ଜାତୀୟ ହକି ଦଳର କମାଣ ସମ୍ଭାଳିବେ ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା

ଜାତୀୟ ହକି ଦଳର କମାଣ ସମ୍ଭାଳିବେ ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା

Date:

Insight Bureau: ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡୋନେସିଆରେ ଏସିଆ କପ୍‌ । ଏସିଆ କପ ପାଇଁ ଘୋଷଣା ହୋଇସାରିଥିଲା ୧୮ ଜଣିଆ ଦଳ । ତେବେ ଦଳର ଅଧିନାୟକ ଭାବେ ଦାୟିତ୍ୱଭାର ଭାରତୀୟ ହକି ଦଳର ଡ୍ରାଗ୍‌ ଫ୍ଲିକର ରୁପିନ୍ଦର ପାଲ ସିଂହଙ୍କୁ ଦିଆଯାଇଥିଲା ଏବଂ ଉପ ଅଧିନାୟକ ଭାବେ ଓଡ଼ିଆ ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ନିଯୁକ୍ତି କରାଯାଇଥିଲା ।

ହେଲେ ହଠାତ ସବୁକିଛି ବଦଳିଯାଇଥିଲା । ଅଧିନାୟକ ଭାବେ ନିଯୁକ୍ତି ପାଇଥିବା ଡ୍ରାଗ୍‌ ଫ୍ଲିକର ରୁପିନ୍ଦର ଅଭ୍ୟାସ ସମୟରେ ଆହତ ହୋଇଥିଲେ । ଯାହା ପରେ ଭାରତୀୟ ହକି ଦଳର ପୁରା ଦାୟିତ୍ୱ ଓଡ଼ିଆ ହକି ତାରକା ତଥା ଅଲିମ୍ପିକ ବ୍ରୋଞ୍ଜ୍‌ ପଦକ ବିଜେତା ବୀରେନ୍ଦ୍ର ଲାକ୍ରାଙ୍କୁ ଦିଆଯାଇଛି । ଇଣ୍ଡୋନେସିଆରେ ହେବାକୁ ଥିବା ହିରୋ ମେନ୍ସ ଏସିଆ କପ୍‌ ଭାରତୀୟ ଟିମ୍ ବୀରେନ୍ଦ୍ର ଲାକ୍ରାଙ୍କ ଅଧିନାୟକତ୍ବରେ ଖେଳିବକୁ ଯାଉଛି  । ଏଥି ପାଇଁ ବୀରେନ୍ଦ୍ର ଲାକ୍ରାଙ୍କୁ ଚାରିପଟୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି । ସମ୍ପୂର୍ଣ୍ଣ ରାଜ୍ୟ କ୍ରିଡା ଜଗତରେ ଏକ ପ୍ରକାର ଖୁଶିର ମହୋଲ ସୃଷ୍ଟି ହୋଇଛି ।

୧୯୯୦ ମସିହା ଫେବୃଆରି ୩ରେ ସୁନ୍ଦରଗଡ଼ର ଲାଚଚାଡ଼ା ଗାଁରେ ଜନ୍ମ ହୋଇଥିବା ବୀରେନ୍ଦ୍ର ଲାକ୍ରା ଦେଶ ପାଇଁ ଏପର୍ଯ୍ୟନ୍ତ ୨୦୧ଟି ମ୍ୟାଚ୍ ଖେଳିସାରିଛନ୍ତି । ବୀରେନ୍ଦ୍ର ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ସମୟରେ ପୁରୁଷ ହକିରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ଖାଲି ସେତିକି ନୁହେଁ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଇତିହାସ ରଚିଥିବା ଏହି ଭାରତୀୟ ହକି ଦଳର ଉପ ଅଧିନାୟକ ଭାବରେ ମଧ୍ୟ ବୀରେନ୍ଦ୍ରଙ୍କୁ ମନୋନୀତ କରାଯାଇଥିଲା ।

ଏହାପରେ ହକି ଖେଳରୁ ବୀରେନ୍ଦ୍ରଙ୍କୁ ଓଡ଼ିଶାର ସୁରକ୍ଷା ଭାର ଦିଆଯାଇଥିଲା । ବୀରେନ୍ଦ୍ର ଲାକ୍ରା ୨୦୨୨ ଫେବୃଆରୀ ୧୭ରେ ଓଡ଼ିଶା ପୋଲିସର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଭାବରେ ନୁଯୁକ୍ତି ପାଇଥିଲେ । ସେ କଟକସ୍ଥିତ ଓଡ଼ିଶା ରାଜ୍ୟ ପୋଲିସ ମୁଖ୍ୟାଳୟରେ ଡିଜିପି ସୁନିଲ ବଂସଲଙ୍କ ଉପସ୍ଥିତିରେ ଡିଏସପି ଭାବରେ ଯୋଗ ଦେଇଥିଲେ । ସବୁଠାରୁ ବଡ଼ କଥା ହେଉଛି ରୁପିନ୍ଦର ଏବଂ ବିରେନ୍ଦ୍ରଙ୍କ ଯୋଡ଼ି ବିପକ୍ଷ ଦଳକୁ ଚକମା ଦେବା ପାଇଁ ବହୁତ ଭଲ ଯୋଡ଼ି । ବୀରେନ୍ଦ୍ର ଏବଂ ସୁନୀଲ ଅତ୍ୟଧିକ ଅଭିଜ୍ଞ ଏବଂ ବହୁ ବର୍ଷ ଧରି ନେତୃତ୍ୱ ନେଇଆସୁଛନ୍ତି । ତେବେ ରୁପିନ୍ଦରଙ୍କର ଅନୁପସ୍ଥିତି ଦଳ ଉପରେ ପ୍ରଭାବ ପକାଇ ପାରେ ବୋଲି ଖେଳ ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି ।

Share post:

Popular

More like this
Related

Virat prevails on Gujarat; 2nd IPL Title for RCB

TNI Bureau: A commanding unbeaten 75 from Virat Kohli guided...

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Payal Nag Creates History with Gold

TNI Bureau: Odisha’s Ace Archer Payal Nag won GOlD...

RCB Turns Costliest IPL Team

TNI Bureau: IPL 2025 Champions Royal Challengers Bengaluru has...