ଜୟ ଓଡ଼ିଶା ସହଯୋଗରେ ରକ୍ତ ଦାନ ଭ୍ୟାନ ଏବଂ ସିଲେଇ ମେସିନ୍ ହସ୍ତାନ୍ତର ସମାରୋହ

ଜୟ ଓଡ଼ିଶା ସହଯୋଗରେ ରକ୍ତ ଦାନ ଭ୍ୟାନ ଏବଂ ସିଲେଇ ମେସିନ୍ ହସ୍ତାନ୍ତର ସମାରୋହ

Date:

ଜୟ ଓଡିଶା, ଇଣ୍ଡସ୍ଇଣ୍ଡ ବ୍ୟାଙ୍କ ଏବଂ କୋଭିଡ ଆକ୍ସନ କୋଲାବ ର ମିଳିତ ଉଦ୍ୟମରେ ଆଜି ଯାଜପୁର ଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

କାର୍ଯ୍ୟକ୍ରମର ଶୁଭାରମ୍ଭ ଦିନ, ରକ୍ତ ଦାନ ଏବଂ ଟିକାକରଣ ପାଇଁ ସମସ୍ତ ଆନୁଷଙ୍ଗିକ ସହିତ ଏକ ମଲ୍ଟି-ୟୁଟିଲିଟି ଭ୍ୟାନ୍ ଯାଜପୁର ରେ ପ୍ରଦାନ କରାଯାଇଥିଲା, ଯାହା ଦ୍ଵାରା ଭିନ୍ନ ଭିନ୍ନ ସ୍ଥାନରୁ ରକ୍ତଦାନ ପ୍ରକ୍ରିୟା ସହଜ ହୋଇପାରିବ। ଏଥିସହ ଯାଜପୁର ର ମହିଳା ମାନଙ୍କୁ ଆର୍ଥିକ ଭାବେ ସ୍ଵାଧୀନ ଓ ସସକ୍ତ କରିବା ପାଇଁ ୧୪୦୦ ଟି ସିଲେଇ ମେସିନ୍ ହସ୍ତାନ୍ତର କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇଥିଲେ। ଅନ୍ୟାନ୍ୟ ଆମନ୍ତ୍ରିତ ଅତିଥିଙ୍କ ମଧ୍ୟରେ କୋଭିଡ ଆକ୍ସନ କୋଲାବ ପ୍ରତିନିଧି ଡକ୍ଟର ଭୁମିକା ନନ୍ଦ,ଇଣ୍ଡସ୍ଇଣ୍ଡ ବ୍ୟାଙ୍କର ପ୍ରତିନିଧି ଅଭିନବ ସିଦ୍ଧାନ୍ତ ଓ ଅନ୍ୟ କାର୍ଯ୍ୟକାରୀ ଯୋଗ ଦେଇଥିଲେ ।

ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କ ପ୍ରେରଣା ଓ ଶ୍ରୀ ପ୍ରଣବ ପ୍ରକାଶ ଦାସ ଙ୍କ ମାର୍ଗଦର୍ଶନ ସାହାଯ୍ୟରେ ଆଗାମୀ ଦିନରେ ମଧ୍ୟ ଏହିଭଳି ଉନ୍ନତିମୂଳକ କର୍ଯ୍ୟମାନ ଜାରି ରହିବ ବୋଲି ବିଜେଡି ଜଏଣ୍ଟ ସେକ୍ରେଟାରୀ ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି ।

କୋଭିଡ ଆକ୍ସନ କୋଲାବ ର ପ୍ରତିନିଧି ଭୂମିକା ନନ୍ଦ କରିଛନ୍ତି ଯେ, କୋଭିଡ, ଲୋକଙ୍କର ଜୀବନ ଓ ଜୀବିକା ଉଭୟ ଉପରେ ପ୍ରଭାବ ପକାଇଛି। ତେଣୁ ଏବେ ସେମାନଙ୍କୁ କେବଳ ରିଲିଫ ସାହାଯ୍ୟରେ ନୁହେଁ  ବରଂ ଆଗତ ଭବିଷ୍ୟତ କୁ ଦୃଷ୍ଟି ରେ ରଖି ସହଯୋଗର ହାତ ବଢ଼ାଇବା ଉଚିତ। ଯେହେତୁ କୋଭିଡ ଆକ୍ସନ କୋଲାବ ସବୁବେଳେ ମିଳିମିଶି କାର୍ଯ୍ୟ କରିବାରେ ବିଶ୍ୱାସ ରଖେ, ତେଣୁ ଆଗକୁ ମଧ୍ୟ ଜୟ ଓଡ଼ିଶା ର ସହାୟତାରେ ଓଡ଼ିଶା ବାସୀଙ୍କୁ ସାହାଯ୍ୟ କରିବେ ବୋଲି ସେ କହିଥିଲେ।

ଇଣ୍ଡସଇଣ୍ଡ ବ୍ୟାଙ୍କର ପ୍ରତିନିଧି  ଅଭିନବ ସିଦ୍ଧାନ୍ତ, ଜୟ ଓଡ଼ିଶା ଓ କୋଭିଡ ଆକ୍ସନ କୋଲାବ କୁ ଧନ୍ୟବାଦ୍ ଦେବା ସହ ଆଗକୁ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି କହିଥିଲେ ।

Jai Odisha distributes Blood Donation Vehicle, Sewing Machine among needy people

Share post:

Popular

More like this
Related