ଜାଣନ୍ତୁ ଜଗନ୍ନାଥ ମନ୍ଦିରକୁ କାହିଁକି ଧଳା ପାଗୋଡା କୁହାଯାଉଥିଲା

ଜାଣନ୍ତୁ ଜଗନ୍ନାଥ ମନ୍ଦିରକୁ କାହିଁକି ଧଳା ପାଗୋଡା କୁହାଯାଉଥିଲା

Date:

ଇନସାଇଟ ବ୍ୟୁରୋ: ପୁରୀ ଯାହା ମହାପ୍ରଭୁଙ୍କ ଧାମ ଭାବେ ବିଶ୍ବ ପ୍ରସିଦ୍ଧ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ରହସ୍ୟ ଭେଦ କରିବା ଛାର ମନୁଷ୍ୟ ପକ୍ଷେ ସମ୍ଭବ ନୁହେଁ । ବାର ମାସରେ ତେର ପର୍ବ ଅନୁଷ୍ଠିତ ହେଉଥିବା ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ନୀତିକାନ୍ତି ମଧ୍ୟ ବିରଳ ।  ପୁରୀର ନାମ ହୁଏତ ଦିନେ ଥିଲା ପୁରୁଷୋତ୍ତମ-ପୁରୀ ଓ ଜଗନ୍ନାଥ-ପୁରୀ । ପରେ ପରେ ଏହି ନାମଟି ସଂକ୍ଷିପ୍ତୀକରଣ ପ୍ରକ୍ରିୟାରେ ହୋଇଗଲା ‘ପୁରୀ’ ।

ଏହାର ଅନ୍ୟାନ୍ୟ କେତୋଟି ନାମ ହେଲା-ଶ୍ରୀକ୍ଷେତ୍ର, ନୀଳାଚଳ କ୍ଷେତ୍ର, ନୀଳାଚଳ ଧାମ, ଶଙ୍ଖକ୍ଷେତ୍ର, ପୁରୁଷୋତ୍ତମ କ୍ଷେତ୍ର, ପୁରୁଷୋତ୍ତମ ଧାମ, ନୀଳାଦ୍ରି । ଅନେକ କାଳରୁ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆବିର୍ଭୂତ ହୋଇଛନ୍ତି । ଏହି ପରମପାବନ କ୍ଷେତ୍ର ଯେ ପୃଥିବୀର ଏକ ପ୍ରାଚୀନ ଧର୍ମପୀଠ-ଏହା ବିନା ଦ୍ୱିଧାରେ କୁହାଯାଇପାରେ । କିନ୍ତୁ ଏହି କ୍ଷେତ୍ରର ମୁଖ୍ୟ ଅଧିଷ୍ଠାତା ଦେବତା ଶ୍ରୀଜଗନ୍ନାଥଙ୍କର ଇତିବୃତ୍ତ ଅଦ୍ୟାବଧି ରହସ୍ୟାବୃତ ହୋଇ ରହି ଆସିଛି ଆଜି ପର୍ଯ୍ୟନ୍ତ । ବିଭିନ୍ନ ପୁରାଣ, କିମ୍ବଦନ୍ତୀ ଓ ଇତିହାସ ସେ ରହସ୍ୟ ଭେଦକରି ପାରି ନାହାନ୍ତି ଏହି ରହସ୍ୟକୁ ।

ସୂତ୍ର ଅନୁଯାୟୀ ପୁରୀର ଜଗନ୍ନାଥ ମନ୍ଦିରକୁ “ଧଳା ପାଗୋଡା” କୁହାଯାଉଥିଲା । କାରଣ  ଶ୍ରୀମନ୍ଦିରର ସୁରକ୍ଷା ପାଇଁ ତତ୍କାଳୀନ ଗଜପତି ନିୟମିତ ବ୍ୟବଧାନରେ ମନ୍ଦିର ଉପରେ ଲେମ୍ବୁରେ ତିଆରି ଧଳା ରଙ୍ଗର ପେଷ୍ଟ ବ୍ୟବହାର କରୁଥିଲେ । ଯାହାପାଇଁ ମନ୍ଦିର ସମ୍ପୂର୍ଣ୍ଣ ଧଳା ଦେଖାଯାଉଥିଲା । ଏହି ପେଷ୍ଟର ଏକ ମୋଟା ସ୍ତର କିଛି ଦିନ ବ୍ୟବଧାନ ପରେ ମନ୍ଦିର ଭିତର ଏବଂ ବାହାର ପାଖରେ ପ୍ରୟୋଗ କରାଯାଉଥିଲା । ଆଉ ଏହି ପେଷ୍ଟ ମନ୍ଦିରକୁ ସମୁଦ୍ରରୁ ଆସୁଥିବା ଲୁଣିଆ ପବନରୁ ରକ୍ଷା କରୁଥିଲା ।

କିନ୍ତୁ ୧୯୯୦ ଦଶକରେ କିଛି ବୁଦ୍ଧିଜୀବୀ ମନ୍ଦିର କାନ୍ଥରେ ଥିବା କାରୁକାର୍ଯ୍ୟ ଦେଖିବା ନେଇ ପାଇଁ ଦେଖାଇଥିଲେ । ଏହି ପେଷ୍ଟ ଯୋଗୁଁ କିଛି ମାତ୍ରାରେ ମନ୍ଦିରର  କଳା କାରୁକାର୍ଯ୍ୟ ଲୁଚି ଯାଉଥିଲା । ତେଣୁ ସେହି ସମୟରୁ ଏହି ପେଷ୍ଟ ପ୍ରୟୋଗ କରିବା ବନ୍ଦ କରି ଦିଆଗଲା ଫଳରେ ନିୟମିତ ବ୍ୟବଧାନରେ ଏହା ବନ୍ଦ ହୋଇଯାଇଥିବା ଯୋଗୁଁ  କିଛି ପ୍ଲାଷ୍ଟର ରତ୍ନ ସିଂହାସନ  ନିକଟରେ ପଡିବା ଆରମ୍ଭ ହୋଇଥିଲା । ପରେ ମନ୍ଦିର ସମ୍ପତ୍ତି ନଷ୍ଟ ହେବ ନେଇ ସମ୍ପୂର୍ଣ୍ଣ ପ୍ଲାଷ୍ଟର ବାହାର କରାଯାଇଥିଲା ଏବଂ ମନ୍ଦିରକୁ ଲୁଣିଆ ପବନ ରୁ ରକ୍ଷା କରିବା ପାଇଁ ଶ୍ରୀମନ୍ଦିରରେ ଅନ୍ୟ କିଛି ରାସାୟନିକ ପଦାର୍ଥ ବ୍ୟବହାର ଆରମ୍ଭ କରାଯାଇଥିଲା । ଆଉ ସେବେଠାରୁ ଦେଖିବାକୁ ମିଳିଲା ଶ୍ରୀମନ୍ଦିରକୁ ଘେରି ରହିଛି ଲୁହାର  ରେଲିଂ । ଯାହା ଅତି ଦୁଃଖଦର ବିଷୟ ।

ଅନ୍ୟପଟେ ଗତ 2019ରେ ଫନି ବାତ୍ୟା ପୁରୀ ସହରକୁ ଶକ୍ତ ଧକ୍କା ଦେଇଥିଲା ଯାହା ସମଗ୍ର ସହରକୁ ଧ୍ୱଂସ କରିବା ସହ ଶ୍ରୀମନ୍ଦିରର କିଛି ଅଂଶରେ ମଧ୍ୟ ବ୍ୟାପକ କ୍ଷତି ଘଟାଇଥିଲା । ଅବହେଳା ହେତୁ, ଲୁହା ରେଲିଂଗୁଡିକ ହଟାଗଲା ନାହିଁ ଏବଂ ଯେତେବେଳେ ୨୫୦  କିଲୋମିଟର ଘଣ୍ଟା ପ୍ରତି ପବନର ବେଗ ରହିଥିଲା ସେ ସମୟରେ ସମଗ୍ର ଲୁହାରେଲିଂ ଗୁଡିକ ଭୁଶୁଡି ପଡିଲା । ଯାହାଦ୍ବାରା ମନ୍ଦିରର ଅନେକ କ୍ଷତି ଘଟିଥିଲା ଯାହା ଆଜି ପର୍ଯ୍ୟନ୍ତ ସଠିକ ଭାବେ ପୂରଣ ମଧ୍ୟ କରାଯାଇନାହିଁ । ଅନ୍ୟପଟେ ମୂଖ୍ୟ ମନ୍ଦିରର କିଛି ଅଂଶ ଏବଂ ଏହାର ନିକଟବର୍ତ୍ତୀ ସହାୟକ ମନ୍ଦିରଗୁଡ଼ିକର ମଧ୍ୟ  କ୍ଷତି ହୋଇଥିଲା ।  ସୂଚନା ଅନୁଯାୟୀ ବାତ୍ୟା ଫନିରେ ଶ୍ରୀମନ୍ଦିରର ପ୍ରାୟ ୫ କୋଟି ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ଘୋଷଣା କରିଥିଲା ।

ପ୍ରତ୍ୟେକ ସମସ୍ୟା ପାଇଁ ଆମେ ସେବାୟତଙ୍କୁ ଦାୟୀ କରିଥାଉ । କିନ୍ତୁ, ଆମେ କେବେ ଶ୍ରୀମନ୍ଦିରର କାର୍ଯ୍ୟ ମରାମତି ପାଇଁ ଦାୟୀ ସଂଗଠନକୁ ପ୍ରଶ୍ନ କରିନାହୁଁ ? ଯଦି ରୀତିନୀତିରେ ବିଳମ୍ବ ହୁଏ ତେବେ ସେବାୟତଙ୍କୁ ହିଁ ଦାୟୀ କରାଯାଏ । ନୀତିକାନ୍ତି ବିଳମ୍ବ ହେଲେ ୨୪  ଘଣ୍ଟା ମଧ୍ୟରେ ସଠିକ୍ ହୋଇପାରିବ । କିନ୍ତୁ, ଯଦି ମନ୍ଦିର ଦିନେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ ଆଉ ଦ୍ୱାଦଶ ଶତାବ୍ଦୀର ଶ୍ରଦ୍ଧାଳୁ ଭାଙ୍ଗି ପଡ଼ନ୍ତି ତେବେ ଏହା ୨୪  ଘଣ୍ଟା ମଧ୍ୟରେ ତିଆରି ହୋଇ ପାରିବ କି ?  ଅନୁମାନ କରାଯାଇପାରେ 100 ବର୍ଷ ମଧ୍ୟରେ କେବେ ବି ସମାନ କାରୁକାର୍ଯ୍ୟ ସହିତ ଏପରି ସ୍ଥାପତ୍ୟ ଭବିଷ୍ୟତରେ ହୋଇପାରିବ ନାହିଁ ।

ଏବେ ସମୟ ଆସିଛି ଏହା ଉପରେ ଚିନ୍ତା କରିବାର । ଆଗକୁ ମନ୍ଦିର ସମ୍ପୂର୍ଣ୍ଣ ନଷ୍ଟ ହେବା ପୂର୍ବରୁ କର୍ତ୍ତୃପକ୍ଷ ଏହି ସ୍ଥାପତ୍ୟ ଆଶ୍ଚର୍ଯ୍ୟକୁ କ୍ଷତିରୁ ବଞ୍ଚାଇବାକୁ ଚେଷ୍ଟା କରନ୍ତୁ । ଲେମ୍ବୁରେ ତିଆରି ସେହି ପେଷ୍ଟର ସ୍ତରକୁ ପୁନର୍ବାର ପ୍ରୟୋଗ କରିବା ପାଇଁ ଚେଷ୍ଟା କରନ୍ତୁ ।  ଆଶା କରାଯାଇପାରେ ଯେ ଏହା ନିଶ୍ଚିତ ଆଗକୁ ମନ୍ଦିରକୁ ଲୁଣି ଜଳବାୟୁରୁ ରକ୍ଷା କରିବା ସହ କୌଣସି କ୍ଷତି ହେବା  ଉପରେ ମଧ୍ୟ ରୋକ ଲଗାଇବ ।

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.