ଦ୍ଵିତୀୟ କୋଣାର୍କର ଆବଶ୍ୟକତା

ଦ୍ଵିତୀୟ କୋଣାର୍କର ଆବଶ୍ୟକତା

Date:

ଇନ୍‌ସାଇଟ୍‌ ବ୍ୟୁରୋ:  କୋଣାର୍କ, ଯେଉଁଠି ପଥର ଭାଷା ମନୁଷ୍ୟର ଭାଷାକୁ ପରାସ୍ତ କରେ । ଜଗନ୍ନାଥଙ୍କ ପୁତ୍ର ଶାମ୍ବଙ୍କ ତପସ୍ୟା ସ୍ଥଳ ହେଉଛି କୋଣାର୍କ । ଏହା ହେଉଛି ସୂର୍ଯ୍ୟ ଉପାସନାର ସିଦ୍ଧି ସ୍ଥଳ । ୫୦୦୦ବର୍ଷ ଧରି ସୂର୍ଯ୍ୟ ଉପାସନା ହେଉଥିଲେ ହେଁ ୧୧୯ ବର୍ଷ ଧରି ଆଉ ସୂର୍ଯ୍ୟ ଦେବତାଙ୍କ ପୂଜା ହେଉନାହିଁ କୋଣାର୍କରେ । କୋଣାର୍କରେ ଥିବା ଚମତ୍କାର ସୂର୍ଯ୍ୟ ମନ୍ଦିର ଓଡ଼ିଶା ମନ୍ଦିର ସ୍ଥାପତ୍ୟର ସମାପ୍ତି ଏବଂ ବିଶ୍ୱର ଧାର୍ମିକ ସ୍ଥାପତ୍ୟର ଏକ ଚମତ୍କାର ସ୍ମାରକୀ । ତ୍ରୟୋଦଶ ଶତାବ୍ଦୀରେ ରାଜା ନରସିଂହଦେବଙ୍କ ଦ୍ୱାରା ନିର୍ମିତ ଏହି ମନ୍ଦିରଟି ସାତ ଘୋଡା ଏବଂ ବାର ଚକ ବିଶିଷ୍ଟ ସୂର୍ଯ୍ୟ ଦେବତାଙ୍କୁ ଆକାଶରେ ବହନ କରି ନେଉଥିବା ରଥ ଆକାରରେ ପରିକଳ୍ପିତ ହୋଇଛି | ଵୈଦିକ କାଳରୁ ଭାରତରେ ସୂର୍ଯ୍ୟ ଏକ ଲୋକପ୍ରିୟ ଦେବତା । କୋଣାର୍କ ଓଡିଶାର ଏକ ଜଣାଶୁଣା ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଅନ୍ୟତମ ଦର୍ଶନୀୟ ସ୍ଥାନ । ଏହା ଧ୍ୱଂସାବଶେଷ ଅବସ୍ଥାରେ ମଧ୍ୟ ଏକ ଚମତ୍କାର ମନ୍ଦିର ଯାହା ସ୍ଥପତିମାନଙ୍କ ପ୍ରତିଭାକୁ ପ୍ରତିଫଳିତ କରେ । କୋଣାର୍କ ଅର୍କକ୍ଷେତ୍ର ନାମରେ ଏବଂ କୋଣାଦିତ୍ୟ ନାମରେ ମଧ୍ୟ ଜଣାଶୁଣା ।

- Advertisement -

କୋଣାର୍କର ନାମ କୋଣା – କୋଣ ଓ ଅର୍କ – ସୂର୍ଯ୍ୟ ଶବ୍ଦ ସହିତ ଉତ୍ପନ୍ନ ହୋଇଛି । ଏହା ପୁରୀର ଚକ୍ରକ୍ଷେତ୍ରର ଉତ୍ତର ପୂର୍ବ କୋଣରେ ଅବସ୍ଥିତ । ୧୨୭୮ ଖ୍ରୀଷ୍ଟାବ୍ଦରେ ଗଙ୍ଗ ରାଜା ନରସିଂହ ଦେବଙ୍କ ଦ୍ୱାରା ନିର୍ମିତ ଏହି ମନ୍ଦିର ଭାରତର ଏକ ମହାନ ମନ୍ଦିର ଅଟେ ଏବଂ ଏହାକୁ ବ୍ଲାକ ପାଗୋଡା ମଧ୍ୟ କୁହାଯାଏ । କୋଣାର୍କ ମନ୍ଦିର କେବଳ ଏହାର ସ୍ଥାପତ୍ୟର ମହାନତା ପାଇଁ ନୁହେଁ ବରଂ ମୂର୍ତ୍ତି କାର୍ଯ୍ୟର ଜଟିଳତା ପାଇଁ ମଧ୍ୟ ଜଣାଶୁଣା । ସମଗ୍ର ମନ୍ଦିର ୨୪ ଟି ଚକ ବିଶିଷ୍ଟ ସୂର୍ଯ୍ୟ ଦେବତାଙ୍କର ଏକ ରଥ ଭାବେ କଳ୍ପିତ ହୋଇଛି, ପ୍ରତ୍ୟେକଟି ପ୍ରାୟ ୧୦ ଫୁଟ ବ୍ୟାସ ବିଶିଷ୍ଟ ଖୋଦିତ । ସାତୋଟି ଘୋଡା ମନ୍ଦିରକୁ ଟାଣିବା ଭଳି ମୂର୍ତ୍ତି ଏବଂ ଦୁଇଟି ସିଂହ ହାତୀକୁ ଦଳି ଠିଆ ହୋଇଥିବା ମୂର୍ତ୍ତି ମନ୍ଦିରର ପ୍ରବେଶ ଦ୍ୱାରରେ ଜଗି ରହିଛନ୍ତି । ପାହାଚ ଗୁଡିକ ମୁଖ୍ୟ ପ୍ରବେଶ ପଥକୁ ଯାଏ । ମନ୍ଦିରର ଚାରିପାଖର, କାନ୍ଥ ଏବଂ ଛାତ ଉପର, ଇରୋଟିକ୍ ଶୈଳୀରେ ଖୋଦିତ ହୋଇଛି । ସେଠାରେ ପଶୁମାନଙ୍କର, ପତ୍ର, ଫୁଲ, ପୁରୁଷ, ଘୋଡା ଉପରେ ଯୋଦ୍ଧା ଏବଂ ଅନ୍ୟାନ୍ୟ ଆକର୍ଷଣୀୟ ଚିତ୍ର ଅଙ୍କିତ ହୋଇଛି ।

ରାଜ୍ୟ ସରକାର ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିରକୁ ସ୍ୱତନ୍ତ୍ର ପରିଚୟ ନିମନ୍ତେ ପ୍ରୟାସ ଆରମ୍ଭ କରିଥିଲେ ଏବଂ ଶେଷରେ ଆଇକୋନିକ ପ୍ଲେସର ମାନ୍ୟତା ପାଇଥିଲା ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର । ୮୦୦ ବର୍ଷର କୀର୍ତ୍ତିରାଜିର ଜୀବନ୍ତ ନମୁନା ସ୍ୱରୂପ ଦଣ୍ଡାୟମାନ କୋଣାର୍କ ସୂର୍ଯ୍ୟ ମନ୍ଦିରର ନିପୁଣ କାରିଗରୀ ଓ ଜୀବନ୍ତ କାରୁକାର୍ଯ୍ୟ ଭରା ପ୍ରତିମୂର୍ତ୍ତି ଯାହାକି ପ୍ରତିଟି ପଥର ଖୋଦେଇରେ ଦେଖିବାକୁ ମିଳେ ଏବଂ ସୌନ୍ଦର୍ଯ୍ୟ ସବୁବେଳେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ୧୯୮୪ ମସିହାରେ UNESCO ଦ୍ବାରା କୋଣାର୍କକୁ ବିଶ୍ବ ଐତିହ୍ୟର ମାନ୍ୟତା ପ୍ରଦାନ କରାଯାଇଛି ।

ଏବେ ଏହି କୋଣାର୍କ ମନ୍ଦିର ଏବଂ ଏହାର କାରୁକାର୍ଯ୍ୟ ଗୁଡିକ ଧୀରେ ଧୀରେ ଧ୍ଵଂସ ହେବାକୁ ବସିଲାଣି । ରାଜ୍ୟ ସରକାର ଏହାକୁ ବଞ୍ଚାଇ ରଖିବା ପାଇଁ ଅନେକ ପଦକ୍ଷେପ ହାତକୁ ନେଇଛନ୍ତି । 5T ଅଧୀନରେ ମଧ୍ୟ ଅନେକ ପଦକ୍ଷେପ ସରକାର ହାତକୁ ନେଇଛନ୍ତି । ଏହାର ସୌନ୍ଦର୍ଯ୍ୟକୁ ବଞ୍ଚାଇ ରଖିବା ପାଇଁ 5T ଅଧୀନରେ କୋଟି କୋଟି ଟଙ୍କା ବ୍ଲୁ ପ୍ରିଣ୍ଟ ତିଆରି କରି ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର ।

କୋଣାର୍କରେ ତିଆରି ଚାଲିଛି ଦ୍ୱିତୀୟ ସୂର୍ଯ୍ୟ ମନ୍ଦିର । ମନ୍ଦିର ତିଆରିକୁ ନେଇ ଦେଖାଦେଇଛି ଅନେକ ବାଦ ବିବାଦ । ଏହାକୁ ବନ୍ଦ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଥିବା ଦେଖାଦେଇଛି । ଘରୋଇ ଦଖଲରେ ରହିଥିବା ସରକାରୀ ଜମିରେ ନୂତନ ଭବ୍ୟ ମନ୍ଦିର କାର୍ଯ୍ୟ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ପ୍ରତିଷ୍ଠା ହୋଇନଥିବା ଅଧାଗଢା ମନ୍ଦିର ଭିତରେ ସୂର୍ଯ୍ୟ ଦେବତାଙ୍କ ମୂର୍ତ୍ତି ରଖି ପୂଜା କରାଯାଉଛି । ଗୋଟିଏ ପଟେ ନୂତନ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣଶାଳା ସଂସ୍ଥା ମନ୍ଦିର ନିର୍ମାଣ ପାଇଁ ଜିଦ୍ ଧରି ବସିଛି ଅନ୍ୟପଟେ ସରକାରୀ ଜମିରେ ବେଆଇନ ନିର୍ମାଣ ବନ୍ଦ କରିବାକୁ ସଂପୃକ୍ତ ସଂସ୍ଥାକୁ ନୋଟିସ ଜାରି କରିଛି କୋଣାର୍କ ରାଜସ୍ୱ ନିରୀକ୍ଷକ ।

କୋଣାର୍କ ବସ ଷ୍ଟାଣ୍ଡ ନିକଟସ୍ଥ ଘରୋଇ ଦଖଲ ସରକାରୀ ଜମିରେ ନିର୍ମାଣ ଚାଲିଛି ଦ୍ୱିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିର । ନିର୍ମାଣଶାଳା ସଂସ୍ଥା ପକ୍ଷରୁ ଏହି ମନ୍ଦିର ନିର୍ମାଣ କାମ ଚାଲିଛି । ବ୍ରିଟିଶ ଶାସନ ସମୟ ଭଳି ଅବିକଳ ଭବ୍ୟ ସୂର୍ଯ୍ୟ ମନ୍ଦିର ନିର୍ମାଣ ହେଉଛି । ହୀନ ଚକ୍ରାନ୍ତ ଓ ମନ୍ଦ ଉଦେଶ୍ୟ ରଖି ସମ୍ପୃକ୍ତ ସ୍ଥାନରେ ହେଉଥିବା କାର୍ଯ୍ୟକୁ ତୁରନ୍ତ ବନ୍ଦ ପାଇଁ କୋଣାର୍କ ରାଜସ୍ୱ ନିରୀକ୍ଷକ ଚିଠି କରିଛନ୍ତି । ୧୯୨୩ ମସିହା ପ୍ଲଟ ନମ୍ବର ୧୬୫୫ ଅନୁଯାୟୀ ଏହି ମନ୍ଦିର ନିର୍ମାଣ ସ୍ଥଳୀ ସରକାରୀ ଯାଗାରେ ଅବସ୍ଥିତ।

ନୂତନ କୋଣାର୍କ ମନ୍ଦିର ପାଇଁ ବହୁ ସଂଖ୍ୟାରେ ପଥର, ରଥର ଚକ, ସ୍ତମ୍ଭ, ମୂର୍ତ୍ତି, ଘୋଡ଼ା ପହଞ୍ଚିସାରିଛି । ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ଶାଳାର ଅଧ୍ୟକ୍ଷ ମୁକେଶ ଜୈନ ଜିଲ୍ଲାପାଳ, କୋଣାର୍କ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଉକ୍ତ ଜମି ପାଇଁ ଅନୁମତି ଦେବାକୁ ପୁରୀଠାରେ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ।

କୋଣାର୍କ ଦ୍ୱିତୀୟ ନକଲି ସୂର୍ଯ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟକୁ ବିରୋଧ କରିଛି ଅଧିବକ୍ତା ସଂଘ । ଦ୍ୱିତୀୟ ସୂର୍ଯ୍ୟମନ୍ଦିର ନିର୍ମାଣ ହେବା ଅନୁଚିତ । ନିର୍ମାଣକାରୀ ସଂସ୍ଥା ପକ୍ଷରୁ ମନ୍ଦିର ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଅଧିବକ୍ତା ସଂଘ ଦାବି କରିଛି । ସେହିପରି ସରକାରୀ ଜାଗାରେ ମନ୍ଦିର ନିର୍ମାଣକୁ ବିରୋଧ କରଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ । ସରକାରଙ୍କ ସହ ଆଲୋଚନା କରାଯାଇ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ସେ । ଆଗକୁ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କାମକୁ କୋଣାର୍କ ରାଜସ୍ୱ ବିଭାଗ ବନ୍ଦ କରିବା ପାଇଁ ନିର୍ମାଣକାରୀ ସଂସ୍ଥାକୁ ନୋଟିସ ଜାରି କରିଛି । ହେଲେ ଆଗକୁ ମନ୍ଦିର କାମ ହେଉଛି ନା ,ଅଧା ବାଟରେ ପଡିରହୁଛି ନିର୍ମାଣ କାର୍ଯ୍ୟ ତାହା ଦେଖିବାକୁ ବାକି ରହିଲା ।

ଘରୋଇ ଜବରଦଖଲ ସରକାରୀ ଜମିରେ ଦ୍ୱିତୀୟ କୋଣାର୍କ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଏବଂ ଜମିର ସ୍ଥିତାବସ୍ଥା ସମ୍ପର୍କରେ ରିପୋର୍ଟ ଦେବାକୁ ଗୋପ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ । ଏ ନେଇ ତଦନ୍ତ କରୁଛନ୍ତି ଗୋପ ତହସିଲଦାର ଓ ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ।

ସତରେ କ’ଣ ଓଡ଼ିଶାରେ ଦ୍ବିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ଭବ ?

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.