ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତରଣ ପର୍ବ; ବଦଳୁଛି ସରକାରୀ ବିଦ୍ୟାଳୟର ଚିତ୍ର

ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତରଣ ପର୍ବ; ବଦଳୁଛି ସରକାରୀ ବିଦ୍ୟାଳୟର ଚିତ୍ର

Date:

By Tanushree Mahapatra :  ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତରଣ ପର୍ବ । ବଦଳୁଛି ସରକାରୀ ସ୍କୁଲର ଚିତ୍ର । ୫ଟି ସଂସ୍କାରରେ ସ୍କୁଲ ଟ୍ରାନ୍ସଫର୍ମେସନରେ ମିଳୁଛି ନୂଆ ଭିତ୍ତିଭୂମି । ଏହି କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାରେ ଥିବା ସମସ୍ତ ସରକାରୀ ଉଚ୍ଚବିଦ୍ୟାଳୟ ଗୁଡିକ ଭିତ୍ତିଭୂମି ଓ ଶୈକ୍ଷିକ ପରିବେଶରେ ଉନ୍ନତି ଆଣିବା ପାଇଁ ଖସଡା ପ୍ରସ୍ତୁତ କରାଯାଇଛି । ଯାହାଫଳରେ ସ୍କୁଲ ପରିସରକୁ ଆକର୍ଷଣୀୟ କରାଯିବା ସହ ଗୁଣାତ୍ମକ ଶିକ୍ଷା କୁ ପ୍ରୋତ୍ସାହନ ମିଳିବ ।

- Advertisement -

ଘରୋଇ ସ୍କୁଲ ଭଳି ହାଇ-ଟେକ୍ନୋଲୋଜି, କାଠ ବେଞ୍ଚ ଟେବୁଲ ବଦଳରେ ନୂଆ ଡେସ୍କ ବେଞ୍ଚ, ଲାଇଟ ଓ ଫ୍ୟାନର ମିଳୁଛି ସୁବିଧା । ସରକାରଙ୍କ ଏହି ବୈପ୍ଲବିକ ଯୋଜନା ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ । ଯାହାକୁ ନେଇ ବେଶ ଖୁସି ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ ।

ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ମୋଟ ୧୦୭୦ ସ୍କୁଲ ଟ୍ରାନ୍ସଫରମେସନ କରିବାକୁ ଯୋଜନା ରହିଛି । ମୁଖ୍ୟମନ୍ତ୍ରୀଙ୍କ ଅଭିନବ ପରିକଳ୍ପନା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଆଜି ସରକାରୀ ହାଇସ୍କୁଲର ପରିବେଶକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି।ଏହା ଅଧୀନରେ ସରକାରୀ ହାଇସ୍କୁଲରେ ସ୍ମାର୍ଟ କ୍ଲାସରୁମ, ପାଠାଗାର ଓ ଇ-ଲାଇବ୍ରେରି, ବିଶୁଦ୍ଧ ପାନୀୟ ଜଳ , ଅତ୍ୟାଧୁନିକ ଶୌଚଳୟ ଓ ଆଧୁନିକ ବିଜ୍ଞାନାଗାର ଆଦି ସୃଷ୍ଟି କରାଯାଇଛି। ପାଠପଢ଼ା ସହିତ କ୍ରୀଡ଼ାର ବିକାଶ ଏବଂ ଛାତ୍ରଛାତ୍ରୀଙ୍କ ସର୍ଜନାତ୍ମକ ପ୍ରତିଭାର ପ୍ରଦର୍ଶନ ଲାଗି ବିଶେଷ ସୁଯୋଗ ସୃଷ୍ଟି କରାଯାଉଛି।

ଏହି ନୂତନ ତଥା ବ୍ୟାପକ ବ୍ୟବସ୍ଥା ସ୍କୁଲଗୁଡ଼ିକର ଶିକ୍ଷା ପରିବେଶରେ ଉନ୍ନତି ସହିତ ଛାତ୍ରଛାତ୍ରୀଙ୍କର ଭବିଷ୍ୟତକୁ ଗଢ଼ିବାରେ ବିଶେଷ ସହାୟକ ହୋଇପାରିବ।ଏହା ପିଲାମାନଙ୍କର ସ୍ୱପ୍ନକୁ ସାକାର କରିବା ସହ ଜୀବନର ରୂପାନ୍ତରଣରେ ବିଶେଷ ସହାୟକ ହେବ।

୫-ଟି ଉପକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦୨୫ଟି ହାଇସ୍କୁଲର ରୂପାନ୍ତରଣ କରାଯାଇଛି। ରାଜ୍ୟର ୫ଟି ଜିଲ୍ଲାରୁ ଆରମ୍ଭ ହୋଇଥିବା ଲୋକାର୍ପଣ ଉତ୍ସବ ୨୪ ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ପ୍ରକାଶ ଥାଉ କି ପାଇଲଟ ପ୍ରୋଜେକ୍ଟ ଭାବେ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡରେ ୫୦ଟି ସ୍କୁଲରେ କାର୍ଯ୍ୟକାରୀ ହୋଇଥିଲା । ହିଞ୍ଜିଲିରେ ୫୦ ଟି ବିଦ୍ୟାଳୟର ରୂପାନ୍ତର କାର୍ଯ୍ୟ ସମାପ୍ତ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ ୧୦ ଟି ବିଦ୍ୟାଳୟର ଉଦଘାଟନ କରିଥିଲେ । ପରେ ପ୍ରଥମ ପର୍ଯ୍ୟାୟ ଭିତ୍ତିକ ରାଜ୍ୟର ବିଭିନ୍ନ ଅଧୀନରେ ଏହା କାର୍ଯ୍ୟକାରୀ ହେଉଛି ।
୧୧ ନଭେମ୍ବର ୨୦୨୧ ସୁନ୍ଦରଗଡ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ରୂପାନ୍ତରିତ ସରକାରୀ ହାଇସ୍କୁଲର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ।

ରାଜ୍ୟ ସରକାରଙ୍କ ଅଭିନବ ୫-ଟି ଅଧୀନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ୬୭ଟି , କଟକରେ ୩୦ , ବାଲେଶ୍ବରରେ ୨୩, ନବରଙ୍ଗପୁରରେ ୧୨ ଏବଂ ୧୦ ଟି କନ୍ଧମାଳ ରୂପାନ୍ତରିତ ସରକାରୀ ହାଇସ୍କୁଲର ଲୋକାର୍ପଣ କରିଥିଲେ । ସୁନ୍ଦରଗଡ଼କୁ ମିଶାଇ ୫ଟି ଜିଲ୍ଲାରେ ରୂପାନ୍ତରିତ ମୋଟ ୧୪୨ଟି ହାଇସ୍କୁଲର ଲୋକାର୍ପଣ କରାଯାଇଥିଲା ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ,‘‘ସ୍କୁଲରେ ତିଆରି ହୁଏ ଦେଶ ତଥା ଜାତିର ଭବିଷ୍ୟତ। ସ୍କୁଲ ସମୟ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ। ତେଣୁ ଏହି ସମୟରେ ପିଲାମାନଙ୍କୁ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଆମର ଦାୟିତ୍ୱ’’ ।

ଶିଶୁଦିବସ ଅବସରରେ ବୋଦ୍ଧ, ସୋନପୁର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାର ୧୩୮ଟି ରୂପାନ୍ତର ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଥିଲେ ।

କେନ୍ଦୁଝରରେ ୧୦୦ ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହୋଇଥିବା ବେଳେ ବୌଦ୍ଧରେ ୧୦, ସୋନପୁରରେ ୧୧ ଓ ଭଦ୍ରକରେ ୧୭ଟି ସ୍କୁଲ ଲୋକାର୍ପିତ ହୋଇଛି ଏବଂ ହିଞ୍ଜିଳି ଓ ଶେରଗଡର ୫୦ଟି ସ୍କୁଲକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ମାଲକାନଗିରିର ୬ଟି ହାଇସ୍କୁଲ, ଝାରସୁଗୁଡ଼ାର ୨୫, କଳାହାଣ୍ଡିର ୨୬, ମୟୂରଭଞ୍ଜର ୬୦ ଓ ଖୋର୍ଦ୍ଧାର ୩୮ଟି ହାଇସ୍କୁଲ ଲୋକାର୍ପିତ ହେବ । ସ୍କୁଲର ଭିତ୍ତିଭୂମି ଓ ଶୈକ୍ଷିକ ବାତାବରଣ ଦେଖି ଅଭିଭାବକଙ୍କ ମହଲରେ ଖୁସିର ଲହରୀ ଦେଖା ଯାଇଛି ।

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...