ରାୟପୁର ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ପାଇଲଟଙ୍କ ମୃତ୍ୟୁ

ରାୟପୁର ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ପାଇଲଟଙ୍କ ମୃତ୍ୟୁ

Date:

Insight Bureau: ଛତିଶଗଡ଼ର ରାୟପୁର ବିମାନ ବନ୍ଦରରେ ଗୁରୁବାର ରାତିରେ ଏକ ସରକାରୀ ହେଲିକପ୍ଟର ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିଲା ।

ସେମାନେ ହେଲେ କ୍ୟାପ୍ଟେନ ଗୋପାଳକୃଷ୍ଣ ପଣ୍ଡା ଏବଂ କ୍ୟାପ୍ଟେନ ଏ ପି ଶ୍ରୀବାସ୍ତବ। ଗତକାଲି ରାୟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ବିମାନବନ୍ଦର ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ସେ  ।

ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ସୂଚନା ଅନୁସାରେ ଅବତରଣ ସମୟରେ ହେଲିକପ୍ଟରଟି ନିୟନ୍ତ୍ରଣ ହରାଇ ଭୂମିରେ ପିଟି ହୋଇଯାଇଥିଲା ।

ହେଲିକପ୍ଟର ଅବତରଣ କରିବାବେଳେ ଲାଗିଥିଲା ନିଆଁ ଏବଂ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଦୁଇ ପାଇଲଟଙ୍କୁ ସ୍ଥାନୀୟ ରାମକ୍ରିଷ୍ଣା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଦୁର୍ଘଟଣାରେ ମୃତ୍ଯୁ ହୋଇଥିବା କ୍ୟାପ୍ଟେନ ପଣ୍ଡା ଓଡ଼ିଶାର ବାସିନ୍ଦା ଏବଂ କିଛି ବର୍ଷ ହେଲା ସେ ଛତିଶଗଡ଼ ସରକାରରେ ବରିଷ୍ଠ ପାଇଲଟ୍ ଭାବେ କାମ କରୁଥିଲେ। ସେହିପରି ଅନ୍ୟ ଜଣେ କ୍ୟାପ୍ଟେନ ଶ୍ରୀବାସ୍ତବ ଦିଲ୍ଲୀର ବାସିନ୍ଦା ବୋଲି ଜଣାପଡ଼ିଛି ।

ମୃତକଙ୍କ ମଧ୍ୟରୁ ଓଡିଆ ପାଇଲଟ ଜଣଙ୍କ ଘର ସମ୍ବଲପୁରରେ ।  ସେ ହେଉଛନ୍ତି  ସମ୍ବଲପୁର ସହରର ହୀରାକୁଦ କଲୋନୀର କ୍ୟାପଟେନ୍ ଗୋପାଳକୃଷ୍ଣ ପଣ୍ଡା । ଜଣେ ଦକ୍ଷ ପାଇଲଟ ଥିଲେ ଗୋପାଳକୃଷ୍ଣ । ୨୦ ବର୍ଷ ଏୟାରଫୋର୍ସରେ ରହିବା ପରେ ଭିଆରଏସ ନେଇ ୨୦୧୦ରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ପାଇଲଟ ଭାବେ କାର୍ଯ୍ୟରତ ଥିଲେ ।

ପତ୍ନୀ ଓ ପୁଅ ଝିଅଙ୍କୁ ନେଇ ୨୦୧୦ରୁ ରାୟପୁରରେ ରହିଆସୁଥିଲେ । ନିକଟରେ ଗୋପାଳକୃଷ୍ଣଙ୍କ ୨୫ତମ ବିବାହ ବାଷିକୀ ପାଳନ କରାଯାଇଥିଲା । ଭାଇ ଓ ମା’ ସମ୍ବଲପୁର ଟାଉନରେ ରହୁଥିବା ସୂଚନା ରହିଛି । ଖବର ପାଇବା ପରେ ସାନ ଭାଇ, ଭାଉଜ, ଭିଣୋଇ ଓ ଜ୍ବାଇଁ ରାୟପୁର ଯାଇଛନ୍ତି ।

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.