ଓଡ଼ିଶାର ଅନନ୍ୟ କଳା ‘ଜଉ କଣ୍ଢେଇ’

ଓଡ଼ିଶାର ଅନନ୍ୟ କଳା ‘ଜଉ କଣ୍ଢେଇ’

Date:

Insight Bureau: କଳା, ଭାସ୍କର୍ଯ୍ୟ, ସଂସ୍କୃତିରେ ଭରପୁର ଆମ ଓଡ଼ିଶାର ମାଟି । ଆଜି ବି ପୃଷ୍ଠପୋଷକତା ଅଭାବ, ବିଦେଶୀ ସଂସ୍କୃତି  ଓ ଯନ୍ତ୍ରସଭ୍ୟତାର ପ୍ରବଳ ପ୍ରତିଯୋଗିତା ସତ୍ତ୍ୱେ କିଛି କଳାକାର ଅଛନ୍ତି ବଞ୍ଚାଇ ରଖିଛନ୍ତି ଅନେକ  କଳାକୁ । ସେଇ ଗୋଟିଏ ବୃତ୍ତିକୁ କେନ୍ଦ୍ର କରି ଗଢିଉଠିଛି ଗୋଟିଏ ଗାଁ, ଗାଁର ବାସିନ୍ଦାଙ୍କର ସେଇ ଗୋଟିଏ ଆତ୍ମନିଯୁକ୍ତି । କେଉଁଠି ପଥରରେ ଖୋଦେଇ କରି ତ , କେଉଁଠି ମୁଖା ତିଆରି କରି । ଆଉ କେଉଁଠି ରୂପାରେ କମନୀୟ କୋଣାର୍କ ତିଆରିହୁଏ, କେଉଁଠି ମାଛଧରା ଡଙ୍ଗା ଓ ଜାଲ ତିଆରି ହୁଏ । ଆଉ କେଉଁ ଗାଁରେ ସୋଲରେ ମୁକୁଟ ତିଆରି ହୁଏ, ପୁଣି କେଉଁଠି ମାଟିରେ ଗଢାହୁଏ କେତେ କଣ ।  ଯାହା ନିଜ ରାଜ୍ୟ ପାଇଁ ପ୍ରସିଦ୍ଧି ଲାଭ କରିଥିବା ବେଳେ ରାଜ୍ୟ ବାହାର ଲୋକଙ୍କୁ ବି ଆକର୍ଷିତ କରି ପାରୁଛି ।

- Advertisement -
Traditional Toys of Odisha
@Manaswiini

ପୁରୁଣା ବାଲେଶ୍ଵର ସମେତ ଜିଲ୍ଲାର ପାତ୍ରପଡ଼ା, ବଡ଼ଖୁଆ ଆଦି ଅଞ୍ଚଳର  ଅନନ୍ୟ କଳା ହେଉଛି ଜଉ କଣ୍ଢେଇ  । ବର୍ତ୍ତମାନ ସାମ୍ପ୍ରତିକ ସମାଜର ମଣିଷମାନେ ଯେମିତି ଲୁହା, ଷ୍ଟିଲ, ପ୍ଲାଷ୍ଟିକ, ଆଲ୍‌ମୁନିୟମ, ଫାଇବର ସହିତ ପରିଚିତ ଜଉ ବା ଲାଖ ସହିତ ସେମିତି ପରିଚିତ ନୁହଁନ୍ତି । କାରଣ ଏବେ ଜଉ ବା ଲାଖର ପ୍ରଚଳନ କମିବାରେ ଲାଗିଛି । ଏଥିରେ ସ୍ତ୍ରୀଲୋକମାନେ ପିନ୍ଧୁଥିବା ଶଙ୍ଖା, ବିଭିନ୍ନ ପ୍ରକାର ମୂର୍ତ୍ତି ତିଆରି ହେବା ସହିତ ଏହା ଏକ ବିଶେଷ ପ୍ରଲେପ ଭାବରେ ବ୍ୟବହୃତ ହୁଏ । କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାର ଜଙ୍ଗଲରୁ ଜଉ ବହୁ ପରିମାଣରେ ମିଳୁଥିବା ସୂଚନା ରହିଥିଲା ।

Traditional Toys of Odisha
@Manaswiini

ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ ଓ କଟକ ଜିଲ୍ଲାରେ ଜଉକୁ ନେଇ ବିଭିନ୍ନ ସୁନ୍ଦର ହସ୍ତକାମର ପରମ୍ପରା ଥିଲେ ମଧ୍ୟ ବାଲେଶ୍ଵର ମାଟିରେ ଜଉର ସ୍ଵତନ୍ତ୍ର ପରିଚୟ ତଥା ବ୍ୟବହାର ରହିଛି  । ଦାମ୍ପତ୍ୟ ଜୀବନକୁ ସରଳ ଆଉ ସୁନ୍ଦର କରି ଗଢ଼ି ତୋଳିବା ପାଇଁ ପବିତ୍ର ସାବିତ୍ରୀ ବ୍ରତର ଫରୁଆ ଭିତରେ ବରକନିଆଁ ଜଉ କଣ୍ଢେଇ ସହିତ ଜଉଚୁଡ଼ି ଦେବାର ବିଧି ରହିଛି  ।  କେବଳ ସେତିକି ନୁହଁ ବାହାଘରବେଳେ କନିଆଁ ପକ୍ଷ ଏହି କଣ୍ଢେଇ ନବଦମ୍ପତିଙ୍କ ହାତରେ ଟେକି ଦେଇ ବୈବାହିକ ଜୀବନର ସୁଖକାମନା କରିବାର ଏକ ନିଆରା ପରମ୍ପରା ତଥା ଲୋକସଂସ୍କୃତି  ବାଲେଶ୍ବରରେ ରହିଛି  । ତେବେ ନବରଙ୍ଗପୁରରେ ମଧ୍ୟ ଜଉକଳାର ସ୍ବତନ୍ତ୍ର ପ୍ରଚଳନ ରହିଛି । ମୂର୍ତ୍ତି ବା କଣ୍ଢେଇ ତିଆରି ଅପେକ୍ଷା ବାଉଁଶ ବା ବେତରେ ତିଆରି ହୋଇଥିବା ପେଡ଼ି, ଟୋକେଇ ଉପରେ ଏହି ଜଉର ପ୍ରଲେପ ଦିଆଯାଇ ଚିତ୍ର ଅଙ୍କନ କରାଯାଇ, ସେ ପେଡ଼ି ବା ଟୋକେଇକୁ ବାହାଘର ବେଳେ ଯୌତୁକରେ ଦିଆଯାଇଥାଏ । ମାଣବସା ତଥା ଅନ୍ୟାନ୍ୟ ପର୍ବପର୍ବାଣିରେ ପୂଜାବେଳେ ଏପରି ପେଡ଼ି ବ୍ୟବହାର ସ୍ବତନ୍ତ୍ର । ବିଶେଷତଃ ଜମିଦାର ପରିବାରରେ ଏହି ଜଉ-ପେଡ଼ିର ବିଶେଷ ପ୍ରଚଳନ କରାଯାଉଥିଲା  ।

Traditional Toys of Odisha
@Manaswiini

ଜଉ କଣ୍ଢେଇ ତିଆରି କରିବାକୁ ହେଲେ ପ୍ରଥମେ ମାଟିରେ ମୂର୍ତ୍ତି ତିଆରି କରାଯାଏ । ତା’ପରେ ତାକୁ ନିଆଁରେ ପୋଡ଼ି ସେଇ ପୋଡ଼ା ମୂର୍ତ୍ତି ଉପରେ ଜଉର ପ୍ରଲେପ ଦିଆଯାଏ ଏବଂ ତା’ ଉପରେ ଆବଶ୍ୟକ ଅନୁଯାୟୀ ରଙ୍ଗ ମଧ୍ୟ ଦିଆଯାଏ । ଜଉର ପ୍ରଲେପ ତେଲିଆ ଓ ଚିକ୍କଣ ହୋଇଥିବାରୁ ସେଥିରେ ପାଣି ପଡ଼ିଲେ ମୂର୍ତ୍ତିର କୌଣସି କ୍ଷତି ହୁଏ ନାହିଁ । ଏହାଛଡ଼ା ମୂର୍ତ୍ତି ଉପରେ ଧୂଳି ମଇଳା ପଡ଼ିଲେ ପୋଛିଦେଇ ସଫା କରିହୁଏ । ଭାରତର ବିଭିନ୍ନ ଭାଗରେ ଜଉକଳାର ଆଦର ବଳବତ୍ତର ଥିବା ବେଳେ ବାଲେଶ୍ୱରର ଏହି ନିଆରା ପରମ୍ପରା କେବଳ କଣ୍ଢେଇ ମଧ୍ୟରେ ସୀମିତ ହୋଇ ରହି ନ ଥିଲା । ଆଜିକୁ  ୨୦୦ ବର୍ଷ କିମ୍ବା ଅଧିକ ଦିନରୁ ଏଠାକାର ଶଙ୍ଖାରୀ ପରିବାର ଜଉ କଣ୍ଢେଇ ତିଆରିର ପରମ୍ପରା ସୃଷ୍ଟି କରିଥିଲେ । ଏହାର ସରଳ ଓ ସୁନ୍ଦର ଗଠନାକୃତି ଆଦିମ ଆଦିବାସୀ ସମ୍ପ୍ରଦାୟର ବୋଲି ଗବେଷକମାନେ  ମତ ଦିଅନ୍ତି ।

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.