ସୁନ୍ଦରଗଡ଼ରେ ନୂଆ ସମୀକରଣ; ଶଙ୍ଖ ଫୁଙ୍କିଲେ ପ୍ରଫୁଲ୍ଲ ମାଝୀ

ସୁନ୍ଦରଗଡ଼ରେ ନୂଆ ସମୀକରଣ; ଶଙ୍ଖ ଫୁଙ୍କିଲେ ପ୍ରଫୁଲ୍ଲ ମାଝୀ

Date:

ଇନସାଇଟ ବ୍ୟୁରୋ: କଂଗ୍ରେସ ଛାଡିବା ନେଇ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝୀ ନିକଟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦଳ ଛାଡିବା ସଂପର୍କରେ ଘୋଷଣା କରିବେ ବୋଲି ଜଣାପଡିଥିଲା । ଡାକ୍ତର ମାଝୀ କହିଥିଲେ ଯେ , ଏହି ନିଷ୍ପତ୍ତି ହଠାତ୍ ନିଆଯାଇନି। ମୋ ସମର୍ଥକ ଓ ଶୁଭେଚ୍ଛୁମାନଙ୍କ ସହିତ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ହୋଇଛି। ମୋ ସହିତ ମୋର ସମର୍ଥକ ଓ ଶୁଭେଚ୍ଛୁ ବି ଦଳ ଛାଡ଼ିବେ। ୨୦୧୯ ନିର୍ବାଚନରେ ହାରିବା ପରଠାରୁ ଦଳ ମୋତେ ପ୍ରତାରିତ ଓ ଅପମାନିତ କରି ଆସୁଛି। ତା’ ପୂର୍ବରୁ ବି ମୁଁ ଯେଉଁ ଦାବି କରିଥିଲି, ସେଗୁଡ଼ିକୁ ପୁରଣ କରାଯାଇ ନଥିଲା ଏବଂ ମତେ ଅପମାନିତ କରାଯାଇଥିଲା।

ଡାକ୍ତର ମାଝୀ ଆହୁରି କହିଥିଲେ ଯେ କଂଗ୍ରେସ ଦଳରେ ଆଉ ସେଭଳି ସ୍ଥିତି ନାହିଁ ଯେ ଏଥିରେ ରହି ହେବ। ତେଣୁ ଦଳ ତ୍ୟାଗ କରିବାକୁ ନିଷ୍ପତ୍ତି ହୋଇଛି। ସେ ରାଜନୀତି ଛାଡ଼ିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ସୁନ୍ଦରଗଡ଼ର ତଳସରା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟ୍‌ରେ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଡାକ୍ତର ପ୍ରଫୁଲ୍ଲ ମାଝୀ। ୨୦୦୬ରେ ଉପ-ନିର୍ବାଚନ ଲଢ଼ି ରାଜନୀତିକୁ ଆସିଥିଲେ ଡାକ୍ତର ମାଝୀ। ଏହା ପରେ ୨୦୦୯ ଓ ୨୦୧୪ ନିର୍ବାଚନରେ ସେ ଏହି ଆସନରୁ ଜିତିଥିଲେ, କିନ୍ତୁ ୨୦୧୯ ନିର୍ବାଚନରେ ସେ ହାରି ଯାଇଥିଲେ।

ଦଳରୁ ଓହରିବା ପରେ କିଛି ଦିନ ବ୍ୟବଧାନରେ ଆଜି ବିଜେଡିରେ ଯୋଗ ଦେଇଛନ୍ତି ସୁନ୍ଦରଗଡ଼ ତଳସରାର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଡାକ୍ତର ପ୍ରଫୁଲ୍ଲ ମାଝୀ । ଗତ ୬ ତାରିଖରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ବିଜେଡିରେ ମିଶିବା ପରେ ପ୍ରଫୁଲ୍ଲ ମାଝୀ କହିଛନ୍ତି, ଆଜି ଏକ ସ୍ମୃତିର ଦିନ। ତଳସରା ନିର୍ବାଚନ ମଣ୍ଡଳୀ ଦିନେ କଂଗ୍ରେସର ଗଡ଼ଥିଲା। ସେ ଆହୁରି ମଧ୍ୟ କହିଛନ୍ତି କଂଗ୍ରେସ ଏକ ମୁଣ୍ଡ ବୀହିନ ପାର୍ଟି । ଦିଲ୍ଲୀରୁ ଓଡ଼ିଶା ମୁରବୀବିହୀନ ହୋଇପଡିଛି କଂଗ୍ରେସ । ଅଣଦେଖା କରାଯାଉଛି ଦଳରେ ବରିଷ୍ଠଙ୍କୁ ସେ ଭଳି ଦଳରେ ରହି ଲୋକଙ୍କ ସେବା କରିବା ସମ୍ଭବ ହେଲାନି। ନବୀନଙ୍କ ଭଳି ମୁଖ୍ୟମନ୍ତ୍ରୀ ଆଗାମୀ ଦିନରେ ଓଡ଼ିଶାକୁ ମିଳିବନି।

ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛୁ। ଏହି ଅବସରରେ ସେ କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଭଲ ପାଏ। ସେ ବି ମୋତେ ଭଲ ପାଆନ୍ତି। ଆମେ ସମସ୍ତେ ବିଜେଡିରେ ଶୄଙ୍ଖଳିତ ଭାବେ କାମ କରିବୁ। ଆଦିବାସୀଙ୍କ ବିକାଶ ସହ ସୁନ୍ଦରଗଡ଼ ଜିଲ୍ଲା ଓ ରାଜ୍ୟର ବିକାଶ ନେଇ କାମ କରିବୁ , ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ଭଲ କରିବ ବୋଲି ସେ କହିଛନ୍ତି ।

ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରତାପ ଦେବ, ପ୍ରୀତିରଂଜନ ଘଡ଼େଇଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ମିଶ୍ରଣ ପର୍ବରେ ବିଜେଡି ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ବିଧାୟକ ପ୍ରତାପ ଦେବ, ପ୍ରୀତିରଂଜନ ଘଡ଼େଇ ଉପସ୍ଥିତ ରହିଥିଲେ । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରଫୁଲ୍ଲଙ୍କୁ ଦଳରେ ସ୍ବାଗତ କରିବା ସହ ଦଳ ପଞ୍ଚାୟତ ନିର୍ବାଚନରେ କିଭଳି ଭଲ ଫଳାଫଳ କରିବ ସେ ନେଇ କାମ କରିବାକୁ ଆହ୍ବାନ ଦେଇଛନ୍ତି ଡାକ୍ତର ପ୍ରଫୁଲ୍ଲ ମାଝୀ ।

Share post:

Popular

More like this
Related

Ganjam Ranked India’s 2nd Best District Panchayat, Bags 3 National Awards

TNI Bureau: Ganjam district has once again made Odisha proud...

TNI Evening News Headlines – June 03, 2026

📌Union Cabinet has approved the 163-km coastal highway from...

All Cops Transferred in Kabisuryanagar Custodial Death Row

TNI Bureau: In a major administrative action following the alleged...

India Today Report: Heatwave kills 8056 People in UP in 5 Days

TNI Bureau: An India Today report has estimated that...