ଓଡ଼ିଶାରେ ଇକୋ ରିଟ୍ରିଟ କ’ଣ କେବଳ ଧନୀ ମାନଙ୍କ ପାଇଁ?

ଓଡ଼ିଶାରେ ଇକୋ ରିଟ୍ରିଟ କ’ଣ କେବଳ ଧନୀ ମାନଙ୍କ ପାଇଁ?

Date:

ଇନସାଇଟ ବ୍ୟୁରୋ: କୋଭିଡ କଟକଣା ଭିତରେ ତୃତୀୟ  ଥର ପାଇଁ ଇକୋ ରିଟ୍ରିଟ ଉତ୍ସବ ଉଦଘାଟିତ ହୋଇଛି । ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଚଳିତବର୍ଷ ୭ଟି ସ୍ଥାନରେ ଇକୋ ରିଟ୍ରିଟ୍‌ ଆୟୋଜନ କରିଛି  ରାଜ୍ୟ ପର୍ଯ୍ୟଟନ ବିଭାଗ – କୋଣାର୍କ , କୋରାପୁଟ , ସାତକୋଶିଆ , ଭିତରକନିକା ,ହୀରାକୁଦ , ଦାରିଙ୍ଗବାଡି , ପାତି ସୋନାପୁର। ପ୍ରକୃତି ରାଣୀର କୋଳରେ ନିଜକୁ ହଜାଇ ଦେବା ସହ ଥଣ୍ଡାର ମଜା ନେବାପାଇଁ ପ୍ରତିବର୍ଷ ଏଠାକୁ ପର୍ଯ୍ୟଟକମାନଙ୍କ ସୁଅ ଛୁଟିଥାଏ  । ଏଥିପାଇଁ ୧୦ ହଜାରରୁ ୩୦ ହଜାର ଟଙ୍କା ଦେଇ ଏହାର ଲାଭ ଉଠାଇ ପାରିବେ ପର୍ଯ୍ୟଟକ ।

- Advertisement -

ପର୍ଯ୍ୟଟକ ମାନଙ୍କୁ ଏଥିରେ ପଞ୍ଚ ତାରକା ହୋଟେଲ ସୁବିଧା ସୁଯୋଗ ଯୋଗାଇ ଦେବାର ବ୍ୟବସ୍ଥା କରିଛି ପର୍ଯ୍ୟଟନ ବିଭାଗ । ଏହା ସହିତ ସେମାନଙ୍କୁ ଓଡିଶାର ବିଭିନ୍ନ ପାରମ୍ପରିକ ଖାଦ୍ୟ, ସହିତ ବିଦେଶୀ ଖାଦ୍ୟ, ବୋଟିଂର ବ୍ୟବସ୍ଥା ସହିତ, ବିଚ୍ ଭଲିବଲ ଭଳି ସୁବିଧା ଯୋଗାଇ ଦେବା ସହିତ ବିଭିନ୍ନ ପର୍ଯ୍ୟଟନ ସ୍ଥାନ ବୁଲିବାର ସୁଯୋଗ ପାଇବେ ପର୍ଯ୍ୟଟକ ।

ଏହାଛଡା ସେମାନଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାର ସମ୍ଵଲପୁରୀ, ଓଡିଶୀ, ଅ।ଦିବାସୀ ନୃତ୍ୟ ସହିତ ବଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପର୍ଯ୍ୟଟକ ମାନଙ୍କୁ ସେବା ଯେଗାଇ ଦେବ ପର୍ଯ୍ୟଟନ ବିଭାଗ ।ପର୍ଯ୍ୟଟକ ମାନଙ୍କ ପାଇଁ ରେଷ୍ଟୁରାଣ୍ଟ, ବ୍ୟାଟେରୀଚାଳିତ ଗାଡି, ଫୁଡ ଷ୍ଟଲର ମଜା ଉଠାଇ ପାରିବେ ପର୍ଯ୍ୟଟକ ।

ଏହା ଓଡ଼ିଶା ପର୍ଯ୍ୟଟନ ଶିଳ୍ପ ବିକାଶରେ ଏକ ମାଇଲ ଖୁଣ୍ଟ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଓଡ଼ିଶା ଭଳି ସଂସ୍କୃତି ସଂପନ୍ନ ରାଜ୍ୟରେ ପାଶ୍ଚାତ୍ୟ ସଭ୍ୟତା ଶୈଳୀରେ ହୋଇଥିବା ଇକୋ-ରିଟ୍ରିଟ୍ ପାଇଁ ଗତ ଦୁଇ ବର୍ଷରେ ୨୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ସରିଲାଣି । ସରକାର ୫ ବର୍ଷିଆ ଇକୋ ରିଟ୍ରିଟ ଯୋଜନା ପାଇଁ ୨୩୬ କୋଟିର ବଜେଟ ରଖିଛନ୍ତି । ୨୦୧୬ରୁ ୨୦୧୯ ମଧ୍ୟରେ ରାଜ୍ୟରେ ପର୍ଯ୍ୟଟକଙ୍କ ବୃଦ୍ଧି ହାର କ୍ରମାଗତ ଭାବେ ୯ ପ୍ରତିଶତରୁ କମ୍ ଥିବା ବେଳେ କରୋନା ପାଇଁ ଏହି ସଂଖ୍ୟା ୨୦୨୦-୨୧ରେ ୮୪ ପ୍ରତିଶତ ହ୍ରାସ ପାଇଛି। ଅର୍ଥାତ୍ କରୋନା କଟକଣା ଯୋଗୁ ଗତବର୍ଷ ମାତ୍ର ୬୫୨ ଜଣ ବିଦେଶୀ ପର୍ଯ୍ୟଟକ ଆସିଥିବା ବେଳେ ୨୩ ଲକ୍ଷ ଘରୋଇ ପର୍ଯ୍ୟଟକ ଓଡ଼ିଶା ଭ୍ରମଣ କରିଥିଲେ।

ଟେଣ୍ଟ ଗୁଡିକର ଅତ୍ୟଧିକ ଦର ଘରୋଇ ପର୍ଯ୍ୟଟକଙ୍କୁ ସୁହାଉନି ।  ଟେଣ୍ଟ ଗୁଡିକରେ କୋଟି  କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଗତ ଦୁଇ ବର୍ଷ ଭିତରେ ଏହାର ଦୁଇଟି ସଂସ୍କରଣ ଶେଷ ହୋଇଛି । ୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଏହାରି ଭିତରେ । ଗୋଟିଏ ରାତି ରହିବାକୁ ହେଲେ ପର୍ଯ୍ୟଟକଙ୍କୁ ସର୍ବନିମ୍ନ ୧୦ ହଜାର ଟଙ୍କାରୁ ୨୮ ହଜାର ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡୁଛି ଆଊ ଯଦି ସପ୍ତାହର ଶେଷ ଦିନ ବୁକ କଲେ ୩୦ ହଜାର ଟଙ୍କା ଦବାକୁ ପଡିବ । ଗୋଟେ ମଧ୍ୟବିତ୍ତ ଏବଂ ଉଚ୍ଚମଧ୍ୟବିତ୍ତ ଏତେ ଟଙ୍କା ଖର୍ଚ୍ଚ କରିବା ବି ସମ୍ଭବ ନୁହେଁ । ସେଥି ପାଇଁ ଅନେକ ଟେଣ୍ଟ ଖାଲି ପଡି ରହୁଥିବା ଦେଖିବାକୁ ମିଳୁଛି । ଘରୋଇ ପର୍ଯ୍ୟଟକଙ୍କ କହିବା ଅନୁଯାୟୀ ଏହାର ଦର ଅଧିକ ରହୁଥିବାରୁ ସେମାନେ ସେଠାକୁ ଯାଉ ନାହାନ୍ତି । ସେମାନେ ଏହି ଟେଣ୍ଟ ଗୁଡିକର ମୂଲ୍ୟ ଖସାଇବା ପାଇଁ ସରକାରଙ୍କୁ ଅନୁରୋଧ  କରିଛନ୍ତି । କରୋନା ପାଇଁ ୨୦୨୧- ୨୨ ରେ ୮୪ % ପର୍ଯ୍ୟଟକଙ୍କ ସଂଖ୍ୟା କମିଛି । ଘରୋଇ ପର୍ଯ୍ୟଟକ ଏତେ ଟଙ୍କା ଖର୍ଚ୍ଚ କରିବା ପୂର୍ବରୁ ତାଙ୍କୁ ଭାବିବାକୁ ପଡୁଛି । ଯଦି ସରକାର ଏହି ଟେଣ୍ଟ ଗୁଡିକରେ ରହିବା ବ୍ୟବସ୍ଥାରେ ଯଦି ସଠିକ ଦର ନିର୍ଦ୍ଧାରିତ କରିବେ, ଏହା ଘରୋଇ ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିପାରିବ ।

Share post:

Popular

More like this
Related

ISKCON Jagannatha Ratha Jatra Row- Impasse Must End

TNI bureau: A deep spiritual conflict has emerged between...

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...