ଲକ୍ଷ ଲକ୍ଷ ମହିଳାଙ୍କ ଯୋଗଦାନକୁ ତ୍ୱରାନ୍ୱିତ କରିବା ତଥା ସ୍ଥାୟୀ ଜୀବିକା ସୃଷ୍ଟି କରିବା ପାଇଁ ଓଡ଼ିଶା ସରକାର ମିଶନନ ଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗ ଭାବେ ଘୋଷଣା କରିଛନ୍ତି । ଏହି ଯୁଗାନ୍ତକାରୀ ପଦକ୍ଷେପ ଦ୍ୱାରା ଆଗାମୀ ୫ ବର୍ଷରେ ସରକାରୀ ବିଭାଗମାନଙ୍କ ସହିତ ଦ୍ରବ୍ୟ ଓ ସେବା ଯୋଗାଣ ମାଧ୍ୟମରେ ୫ ହଜାର କୋଟି ଟଙ୍କାର ବ୍ୟବସାୟ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ପାଇପାରିବେ ।

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.