ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେଡ଼ିର ଯୁଦ୍ଧ ଡାକରା

ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେଡ଼ିର ଯୁଦ୍ଧ ଡାକରା

Date:

ଇନ୍‌ସାଇଟ୍‌ ବ୍ୟୁରୋ:  ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାର ବିରୋଧରେ ପ୍ରତିବାଦ ଜାରି ରଖିବା ସହିତ ଆଗକୁ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ବିଜେଡ଼ିର କର୍ମୀ ଏବଂ ମନ୍ତ୍ରୀମାନେ । ସାଢେ 3 ବର୍ଷରେ 70 ପ୍ରତିଶତ ବୃଦ୍ଧି ହୋଇଥିବା ଅଭିଯୋଗ କରି ଦର କମ ନ ହେବ ଯାଏଁ ପ୍ରତିବାଦ ଜାରି ରହିବ ବୋଲି ବିଜେଡ଼ି ଦଳର ସମସ୍ତ କର୍ମୀ ଚେତାବନୀ ଦେଇଛନ୍ତି । ଗ୍ୟାସର କ୍ରମାଗତ ଦର ବୃଦ୍ଧି ବର୍ତମାନ ସାରା ରାଜ୍ୟରେ ଚିନ୍ତାର ବିଷୟ ପାଲଟିଛି । ଯଦି ଆଗାମୀ ଦିନ ରେ ଗ୍ୟାସଦର ନିୟନ୍ତ୍ରଣକୁ ନଆସେ ତେବେ ଆଗାମୀ ଦିନରେ ବିଜୁଜନତା ଦଳ ତରଫରୁ ଆହୁରି ତୀବ୍ର ବିରୋଧ କରାଯିବ ।

ଦର ଦାମ୍ ବୃଦ୍ଧି ନେଇ ପୁଣି କେନ୍ଦ୍ରକୁ ଟାର୍ଗଟ କରିଛି ବିଜେଡି । ନଭେମ୍ବର ୩୦ ସୁଦ୍ଧା ଗ୍ୟାସ ଦର ନକମିଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛି ବିଜେଡି । କୌଣସି ଦେଶରେ ଏତେ ଦ୍ରୁତ ଗତିରେ ରନ୍ଧନ ଗ୍ୟାସ ଦର ବଢିନାହିଁ ବୋଲି ବିଜେଡି କହିଛି ।
୨୦୧୪ରେ ବିଜେପି ସରକାର କେନ୍ଦ୍ରରେ କ୍ଷମତାକୁ ଆସିବା ସମୟରେ ଗ୍ୟାସ ସିଲିଣ୍ଡରର ଦର ଥିଲା ୪୧୪ ଟଙ୍କା। ଗତ ୭ ବର୍ଷ ଭିତରେ ଦର ଦୁଇଗୁଣରୁ ଅଧିକ ବଢ଼ି ୯୩୦ ଟଙ୍କା ଛୁଇଁଲାଣି। କରୋନା ଭଳି ସଂକଟ ସମୟରେ ପ୍ରତି ମାସରେ ୨୫ ରୁ ୭୫ ଟଙ୍କା ଗ୍ୟାସ ଦର ବଢ଼ାଯାଇ ସାଧାରଣ ଲୋକଙ୍କ ହାଣ୍ଡିଶାଳ ଉପରେ ମାଡ଼ କରୁଛନ୍ତି କେନ୍ଦ୍ର ସରକାର । ରନ୍ଧନ ଗ୍ୟାସର ଏଭଳି ଅହେତୁକ ଦରବୃଦ୍ଧି ଗରିବ ଓ ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଉଛି । ଆଉ ଏହାର ପ୍ରତିବାଦରେ ବିଜୁ ଜନତା ଦଳ ରାସ୍ତାକୁ ଓହ୍ଲାଇଲେଣି। ମାତ୍ର କେନ୍ଦ୍ର ସରକାରଙ୍କ ଏ ପର୍ଯ୍ୟନ୍ତ ନିଦ ଭାଙ୍ଗୁ ନାହିଁ।

ଏଲପିଜି ଦର ବୃଦ୍ଧି ହେବା ଯୋଗୁଁ ଲୋକେ ଅଧିକ ପ୍ରଭାବିତ ହେଉଛନ୍ତି । କରୋନା ବେଳେ ପ୍ରତି ମାସରେ ଗ୍ୟାସ ଦର ବଢୁଥିବାରୁ ମଧବିତ୍ତ ବହୁ ଅସୁବିଧାରେ ପଡୁଛନ୍ତି ବୋଲି ବିଜେଡି କହିଛି । ବିଜେପି ସରକାର କହିଥିଲେ ଆଛା ଦିନ ଆଏଗା , କୁଆଡେ ଗଲା ସେ ଆଛା ଦିନ୍ ବୋଲି ଯୁବ ବିଜେଡି ପଶ୍ନ କରିଛି।

ଉଭୟ ନାଚୁରାଲ୍ ଗ୍ୟାସ୍ ଓ ଅଶୋଧିତ ତୈଳଦର ୧୫ ଓ ୧୦ ପ୍ରତିଶତ କମିଥିଲା ବେଳେ ଗ୍ୟାସ୍ ଦର ୧୨୩ ପ୍ରତିଶତ ବଢ଼ିବାର ଯଥାର୍ଥତା ନେଇ ପ୍ରଶ୍ନ ଉଠାଇଛି ବିଜେଡି ।ଉଜ୍ଜ୍ୱଳା ଯୋଜନା ଗରିବ ଓ ଅବହେଳିତ ବର୍ଗର ମହିଳାଙ୍କୁ ଆଉ ଚୁଲି ମୁଣ୍ଡକୁ ଯାଇ ଧୂଆଁରେ ରୋଷେଇ କରିବାକୁ ପଡ଼ିବ ନାହିଁ ବୋଲି କେନ୍ଦ୍ର କହିଥିଲା । ଆଗାମୀ ଦିନରେ ମହିଳାମାନେ ଏହାର ଉଚିତ୍ ଜବାବ ଦେବେ ।

ତେବେ ଆସନ୍ତା ୩୦ ତାରିଖ ସୁଦ୍ଧା ଗ୍ୟାସ ଦର ନ କମାଇଲେ ସାରା ରାଜ୍ୟରେ ଆନ୍ଦୋଳନ କୁ ଆହୁରି ବ୍ୟାପକ କରାଯିବ । ବିଜେଡି ପକ୍ଷରୁ ଦଳର ୩ ବିଧାୟକ ବିଜେଡି ଯୁବ ସଭାପତି ବ୍ୟୋମକେଶ ରାୟ , ପ୍ରଣବ ବଳବନ୍ତରାୟ ଓ ଛାତ୍ର ବିଜେଡ଼ି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ।

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.