ଲଖିମପୁର-ଖେରି ହତ୍ୟାକାଣ୍ଡ: କୋଉଠି ଲୁଚିଛନ୍ତି କେନ୍ଦ୍ର ମନ୍ତ୍ରୀଙ୍କ ପୁଅ?

ଲଖିମପୁର-ଖେରି ହତ୍ୟାକାଣ୍ଡ: କୋଉଠି ଲୁଚିଛନ୍ତି କେନ୍ଦ୍ର ମନ୍ତ୍ରୀଙ୍କ ପୁଅ?

Date:

ଇନସାଇଟ୍ ବ୍ୟୁରୋ: ସୁପ୍ରିମକୋର୍ଟରେ ଉତ୍ତରପ୍ରଦେଶ ଲଖିମପୁର ହିଂସା ମାମଲାର ଶୁଣାଣି ହୋଇଛି। ଶୁଣାଣି ସମୟରେ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ରାଜ୍ୟ ସରକାରଙ୍କ ପଦକ୍ଷେପ ଯଥେଷ୍ଟ ନୁହେଁ ବୋଲି କୋର୍ଟ କହିଛନ୍ତି। ଏହାସହ ଏଯାଏ କାହିଁକି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇନି ବୋଲି କୋର୍ଟ ପ୍ରଶ୍ନ କରିଛିନ୍ତି।

ଲକ୍ଷ୍ମୀପୁର ହିଂସା ଘଟଣାରେ ଉତ୍ତରପ୍ରଦେଶ ପୋଲିସ ଦ୍ୱାରା କରାଯାଇଥିବା ଅନୁସନ୍ଧାନକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ୟୁପି ସରକାରଙ୍କୁ କଡ଼ା ସମାଲୋଚନା କରାଯିବା ସହ ଏବଂ ପଚରାଯାଇଥିଲା ଯେ ମାମଲା ଦଫା ୩୦୨ର ଥିବା ବେଳେ, 5 ଦିନ ପରେ ମଧ୍ୟ ଅଭିଯୁକ୍ତକୁଗିରଫ କାହିଁକି କରାଯାଇ ନାହିଁ କାହିଁକି? ମାମଲାର ତଦନ୍ତରେ ୟୁପି ସରକାର ନେଇଥିବା ପଦକ୍ଷେପଗୁଡ଼ିକରେ କୋର୍ଟ ସନ୍ତୁଷ୍ଟ ନୁହଁନ୍ତି ବୋଲି କହିଛନ୍ତି।

ଉତ୍ତରପ୍ରଦେଶ ରାଜ୍ୟ ପାଇଁ ହାଜର ହୋଇଥିବା ବରିଷ୍ଠ ଆଡଭୋକେଟ୍ ହରିଶ ସାଲଭେ ବେଞ୍ଚକୁ ଆଶ୍ୱାସନା ଦେଇ କହିଛନ୍ତି ଯେ, ସନ୍ତୋଷଜନକ ପଦକ୍ଷେପ ନିଆଯିବା ସହ ଏହାର ତଦନ୍ତ କରାଯିବ। ବେଞ୍ଚ ଦର୍ଶାଇଛି ଯେ, ୮ ଜଣଙ୍କୁ ନିର୍ଦ୍ଦୟଭାବେ ହତ୍ୟା କରିବା ମାମଲା ଏବଂ ଏଭଳି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିଫର କରିବା ଉଚିତ ମାତ୍ର ଶୁଣାଣି ସମୟରେ ଅଭିଯୁକ୍ତଙ୍କୁ କାହିଁକି ଗିରଫ କରାଯାଇ ନାହିଁ ବୋଲି ବେଞ୍ଚ ପ୍ରଶ୍ନ କରିଛି।

ଅନ୍ୟପଟେ, ଲଖିମପୁର-ଖେରି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ର କ୍ରାଇମବ୍ରାଞ୍ଚ ଆଗରେ ହାଜର ହୋଇନାହାନ୍ତି। କ୍ରାଇମବ୍ରାଞ୍ଚରେ। କ୍ରାଇମବ୍ରାଞ୍ଚ ଆଶିଷଙ୍କ ଘରେ ନୋଟିସ ଲଗାଇ ଆଜି ସକାଳ ୧୦ଟାରେ ହାଜର ହେବାକୁ କହିଥିଲା। ତେବେ ନୋଟିସ ଲଗାଯିବାପରେ ମଧ୍ୟ ହାଜର ହୋଇନାହାଁନ୍ତି ଆଶିଷ। ତେବେ ଆଶିଷ ତାଙ୍କ ସହଯୋଗୀ ଅଙ୍କିତ ଦାସଙ୍କ ସହ ନେପାଳ ପଳାଇଥିବା କୁହାଯାଉଛି। ନେପାଳ ରାଜଧାନୀ କାଠମାଣ୍ଡୁରେ ଆଶିଷଙ୍କ ଲୋକେସନ ଟ୍ରେସ୍ କରାଯାଇଛି।

 ଏହି ଘଟଣାରେ ଗୁରୁବାର ଦିନ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଆଶିଷ ପାଣ୍ଡେ ଓ ଲବ କୁଶଙ୍କୁ ପଚରାଉଚରା କରୁଛି ପୋଲିସ। ଘଟଣାରେ ଦୁଇଜଣ ଜଡ଼ିତ ଥିବାବେଳେ ଆହତ ମଧ୍ୟ ହୋଇଥିଲେ। ଜେରା ବେଳେ ଦୁହିଁଙ୍କଠାରୁ ଘଟଣା ସମ୍ପର୍କରେ ଅନେକ ତଥ୍ୟ ହସ୍ତଗତ ହୋଇଛି। ଏହାସହ ଘଟଣାସ୍ଥଳରୁ ଜବତ ହୋଇଥିବା ଗୁଳି ଫରେନ୍ସିକ ଯାଞ୍ଚ ପାଇଁ ପଠାଯାଇଛି ଓ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଖୁବଶୀଘ୍ର କୋର୍ଟରେ ହାଜର କରାଯିବ ବୋଲି ଏଡିଜି ଏସ ଏନ୍ ସାବତ କହିଛନ୍ତି।

ଅନ୍ୟପଟେ ମୃତ ଚାଷୀ ଗୁରବିନ୍ଦର ସିଂ ଓ ସାମ୍ବାଦିକ ରମଣ କଶ୍ୟପଙ୍କ ପରିବାର ଅଟୋପ୍ସି ଟେଷ୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମୃତକଙ୍କ ଶରୀରରେ ଗୁଳି ବାଜିଥିବା ଚିହ୍ନ ଥିବା ବେଳେ ଅଟୋପ୍ସି ରିପୋର୍ଟରେ ଏହା ଉଲ୍ଲେଖ ନାହିଁ ।

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.