ଅନେକ ବାଦ ବିବାଦ ପରେ ଖୋଲିବାକୁ ଯାଉଛି ସ୍କୁଲ କଲେଜ

ଅନେକ ବାଦ ବିବାଦ ପରେ ଖୋଲିବାକୁ ଯାଉଛି ସ୍କୁଲ କଲେଜ

Date:

ଇନସାଇଟ ବ୍ୟୁରୋ: ଦୀର୍ଘ ୨ ବର୍ଷ ହେଲା କରୋନା ମହାମାରୀ ଲୁଚକାଳି ଖେଳୁଛି । କରୋନା ସଂକ୍ରମଣ ସ୍ଥିତି ଯୋଗୁଁ ଶିକ୍ଷାନୁଷ୍ଠାନ ବିଭିନ୍ନ ସମୟରେ ବନ୍ଦ ରଖାଯାଉଛି। ସ୍କୁଲ ବନ୍ଦ ରହୁଥିବାରୁ ଛାତ୍ରଛାତ୍ରୀମାନେ ପାଠ ପଢାରୁ ଏକ ପ୍ରକାର ଦୂରେଇ ଯାଇଛନ୍ତି । ସ୍କୁଲ ବନ୍ଦ ରହିବା ଯୋଗୁଁ ସ୍କୁଲରେ ପିଲାମାନଙ୍କ ପାଠ ପଢା ପ୍ରଭାବିତ ହେଉଛି । ଯେଉଁଥିପାଇଁ ସରକାର ସ୍କୁଲ ସମ୍ପୂର୍ଣ୍ଣ ଭାବେ ଖୋଲିବା ପାଇଁ ସାହସ କରିପାରୁନଥିଲେ  ।

ଅନ୍ୟପଟେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଥିଲେ ଯେ ଓଡ଼ିଶାରେ ଠିକ୍ ସମୟରେ ହେବ ଦଶମ ଓ ଦ୍ୱାଦଶ ପରୀକ୍ଷା । ମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ରହିବାକୁ ମଧ୍ୟ ପରାମର୍ଶ ଦେଇଥିଲେ  । ୨୦୨୨ ଶିକ୍ଷା ବର୍ଷରେ ଉପଯୁକ୍ତ ସମୟରେ ସମସ୍ତ କାର୍ଯ୍ୟ କରାଯିବ ।

ଏହାରି ମଧ୍ୟରେ ସ୍କୁଲ ଖୋଲାଯିବା ପାଇଁ ଓଡ଼ିଶା ଅଭିଭାବକ ସଂଘ ପକ୍ଷରୁ ଦାବି କରାଯାଇଥିଲା । ଯେହେତୁ କରୋନା ମହାମାରୀର ପ୍ରକୋପ ହ୍ରାସ ପାଉଛି । ମନ୍ଦିର, ବଜାର, ସପିଂ ମଲ୍‌, ପାର୍କ ଓ ସିନେମା ହଲ୍‌ ଖୋଲା ସରିଛି । ଓଡ଼ିଶା ଅଭିଭାବକ ମହାସଂଘ ସମେତ କେତେକ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ବିଦ୍ୟାଳୟ ଖୋଲିବା ସପକ୍ଷରେ ଯୁକ୍ତି ବାଢିଥିଲେ । ଏସ୍‌ଆରସିଙ୍କ ସମେତ ବିଭାଗୀୟ ମନ୍ତ୍ରୀ, ସଚିବଙ୍କୁ  ପତ୍ର ବି ଲେଖିଥିଲେ ।

ଗୋଟିଏ ପଟେ ରାଜ୍ୟରେ ଥିବା କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଖୋଲାଥିବା ବେଳେ ରାଜ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ କାହିଁକି ବନ୍ଦ ରହିବ ବୋଲି ପ୍ରଶ୍ନ କରିଥିଲେ । ପିଲାଙ୍କ ପାଠପଢ଼ା ସ୍ଥିତି ଆହୁରି ଖରାପ ହେବା ପୂର୍ବରୁ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଥିଲେ ସେମାନେ  ।

ଅନ୍ୟପଟେ ସ୍ଥିତି ଦେଖି ନିଷ୍ପତି ନେବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଥିଲା କେନ୍ଦ୍ର । ସ୍କୁଲ ଖୋଲିବାକୁ କେନ୍ଦ୍ର ସରକାର ଜାରି କରିଥିବା ଗାଇଡଲାଇନ ଅନୁସାରେ ସ୍କୁଲ ଖୋଲିବାକୁ ସମସ୍ତ ରାଜ୍ୟମାନଙ୍କୁ କୁହାଯାଇଥିଲା । ସେହିପରି ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ୨ମାସ ଭିତରେ ସ୍କୁଲ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଜଣେ ଆବେଦନକାରୀ ସ୍କୁଲ ବନ୍ଦ ଥିବାକୁ ନେଇ ନିଜ ଦସ୍ତାବିଜରେ ଦର୍ଶାଇଥିଲେ ଯେ , କରୋନା କଟକଣା ନାଁରେ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଥା କେହି ଚିନ୍ତା କରୁ ନାହାନ୍ତି। ଦୁଇ ବର୍ଷ ହେବ କରୋନା ସଂକ୍ରମଣସ୍ଥିତି ଯୋଗୁଁ ଶିକ୍ଷାନୁଷ୍ଠାନ ବିଭିନ୍ନ ସମୟରେ ବନ୍ଦ ରଖାଯାଉଛି। ସ୍କୁଲ ବନ୍ଦ ରହୁଥିବାରୁ ଛାତ୍ରଛାତ୍ରୀମାନେ ପାଠ ପଢାରୁ ଏକ ପ୍ରକାର ଦୂରେଇ ଯାଉଛନ୍ତି । ଯାହାର ଶୁଣାଣି କରି ହାଇକୋର୍ଟ ୨ ମାସ ଭିତରେ ସ୍କୁଲ ଖୋଲିବା ପାଇଁ ନିର୍ଦେଶ ଦେଇଥିଲେ ।

ଏହାରି ମଧ୍ୟରେ ଗୁରୁବାର ୭ରୁ ସ୍କୁଲ ଖୋଲିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ଅଷ୍ଟମ ଶ୍ରେଣୀରୁ ଉପରକୁ ସମସ୍ତ ସ୍କୁଲ ୭ରୁ ଖୋଲିବା ନେଇ ସୂଚନା ସହିତ କଲେଜ, ୟୁନିଭର୍ସିଟି, ଟେକ୍ନିକାଲ, ପ୍ରଫେସନାଲ ଶିକ୍ଷାନୁଷ୍ଠାନ ବି ଖୋଲିବ। ଏହାସହ ସ୍କୁଲ, କଲେଜ ସହ ସଂପୃକ୍ତ ହଷ୍ଟେଲ ମଧ୍ୟ ଖୋଲିବ। । କେଜିରୁ ସପ୍ତମ ପର୍ଯ୍ୟନ୍ତ ସ୍କୁଲ ଫେବ୍ରୁଆରୀ ୧୪ରୁ ଖୋଲିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ପିଲାମାନେ ନିଜ ଇଚ୍ଛାରେ ଅଫଲାଇନ/ଅନଲାଇନ କ୍ଲାସ କରିପାରିବେ। କେଜିରୁ ୯ମ ଯାଏଁ କ୍ଲାସ ପ୍ରମୋସନ୍ ପରୀକ୍ଷା ହେବ ଯାହା କ୍ଲାସରୁମ ଆସେସମେଣ୍ଟ ଆଧାରରେ କରାଯିବ । ଅପରପକ୍ଷରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ ବୋର୍ଡ ବ୍ୟବସ୍ଥା କରିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି। ରାଜ୍ୟରେ କୋଭିଡ୍‌ ସ୍ଥିତି ପରଖିବା ପରେ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ଶ୍ରେଣୀର ଶିକ୍ଷାଦାନ ଶ୍ରେଣୀଗୃହରେ କରାଯିବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ମହାମାରୀ ପାଇଁ ବାରମ୍ୱାର ଶିକ୍ଷାନୁଷ୍ଠାନ ଖୋଲିବା ଓ ବନ୍ଦ କରିବା ନିଷ୍ପତ୍ତି ପିଲାଙ୍କ ମନରେ ନୈରାଶ୍ୟ ସୃଷ୍ଟି କରୁଥିଲା । ରାଜ୍ୟର ହଜାର ହଜାର ପିଲା ପାଠପଢ଼ା ଛାଡି ଶିଶୁ ଶ୍ରମିକ ପାଲଟିଛନ୍ତି। ବିଶେଷକରି ଆଦିବାସୀ, ଦଳିତ ଓ ଆର୍ଥକ ଅବହେଳିତ ବର୍ଗର ପିଲା ବୌଦ୍ଧିକ ଓ ମାନସିକ ଭାବେ କ୍ଷତିଗ୍ରସ୍ତ ମଧ୍ୟ ହୋଇଛନ୍ତି। ଆଗକୁ ଅପେକ୍ଷା ଏ ଭଳି ଯୁଦ୍ଧକାଳୀନ ପରିସ୍ଥିତି କେତେଦୂର ପର୍ଯ୍ୟନ୍ତ ସଫଳତା ହାସିଲ କରିପାରୁଛନ୍ତି ।

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.