ରନ୍ଧନ ଗ୍ୟାସ ଦରବୃଦ୍ଧି ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

ରନ୍ଧନ ଗ୍ୟାସ ଦରବୃଦ୍ଧି ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

Date:

Insight Bureau:  ରନ୍ଧନ ଗ୍ୟାସ ଦରବୃଦ୍ଧି ବିରୁଦ୍ଧରେ ବିଜୁ ଜନତା ଦଳର ମହିଳା, ଛାତ୍ର ଓ ଯୁବ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବେ । ରନ୍ଧନଗ୍ୟାସର ଅହେତୁକ ଦର ବୃଦ୍ଧି ଏବଂ ଉଜ୍ୱଳା ଯୋଜନାର ବିଫଳତା ନେଇ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିବ  ବିଜେଡି ।

ବିଜେଡି ମୁଖପାତ୍ର ପ୍ରମିଳା ମଲ୍ଲିକ, ବିଧାୟକ ବ୍ୟୋମକେଶ ରାୟ , ବିଧାୟକ ପ୍ରଣବ ବଳବନ୍ତରାୟ ଏବଂ ଦେବୀ ରଞ୍ଜନ ତ୍ରିପାଠୀ ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ବିଜୁ ମହିଳା ଜନତା ଦଳ, ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ ମିଳିତ ଭାବେ ଦୃଢ ବିରୋଧ କରିବା ସହିତ କେନ୍ଦ୍ର ସରକାର ତୁରନ୍ତ ଯେଭଳି ରନ୍ଧନଗ୍ୟାସ ଦର ହ୍ରାସ କରିବେ ସେଥିପାଇଁ ଆନ୍ଦୋଳନକୁ ଓହ୍ଲାଇବେ । ୨୨ ନଭେମ୍ବର, ୨୦୨୧ରେ କଟକ କେନ୍ଦ୍ରାଞ୍ଚଳ ଆରଡିସି କାର୍ଯ୍ୟାଳୟ, ୨୩ ନଭେମ୍ବରରେ ସମ୍ବଲପୁର ଉତ୍ତରାଞ୍ଚଳ ଆରଡିସି କାର୍ଯ୍ୟାଳୟ, ୨୪ ନଭେମ୍ବରରେ ବ୍ରହ୍ମପୁରରେ ଥିବା ଦକ୍ଷିଣାଞ୍ଚଳ ଆରଡିସି କାର୍ଯ୍ୟାଳୟ ଆନ୍ଦୋଳନ କରିବେ ବିଜୁ ଜନତା ଦଳର ସମସ୍ତ କର୍ମୀମାନେ । ଆରଡିସିଙ୍କ ମାଧ୍ୟମରେ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରି ଧ୍ୟାନ ଆକର୍ଷଣ କରି ମୂଲ୍ୟ ହ୍ରାସ କରିବା ନେଇ ଦାବି ରଖିବେ ।

ସାଢେ ୩ ବର୍ଷ ଭିତରେ ଏଲପିଜି ରନ୍ଧନ ଗ୍ୟାସର ମୂଲ୍ୟରେ ୭୦% ବୃଦ୍ଧି ଘଟିଛି । ଭାରତରେ ଏତେ କମ୍‍ ସମୟ ମଧ୍ୟରେ ରନ୍ଧନଗ୍ୟାସ ଦର ୭୦% ବୃଦ୍ଧି ପାଇବା ପୂର୍ବରୁ କେବେ ଦେଖାଯାଇ ନଥିଲା ।

ଉଜ୍ୱଳା ଯୋଜନା ହେଉଛି ଲୋକଙ୍କୁ ଭୂତେଇବା ପାଇଁ ଏକ ବଡ ନାଟକ ଯାହା ବାସ୍ତବରେ ବହୁଳ ଭାବେ ବିଫଳ ହୋଇଛି । ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ କହିଛି ଯେ ଦେଶରେ ସ୍ୱଚ୍ଛ ରନ୍ଧନ ଗ୍ୟାସ ବ୍ୟବହାର ମାତ୍ର ୨୦% ବୃଦ୍ଧି ପାଇଛି । ସିଏଜି ରିପୋର୍ଟ ଅନୁଯାୟୀ ହିତାଧିକାରୀମାନେ ରନ୍ଧନଗ୍ୟାସ ସିଲିଣ୍ଡର ରିଫିଲ୍ କମାଇବା ସହିତ ଏହାର ବ୍ୟବହାର ମଧ୍ୟ କମ୍‍ କରୁଛନ୍ତି । କେନ୍ଦ୍ର ସରକାର ଉତ୍ତର ପ୍ରଦେଶ ନିର୍ବାଚନକୁ ଦୃଷ୍ଟିରେ ରଖି ଉଜ୍ୱଳା-୨ ଆରମ୍ଭ କରିଦେଇଛନ୍ତି ।

କେନ୍ଦ୍ରର ବିଫଳତା ସହିତ ଏଲ୍‍ପିଜି ଦର ବୃଦ୍ଧି ସଂକ୍ରାନ୍ତରେ କେନ୍ଦ୍ରର ମୁଖା ଖୋଲିବାପାଇଁ ସମଗ୍ର ରାଜ୍ୟରେ ଆନ୍ଦୋଳନକୁ ତୀବ୍ର କରିବା ନେଇ ବିଜେଡିର ଏହି ତିନି ନେତା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.