ଭୁବନେଶ୍ୱରରେ ଉଦଘାଟିତ ହେଲା ଦିବ୍ୟାଙ୍ଗଙ୍କ ପାଇଁ ଦେଶର ପ୍ରଥମ ସ୍ୱତନ୍ତ୍ର ପାର୍କ

ଭୁବନେଶ୍ୱରରେ ଉଦଘାଟିତ ହେଲା ଦିବ୍ୟାଙ୍ଗଙ୍କ ପାଇଁ ଦେଶର ପ୍ରଥମ ସ୍ୱତନ୍ତ୍ର ପାର୍କ

Date:

Insight Bureau: ଏବେ ସାଧାରଣ ପିଲାଙ୍କ ପରି ଦିବ୍ୟାଙ୍ଗ ବି ପାର୍କରେ ଖେଳିବେ, ବୁଲିବେ । ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ପକ୍ଷରୁ ସେନସୋରି ପାର୍କ ଉଦଘାଟିତ ହୋଇଛି । ଦିବ୍ୟାଙ୍ଗଙ୍କ ପାଇଁ ନିର୍ମାଣ ହୋଇଥିବା ଏହି ପାର୍କଟି ରାଜଧାନୀର ସାହିଦନଗରରେ ରହିଛି ।

- Advertisement -

Bhubaneswar gets sensory park for differently-abled. Said to be the first of its kind in India for divyangs, this park in Saheed Nagar has several sensory playing equipment which can be used by all kinds of divyangs of all ages including mentally and physically challenged ones. @CMO_Odisha @pranabpdas @Sulochana_Apa @Ashokpandabbsr @MoSarkar5T @SSEPD2 @BSCL_BBSR @bmcbbsr

ଏହି ପାର୍କରେ  ମାନସିକ, ଶାରିରୀକ ଭାବେ ଅକ୍ଷମ ପିଲା ସୁବିଧାରେ ଖେଳକୁଦ ସାଙ୍ଗକୁ ମନୋରଞ୍ଜନ ଓ ଥେରାପି ନେଇ ପାରିବେ ।  ୧ ଏକର ଜମିରେ ୧ କୋଟି ଟଙ୍କା ବ୍ୟୟରେ ଆଧୁନିକ ଯନ୍ତ୍ରପାତି ରହିଛି ଏହି ପାର୍କରେ ମଧ୍ୟରେ । ଏହାକୁ  ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରିଛନ୍ତି । ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍ ଅଧୀନରେ ଥିବା ଏହି ପାର୍କ ୧୩୬୮ବର୍ଗମିଟର ପରିମିତ ଅଞ୍ଚଳରେ ନିର୍ମାଣ କରାଯାଇଛି ଓ ପ୍ରାୟ ୯୯ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ସକାଳ ୫ଟାରୁ ଦିନ ୧୧ଟା ଏବଂ ଅପରାହ୍‌ଣ ୪ଟାରୁ ରାତି ୯ଟା ଯାଏ ଏହି ପାର୍କ ଖୋଲାଯିବ। ଦିବ୍ୟାଙ୍ଗ ଶିଶୁଙ୍କ ସହ ବରିଷ୍ଠ ନାଗରିକମାନେ ମଧ୍ୟ ଏଠାରେ ବୁଲାବୁଲି କରି ମଜା ନେଇପାରିବେ ।

indias-first-park-for-handicapped-person-in-bhubaneswar
@BSCL_BBSR

 

ଭାରତର ପ୍ରଥମ ଦିବ୍ୟାଙ୍ଗ ପାର୍କ ଭାବେ ଏହା ନିର୍ମାଣ ହୋଇଛି । ମାନସିକ ବିକାରଗ୍ରସ୍ତ ପିଲାମାନେ ବି ଏଠାରେ ସମୟ ବିତାଇ ପାରିବେ । ସମସ୍ତ ଖେଳକୁଦ ସାମଗ୍ରୀ ଓ ମନୋରଞ୍ଜନ ଉପକରଣ ଗୁଡ଼ିକ ପିଲାଙ୍କ ସୁରକ୍ଷାକୁ ଆଖିରେ ରଖି କରାଯାଇଛି । ପିଲାମାନେ ପଡ଼ିଲେ ବି ଆଘାତ ନହେବା ପାଇଁ ସମ୍ପୂର୍ଣ୍ଣ ପଡ଼ିଆରେ ସଫ୍ଟ ସିନ୍ଥେଟିକ ଲାଇନିଂ ବିଛା ଯାଇଛି । ସେନ୍ସ ମାଧ୍ୟମରେ ଖେଳକୁଦ କରିବାର ସୁଯୋଗ ଆଣିଛି ସେନସୋରି ପାର୍କ ।

 

indias-first-park-for-handicapped-person-in-bhubaneswar
@BSCL_BBSR

 

୨୦୧୮ ମସିହାରୁ ଏହି ପାର୍କ ପାଇଁ ଶୁଭ ଦିଆଯାଇଥିବା ସତ୍ତ୍ବେ  ଜମିଜମା ମାମଲାକୁ ନେଇ ବନ୍ଦ ରହିଥିଲା ଏହାର ନିର୍ମାଣ କାମ । ପରେ କୋଭିଡ୍ ଯୋଗୁଁ ବିଳମ୍ବ ହୋଇଥିବା ବେଳେ ଦୁଇ ବର୍ଷ ପରେ ଏହାକୁ ଉଦଘାଟନ କରାଯାଇଛି । ଯେଉଁଠି ହ୍ୱିଲ୍ ଚେୟାର ସୁଇଁ , ଟୁ ସିଟର ସୁଇଂ, ବକେଟ ସୁଇଂ, ମ୍ୟୁଜିକାଲ୍ ପୋଲ, ସାଉଣ୍ଡ ପ୍ଲେ ଭଳି ଅନେକ ଉପକରଣ ରହିଛି । ଦୃଷ୍ଟିହୀନ ପିଲାଙ୍କ ପାଇଁ ବାଦ୍ୟ ଯନ୍ତ୍ର ସହ ବ୍ରେଲି କାନ୍ଥ ରହିବା ସହ ହ୍ୱିଲ୍ ଚେୟାର ସହ ଝୁଲିବା ଲାଗି ଦୋଳି ଭଳି ବ୍ୟବସ୍ଥା ମଧ୍ୟ କରାଯାଇଛି  । ନି ସିଟ୍‌ ବିଶିଷ୍ଟ ଗ୍ରାଉଣ୍ଡ୍‌ ଲେଭଲ୍ ଏମ୍‌ଜିଆର୍‌ରେ ତିନି ସାଙ୍ଗ ବସି ଆରାମରେ ବୁଲିପାରିବେ। ଏହା ସେମାନଙ୍କୁ ବ୍ରେକ୍ ଡ୍ୟାନ୍ସ ଦୋଳିର ଅନୁଭବ ଦେବ। ସିଙ୍ଗଲ୍ ସିଟର ସ୍ପିଙ୍ଗ୍ ରାଇଡ୍‌, ସୋଲଡର୍ ବିଲ୍‌ଡର୍ ମାଧ୍ୟମରେ ବ୍ୟାୟାମ ସୁବିଧା ରହିଛି ଓ ଏହା ସେମାନଙ୍କୁ ସୁସ୍ଥ ରଖିବାରେ ସହାୟକ ହେବ। ସେହିପରି ଶୌଚାଳୟକୁ ଯିବା ପାଇଁ ଶିଡ଼ି ତିଆରି ହୋଇଛି। ବହୁ ସ୍ଥାନରେ ପିଇବା ପାଣି ପାଇଁ ଟ୍ୟାପ୍ ବ୍ୟବସ୍ଥା ରହିଛି ।

indias-first-park-for-handicapped-person-in-bhubaneswar
@IPR_Odisha

ଏଭଳି ନିଆରା ପାର୍କର ରକ୍ଷଣାବେକ୍ଷଣ ଦାୟିତ୍ୱ ଏକ ସ୍ୱତନ୍ତ୍ର ଏଜେନ୍ସିକୁ ଦିଆଯାଇଛି । ସାଧାରଣ ପିଲାଙ୍କୁ ସେନସୋରି ପାର୍କକୁ ପ୍ରବେଶ ବାରଣ କରାଯାଇଛି । ଆଗକୁ ବ୍ରହ୍ମପୁର ଓ ସମ୍ବଲପୁରରେ ଏସ.ଆଇ.ପିର ସାଟେଲାଇଟ୍ ସେଣ୍ଟର ହେବା ନେଇ ଯୋଜନା ରହିଛି । ଆଗକୁ ରାଜ୍ୟର ୮ଟି ସ୍ଥାନରେ ପ୍ରତିଷ୍ଠା ହେବ ଭିନ୍ନକ୍ଷମ ଥଇଥାନ କେନ୍ଦ୍ର ।

Share post:

Popular

More like this
Related

ISKCON Jagannatha Ratha Jatra Row- Impasse Must End

TNI bureau: A deep spiritual conflict has emerged between...

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...