ଆଜି ନିଳାଦ୍ରୀ ମହୋଦୟାଷ୍ଟମୀ “ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ପ୍ରକଟ ଉତ୍ସବ”

ଆଜି ନିଳାଦ୍ରୀ ମହୋଦୟାଷ୍ଟମୀ “ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ପ୍ରକଟ ଉତ୍ସବ”

Date:

Insight Bureau: ଆଜି ହେଉଛି ନିଳାଦ୍ରୀ ମହୋଦୟାଷ୍ଟମୀ । ଏହି ତିଥିରେ ପ୍ରଭୁ ମର୍ତ୍ତ୍ୟ ବୈକୁଣ୍ଠ ରେ ପ୍ରକଟ ହୋଇଥିବାରୁ ଏହି ତିଥିକୁ ପ୍ରତିବର୍ଷ ପ୍ରକଟୋତ୍ସବ ଭାବେ ମହାସମାରୋହରେ ପାଳନ କରାଯାଇଥାଏ  । ପୁଷ୍ୟାଭିଷେକରେ ଶ୍ରୀଜୀଉ ଙ୍କ ଅଭିଷେକୋତ୍ସବ ପାଳନ କରିବାପରି ଏହିଦିନ ମଧ୍ୟ ଅଧିବାସିତ ଜଳରେ ଅଭିଷେକ କରନ୍ତି ମହାପ୍ରଭୁ । ଏହା ବୈଶାଖ ଶୁକ୍ଳ ଅଷ୍ଟମୀ ତିଥିରେ ନିଳାଦ୍ରୀ ମହୋଦୟ ଯାତ୍ରା ଭାବେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ । ଆଜି ବ୍ରହ୍ମାଙ୍କ ଅଧ୍ୟକ୍ଷତାରେ ସତ୍ୟଯୁଗ ରେ ଭରଦ୍ବାଜ ମୁନୀ ଓ ଇନ୍ଦ୍ରଦ୍ୟୁମ୍ନ ଓ ଆଦି ଦେବତା ମାନଙ୍କ ଦ୍ଵାରା ଶ୍ରୀ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା । ଶ୍ରୀମନ୍ଦିର ରେ ମହାପ୍ରଭୁ ଙ୍କ ପାଳିତ ଅନ୍ୟ ମୁଖ୍ୟ ଦ୍ୱାଦଶ ଯାତ୍ରା ବ୍ୟତୀତ ତ୍ରୟୋଦଶ ଯାତ୍ରା ଭାବେ ନିଳାଦ୍ରୀ ମହୋଦୟ ସୁପରିଚିତ । ଏହା କୁ ଶ୍ରୀମନ୍ଦିର ର ପ୍ରତିଷ୍ଠା ଦିବସ ବୋଲି ମଧ୍ୟ କୁହାଯାଏ ।

- Advertisement -

ନିଳାଦ୍ରୀ ମହୋଦୟର ମହିମା ସ୍କନ୍ଦ ପୁରାଣ ରେ ପ୍ରତିପାଦିତ ହୋଇଛି । ସ୍ୱୟଂ ବ୍ରହ୍ମା ସତ୍ୟଯୁଗ ରେ ବୈଶାଖ ମାସର ପୁଷ୍ୟାଯୋଗଯୁକ୍ତ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଗୁରୁବାରରେ ଶ୍ରୀମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମ୍ପାଦନ କଲେ । ସେହି ହେତୁ ଏଇ ଦିବସଟି ଅତ୍ୟନ୍ତ ପୁଣ୍ୟତମ ସର୍ବପାପ ବିନାଶ କାରୀ ଅଟେ। ଉକ୍ତ ଦିବସରେ ସ୍ନାନ,ଦାନ,ତପସ୍ୟା ଓ ହୋମଦି କାର୍ଯ୍ୟ କଲେ ଅକ୍ଷୟ ଫଳ ମିଳିଥାଏ। ଯେଉଁ ମନୁଷ୍ୟ ଏହି ଦିବସରେ ଭକ୍ତିପୂର୍ଣ୍ଣ ହୃଦୟ ରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରନ୍ତି ସେମାନେ କୋଟି ଜନ୍ମ ପାପରୁ ମୁକ୍ତି ଲାଭ କରୁଥିବା ନେଇ ବିଶ୍ବାସ ରହିଛି ।

ଏହାର ପୂର୍ବ ଦିନରୁ ଭୋଗମଣ୍ଡପରେ ଅଧିବାସ ହୋଇଥିବା ୧୦୮ ଗଡୁ ଜଳକୁ ଗରାବଡୁ ସେବକମାନେ ମୁହଁରେ ବାଘମୁହାଁ ବାନ୍ଧି ଘଣ୍ଟ , ଛତ୍ର , କାହାଳି ସହ ପଟୁଆରରେ ଚାରି ଥରରେ ଚାରି ପନ୍ତି କରି ଜଳ ପୂର୍ଣ୍ଣ ଗଡୁମାନ ରତ୍ନସିଂହାସନ ନିକଟରେ ବିଜେ କରିବା ପରେ ଜଳ ପୂଜା ଓ ଲାଗି ନୀତି ଅନୁଷ୍ଠିତ ହୋଇଥାଏ। ପୂଜାପଣ୍ଡା ସଂସ୍କାର ପୂର୍ବକ ଜଳ ଲାଗି କରନ୍ତି । ଜଳଲାଗି ଅବକାଶ ସମୟ ଭଳି ଦର୍ପଣ ଉପରେ ଲାଗି ହୋଇଥାଏ । ପରେ ପରେ ନୂଆ ବସ୍ତ୍ର ଲାଗିହେବା ସହ ପୂଜାପଣ୍ଡା, ପତିମହାପାତ୍ର , ମୁଦିରସ୍ତ, ରୂପା ପିଙ୍ଗଣରେ ଚନ୍ଦନ ବିଜେ କରାଇ ଆଣି ସିଂହାସନ ଉପରେ ସଂସ୍କାର ପୂର୍ବକ ପାଳିଆ ପୁଷ୍ପାଳକଙ୍କ ସହ ଚନ୍ଦନ ସର୍ବାଙ୍ଗ କରାନ୍ତି । ତତ୍ ପଶ୍ଚାତ ଭିତରେ ପାଣି ପଡି ଧୁଆଯିବା ପରେ ମଧ୍ୟାହ୍ନ ଧୂପ ବଢିଥାଏ ତତ୍ପରେ ଅଷ୍ଟ ଦିଗପାଳ ଅନ୍ନ ବଳି ଦିଆଯାଇଥାଏ। ପରେ ଯାତ ଭୋଗ ଘଣ୍ଟ, ଛତ୍ର , କାହାଳି ସହ ଶ୍ରୀ ଛାମୁକୁ ଆସିବା ପରେ ମୁଦିରସ୍ତ ପ୍ରସାଦ ଲାଗି କରିଥାନ୍ତି ଓ ଭୋଗ ସରିବା ପରେ ପାଣିପଡି ଧୋପାଖଳ ହୋଇ ତିନି ବାଡ଼ରେ ବନ୍ଦାପନା ନୀତି ଅନୁଷ୍ଠିତ ହୋଇଥାଏ । ତତ୍ପରେ ଆଜ୍ଞାମାଳ ପାଇ ଚଳନ୍ତି ବିଗ୍ରହ ଚାପକୁ ବିଜେ କରିଥାନ୍ତି ।

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.