ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେଡ଼ିର ଯୁଦ୍ଧ ଡାକରା

ସାଢେ 3 ବର୍ଷରେ 70 ପ୍ରତିଶତ ବୃଦ୍ଧି ହୋଇଥିବା ଅଭିଯୋଗ କରି ଦର କମ ନ ହେବ ଯାଏଁ ପ୍ରତିବାଦ ଜାରି ରହିବ ବୋଲି ବିଜେଡ଼ି ଦଳର ସମସ୍ତ କର୍ମୀ ଚେତାବନୀ ଦେଇଛନ୍ତି ।

ଇନ୍‌ସାଇଟ୍‌ ବ୍ୟୁରୋ:  ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାର ବିରୋଧରେ ପ୍ରତିବାଦ ଜାରି ରଖିବା ସହିତ ଆଗକୁ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ବିଜେଡ଼ିର କର୍ମୀ ଏବଂ ମନ୍ତ୍ରୀମାନେ । ସାଢେ 3 ବର୍ଷରେ 70 ପ୍ରତିଶତ ବୃଦ୍ଧି ହୋଇଥିବା ଅଭିଯୋଗ କରି ଦର କମ ନ ହେବ ଯାଏଁ ପ୍ରତିବାଦ ଜାରି ରହିବ ବୋଲି ବିଜେଡ଼ି ଦଳର ସମସ୍ତ କର୍ମୀ ଚେତାବନୀ ଦେଇଛନ୍ତି । ଗ୍ୟାସର କ୍ରମାଗତ ଦର ବୃଦ୍ଧି ବର୍ତମାନ ସାରା ରାଜ୍ୟରେ ଚିନ୍ତାର ବିଷୟ ପାଲଟିଛି । ଯଦି ଆଗାମୀ ଦିନ ରେ ଗ୍ୟାସଦର ନିୟନ୍ତ୍ରଣକୁ ନଆସେ ତେବେ ଆଗାମୀ ଦିନରେ ବିଜୁଜନତା ଦଳ ତରଫରୁ ଆହୁରି ତୀବ୍ର ବିରୋଧ କରାଯିବ ।

ଦର ଦାମ୍ ବୃଦ୍ଧି ନେଇ ପୁଣି କେନ୍ଦ୍ରକୁ ଟାର୍ଗଟ କରିଛି ବିଜେଡି । ନଭେମ୍ବର ୩୦ ସୁଦ୍ଧା ଗ୍ୟାସ ଦର ନକମିଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛି ବିଜେଡି । କୌଣସି ଦେଶରେ ଏତେ ଦ୍ରୁତ ଗତିରେ ରନ୍ଧନ ଗ୍ୟାସ ଦର ବଢିନାହିଁ ବୋଲି ବିଜେଡି କହିଛି ।
୨୦୧୪ରେ ବିଜେପି ସରକାର କେନ୍ଦ୍ରରେ କ୍ଷମତାକୁ ଆସିବା ସମୟରେ ଗ୍ୟାସ ସିଲିଣ୍ଡରର ଦର ଥିଲା ୪୧୪ ଟଙ୍କା। ଗତ ୭ ବର୍ଷ ଭିତରେ ଦର ଦୁଇଗୁଣରୁ ଅଧିକ ବଢ଼ି ୯୩୦ ଟଙ୍କା ଛୁଇଁଲାଣି। କରୋନା ଭଳି ସଂକଟ ସମୟରେ ପ୍ରତି ମାସରେ ୨୫ ରୁ ୭୫ ଟଙ୍କା ଗ୍ୟାସ ଦର ବଢ଼ାଯାଇ ସାଧାରଣ ଲୋକଙ୍କ ହାଣ୍ଡିଶାଳ ଉପରେ ମାଡ଼ କରୁଛନ୍ତି କେନ୍ଦ୍ର ସରକାର । ରନ୍ଧନ ଗ୍ୟାସର ଏଭଳି ଅହେତୁକ ଦରବୃଦ୍ଧି ଗରିବ ଓ ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଉଛି । ଆଉ ଏହାର ପ୍ରତିବାଦରେ ବିଜୁ ଜନତା ଦଳ ରାସ୍ତାକୁ ଓହ୍ଲାଇଲେଣି। ମାତ୍ର କେନ୍ଦ୍ର ସରକାରଙ୍କ ଏ ପର୍ଯ୍ୟନ୍ତ ନିଦ ଭାଙ୍ଗୁ ନାହିଁ।

Support Independent Journalism? Keep us live.

ଏଲପିଜି ଦର ବୃଦ୍ଧି ହେବା ଯୋଗୁଁ ଲୋକେ ଅଧିକ ପ୍ରଭାବିତ ହେଉଛନ୍ତି । କରୋନା ବେଳେ ପ୍ରତି ମାସରେ ଗ୍ୟାସ ଦର ବଢୁଥିବାରୁ ମଧବିତ୍ତ ବହୁ ଅସୁବିଧାରେ ପଡୁଛନ୍ତି ବୋଲି ବିଜେଡି କହିଛି । ବିଜେପି ସରକାର କହିଥିଲେ ଆଛା ଦିନ ଆଏଗା , କୁଆଡେ ଗଲା ସେ ଆଛା ଦିନ୍ ବୋଲି ଯୁବ ବିଜେଡି ପଶ୍ନ କରିଛି।

ଉଭୟ ନାଚୁରାଲ୍ ଗ୍ୟାସ୍ ଓ ଅଶୋଧିତ ତୈଳଦର ୧୫ ଓ ୧୦ ପ୍ରତିଶତ କମିଥିଲା ବେଳେ ଗ୍ୟାସ୍ ଦର ୧୨୩ ପ୍ରତିଶତ ବଢ଼ିବାର ଯଥାର୍ଥତା ନେଇ ପ୍ରଶ୍ନ ଉଠାଇଛି ବିଜେଡି ।ଉଜ୍ଜ୍ୱଳା ଯୋଜନା ଗରିବ ଓ ଅବହେଳିତ ବର୍ଗର ମହିଳାଙ୍କୁ ଆଉ ଚୁଲି ମୁଣ୍ଡକୁ ଯାଇ ଧୂଆଁରେ ରୋଷେଇ କରିବାକୁ ପଡ଼ିବ ନାହିଁ ବୋଲି କେନ୍ଦ୍ର କହିଥିଲା । ଆଗାମୀ ଦିନରେ ମହିଳାମାନେ ଏହାର ଉଚିତ୍ ଜବାବ ଦେବେ ।

ତେବେ ଆସନ୍ତା ୩୦ ତାରିଖ ସୁଦ୍ଧା ଗ୍ୟାସ ଦର ନ କମାଇଲେ ସାରା ରାଜ୍ୟରେ ଆନ୍ଦୋଳନ କୁ ଆହୁରି ବ୍ୟାପକ କରାଯିବ । ବିଜେଡି ପକ୍ଷରୁ ଦଳର ୩ ବିଧାୟକ ବିଜେଡି ଯୁବ ସଭାପତି ବ୍ୟୋମକେଶ ରାୟ , ପ୍ରଣବ ବଳବନ୍ତରାୟ ଓ ଛାତ୍ର ବିଜେଡ଼ି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ।

Comments are closed.