ଓଡିଶାରେ ଏକ୍‌ମୋ ଚିକିତ୍ସା ଏକ ବଡ ଆହ୍ୱାନ ହେବ

ଓଡିଶାରେ ଏକ୍‌ମୋ ଚିକିତ୍ସା ଏକ ବଡ ଆହ୍ୱାନ ହେବ

Date:

ଦ୍ବିତୀୟ ପର୍ଯ୍ୟାୟ କୋଭିଡ୍‌ ଲହରରେ ପ୍ରାୟ ୧୭ ପ୍ରତିଶତ ରୋଗୀ ଗୁରୁତର ହେଉଛନ୍ତି। ଏମାନଙ୍କ ମଧ୍ୟରୁ ଅନେକଙ୍କୁ ଏକ୍‌ମୋ ଚିକିତ୍ସା ପାଇଁ ପଦକ୍ଷେପ ନିଆଯାଇଛି। ଓଡ଼ିଶାରେ ମାତ୍ର ଦୁଇଟି ଘରୋଇ ହସ୍ପିଟାଲରେ ଏକ୍‌ମୋ (ECMO) ମେସିନ୍ ରହିଛି। ଏଣୁ ଅନେକ ଗୁରୁତର ରୋଗୀଙ୍କୁ ରାଜ୍ୟ ବାହାରକୁ ଏୟାର ଆମ୍ବୁଲାନ୍ସରେ ନେବାକୁ ପଡୁଛି। ପରିସ୍ଥିତିର ଗମ୍ଭୀରତାକୁ ଉପଲବ୍ଧି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ପର୍ଯ୍ୟାୟ ପୂର୍ବରୁ ରାଜ୍ୟରେ ଏକ୍‌ମୋ ଚିକିତ୍ସା ବ୍ୟବସ୍ଥା କରିବା ଲାଗି ପଦକ୍ଷେ ନେଇଛନ୍ତି।

- Advertisement -

ଏଭଳି ଘଡିସନ୍ଧି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ଛତିଶଗଡ଼ରେ ଷ୍ଟିଲଅଥରଟି ଅଫ୍ ଇଣ୍ଡିଆର (ସେଲ) ଭିଲାଇ ଇସ୍ପାତ୍ କାରଖାନା ପରିସରରେ ଅକ୍ସିଜେନ୍ ସଂଯୁକ୍ତ ୧୧୪ ବେଡ୍ ବିଶିଷ୍ଟ ଜୁମ୍ବୋ କୋଭିଡ୍ କେୟାର ସେଂଟରର ଲୋକାର୍ପଣ କରିବା ଅବସରରେ ଏକ ବଡ଼ ଘୋଷଣା କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସେଲ୍ ଦ୍ୱାରା ପରିଚାଳିତ ରାଉରକେଲା ସମେତ ସମସ୍ତ ହସ୍ପିଟାଲ ଗୁଡିକରେ ଏକ୍‌ମୋ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀ ପ୍ରଧାନଙ୍କ କହିବା କଥା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତମାନର କୋଭିଡ୍ ମହାମାରୀର ସଂକଟ ସମୟରେ ଦେଶର ଇସ୍ପାତ୍ ପ୍ଲାଣ୍ଟ ନିକଟରେ କୋଭିଡ୍ ହସ୍ପିଟାଲ ନିର୍ମାଣ କରିବା ପାଇଁ ଆହ୍ୱାନ କରିଛନ୍ତି। କୋଭିଡ୍‌-୧୯ ମୁକାବିଲାରେ ଭାରତକୁ ମଜବୁତ୍ କରିବା ପାଇଁ ‘ଯେଉଁଠି ସମସ୍ୟା, ସେଇଠି ଚିକିତ୍ସା’, ଏଭଳି ପରିକଳ୍ପନା କରାଯାଇଛି। ଏଣୁ ଆଗକୁ ଏ ଦିଗରେ ଅଧିକ ପଦକ୍ଷେପ ନିଆଯିବ।

କେନ୍ଦ୍ର ସରକାରଙ୍କ କାର୍ଯ୍ଯକ୍ରମକୁ ମାତ ଦେଇ କୋଭିଡ ଚିକିତ୍ସାରେ ଲୋକଙ୍କ ମନ ଜିଣିବା ସହ ଓଡିଶା ମାଟିରେ ଗୁରୁତରଙ୍କୁ ସୁବିଧା ଦେବା ପାଇଁ ରାଜ୍ଯ ସରକାର ମନସ୍ଥ କରି ୬ଟି ଏକମୋର କ୍ରୟ ପାଇଁ ମନ ବଳାଇଛନ୍ତି। କୋଭିଡ ଦ୍ୱାରା ଗୁରୁତର ଆକ୍ରାନ୍ତ ରୋଗୀର ରକ୍ତ ସଂଞ୍ଚାଳନରେ ସମ୍ପୃକ୍ତ ବହୁ ପ୍ରତ୍ଯଙ୍ଗ କାର୍ଯ୍ଯକ୍ଷମ ନହେବା ପରେ ରୋଗୀ ଗୁରୁତର ହୋଇପଡେ। ଏହିସମୟରେ ଗୁରୁତର ଫୁସଫୁସ ସଂକ୍ରମଣ ରୋଗୀକୁ ଏକମୋ ସ୍ୱାସ୍ଥ୍ଯଯନ୍ତ୍ର ଜୀବନ ରକ୍ଷାକାରୀ ସହାୟକ ପାଲଟିଛି।

ଏହି ଯନ୍ତ୍ରର ସହାୟତ ପାଇଁ କୋଟିକୋଟି ଖର୍ଚ୍ଚାନ୍ତ ହୋଇ ବିମାନ ଆମ୍ବୁଲାନ୍ସ ଯୋଗେ ଓଡିଶାରୁ ବିଗତ କିଛିଦିନରେ ୪-୫ଜଣ ରୋଗୀ କୋଲକତା, ଚେନ୍ନାଇ ସ୍ଥାନାନ୍ତର ହୋଇଛନ୍ତି। ଯନ୍ତ୍ରର ଖର୍ଚ୍ଚ ମଧ୍ଯରୁ ଏକ ସିଂହଭାହ ଆମ୍ବୁଲାନ୍ସ ଖର୍ଚ୍ଚରେ ଚାଲିଯାଉଛି। ଏହି ରୋଗୀ ମଧ୍ଯରେ ଗଞ୍ଜାମ ଜିଲ୍ଲାର ଅମ୍ରିତ ସମେତ ଭଞ୍ଜନଗରର ଜନୈକ ରୋଗୀ ଅଛନ୍ତି। ରୋଗୀଙ୍କ ସମ୍ପର୍କୀୟ ଜୀବନ ବଞ୍ଚାଇବା ପାଇଁ ସମାଜ ଆଗରେ ସାହାଯ୍ଯ ଲୋଡିବାକୁ ବାଧ୍ଯ ହେଉଛନ୍ତି।

ଠିକ୍ ଏହିଭଳି ଘଡିସନ୍ଧି ମୁହୁର୍ତରେ ଓଡିଶା ସରକାର ୬ଟି ମେସିନ ବିଦେଶରୁ ଆମଦାନୀ କରି ଓଡିଶାର ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ଚିକିତ୍ସାଳୟ ସମେତ କ୍ଯାପିଟେଲ ହସ୍ପିଟାଲ ଭୁବନେଶ୍ୱରରେ ସ୍ଥାପନା ପାଇଁ ନିଷ୍ପତିକୁ ଭାରତୀୟ ଜନତାପାର୍ଟିର ବ୍ରହ୍ମପୁର ଲୋକସଭାର ସାଂସଦ ପ୍ରାର୍ଥୀ ତଥା ଓଡିଶା ପ୍ରଦେଶ ଭାଜପା ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର ରାଜ୍ଯସରକାରଙ୍କ ନିସ୍ପତ୍ତିକୁ ସ୍ୱାଗତ ଜଣାଇଛନ୍ତି। ଏହା ସହ ରାଜ୍ଯର ବିଭିନ୍ନ ସ୍ଥାନରେ ଖୋଲା ଯାଇଥିବା ଭେଷଜ ମହାବିଦ୍ଯାଳୟ ଚିକିତ୍ସାଳୟରେ ଏକମୋ ଚିକିତ୍ସା ପାଇଁ ଆବଶ୍ଯକୀୟ ଉଚ୍ଚକ୍ଷମତା ସମ୍ପର୍ଣ୍ଣ ଭିତ୍ତିଭୁମି ସୁଦୃଢ କରିବା ସହ ଏକମୋ ମେସିନ ସ୍ଥାପନା କରିବା ପାଇଁ ଭୃଗୁ, ମୁଖ୍ଯମନ୍ତ୍ରୀଙ୍କୁ ପତ୍ର ମାଧ୍ଯମରେ ଅନୁରୋଧ କରିଛନ୍ତି।

ଆହୁରି କହିଛନ୍ତି ଯେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଭୁବନେଶ୍ୱର କଟକ ଯିବା ପାଇଁ ବିମାନ ଆମ୍ବୁଲାନ୍ସ ସୁବିଧା ନଥିବା ଯୋଗୁଁ ଓଡିଶାର ବହୁ ପ୍ରାନ୍ତର ଲୋକମାନେ ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ସୁବିଧା ପାଇପାରିବେ ନାହିଁ। ଏଣୁ ସମସ୍ତ ଭେଷଜ ମହାବିଦ୍ଯାଳୟରେ ସ୍ଥାପନା କରିବା ବ୍ଯବସ୍ଥା ହେଉ। ଜନସଂଖ୍ଯା ଅନୁପାତରେ ମେସିନର ଆବଣ୍ଟନ କରାଯାଉ।

ବ୍ରହ୍ମପୁର ଏମକେସିଜି ଭେଷଜ ମହାବିଦ୍ଯାଳୟ ଚିକିତ୍ସାଳୟ ପୁରାତନ ଚିକିତ୍ସା କେନ୍ଦ୍ର ସହ ୯୦ଲକ୍ଷ ଲୋକଙ୍କ ନୀର୍ଭର ରହିଥିବା ଯୋଗୁଁ ଅଗ୍ରାଧିକାର ଭିତ୍ତିରେ ଏଠାରେ ସ୍ଥାପନା ହେଉ ବୋଲି  ଗଞ୍ଜାମ ଜିଲ୍ଲା ସମୀକ୍ଷା ପ୍ରତିନିଧି ସମେତ ସମାଜସେବୀ ଉମାଶଙ୍କର ସାହୁ, ସଞ୍ଜୟ ସାହୁ, ଆଇନଜୀବି ଅଭୟ ପଣ୍ଡା, ଭାଜପା ଉପସଭାପତି ଶରତ ସାହୁ, ଭାଜପାର ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ଯ ମନୋରଂଜନ ଦ୍ଯାନସାମନ୍ତରା ଦାବି ରଖିଛନ୍ତି।

କିନ୍ତୁ ଦେଖିବା କଥା ରହିଲା ଜୀବନ ରକ୍ଷାକାରୀ ଇକମୋ ମେସିନର ପରିଚାଳନ ସିଦ୍ଧହସ୍ତରେ ନହେଲେ ରୋଗୀର ଜୀବନ ବଞ୍ଚାଇବା ସହଜସାଧ୍ଯ ନୁହେଁ। ଗୋଟିଏ ମେସିନ ପରିଚାଳନା କରି ରୋଗୀକୁ ଚିକିତ୍ସା ଦେବାପାଇଁ ୬ଟି ବିଶେଷଜ୍ଞ ତଥା ପରିଚାଳନା ବିଶାରଦ ଆବଶ୍ଯକ ରହିଛି। ରାଜ୍ଯର ବିଭିନ୍ନ ପ୍ରାନ୍ତରେ ସାଧାରଣ ଚିକିତ୍ସା କରିବା ପାଇଁ ଆବଶ୍ଯକ ଚିକିତ୍ସା ବିଶାରଦ, ଚିକିତ୍ସକ, ପରୀକ୍ଷଣ ବୈଷୟିକ ସହାୟକର ଘୋର ଅଭାବ ଥିବା ପରିଲକ୍ଷିତ ହୋଇଛି। ଅନ୍ଯପଟେ ଓଡିଶାର ମାଲକାନଗିରି ନୂଆପଡା ଅଞ୍ଚଳରୁ କଟକ ଭୁବନେଶ୍ୱର ପହଞ୍ଚିବା ପାଇଁ ଘଣ୍ଟାଘଣ୍ଟା ସମୟ ଲାଗିବ। ରାଜ୍ଯରେ କୋଭିଡ ଦୃଷ୍ଟିରୁ ଅତ୍ଯାଧୁନିକ ଜୀବନ ସହାୟକ ଆମ୍ବୁଲାନ୍ସର ମଧ୍ଯ ଘୋର ଅଭାବ ରହିଛି । ଏଣୁ ରାଜ୍ଯର ବିଭିନ୍ନ ପ୍ରାନ୍ତରେ ସମାନୁପାତିକ ଭାବରେ ଇକମୋର ଆବଣ୍ଟନ ଆବଶ୍ଯକ ରହିବା ସହ ଭିତ୍ତିଭୂମି ସଜାଡିବା ମଧ୍ଯ ରାଜ୍ଯ ସରକାରଙ୍କ ପାଇଁ ବଡ ଆହ୍ୱାନ ରହିବ।

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.