୧୭ତମ ଲୋକସଭାର ଅଢେଇବର୍ଷ ପରେ ବି ଖାଲି ପଡିଛି ଉପବାଚସ୍ପତି ପଦ

୧୭ତମ ଲୋକସଭାର ଅଢେଇବର୍ଷ ପରେ ବି ଖାଲି ପଡିଛି ଉପବାଚସ୍ପତି ପଦ

Date:

ନୂଆଦିଲ୍ଲୀ: ୧୭ତମ ଲୋକସଭା ଗଠନକୁ ଇତିମଧ୍ୟରେ ଅଢେଇବର୍ଷ ପୁରିଗଲାଣି। ଏପର୍ଯ୍ୟନ୍ତ ଉପବାଚସ୍ପତି ପଦଟି ପୂରଣ ହୋଇପାରିନାହିଁ। ୨୦୧୯ ଜୁନ ୧୭ ତାରିଖରେ ସଂସଦର ପ୍ରଥମ ବୈଠକ ହୋଇଥିଲା। ଏହାରିଭିତରେ ଅଢେଇ ବର୍ଷରୁ ଅଧିକସମୟ ବିତିଯାଇଥିଲେ ମଧ୍ୟ ସଂସଦର ଉପବାଚସ୍ପତି ପଦବୀ ପୂରଣ କରାନଯିବା ଏବେ ସରକାରଙ୍କ ମନୋଭାବ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି।ତେବେ ଏହା ପୂର୍ବ ଲୋକସଭାମାନଙ୍କରେ ବାଚସ୍ପତି ନିର୍ବାଚନ ସହ ହେଉ ଅଥବା ପରବର୍ତ୍ତି ଅଧିବେଶନରେ ପୂରଣ କରିଦିଆଯାଉଥିଲା। ହେଲେ ଇତିମଧ୍ୟରେ ସପ୍ତଦଶ ଲୋକସଭା ବ୍ୟତିକ୍ରମ ହେବାକୁ ଯାଉଛି। ସଂସଦରେ ଉପବାଚସ୍ପତିଙ୍କର ସେହି ଦାୟିତ୍ୱ ରହିଥାଏ ଯାହା ବାଚସ୍ପତିଙ୍କର। ଗୃହରେ ବାଚସ୍ପତିଙ୍କ ଅନୁପସ୍ଥିତିରେ ଉପବାଚସ୍ପତି ପୀଠାସୀନ ହୁଅନ୍ତି।

- Advertisement -

୧୯୫୬ ମସିହାରେ ତତ୍କାଳୀନ ବାଚସ୍ପତି ଜି.ଭି.ମାବଲଙ୍କରଙ୍କ ଅକସ୍ମାତ ପରଲୋକ ହୋଇଥିବାବେଳେ ଉପବାଚସ୍ପତି ଏମ.ଏ.ଆୟଙ୍ଗର ପରବର୍ତ୍ତି ସଂସଦୀୟ କାର୍ଯ୍ୟଭାର ସମ୍ଭାଳିଥିଲେ। ସେହିପରିଭାବେ ୨୦୦୨ ମସିହାରେ ଜି.ଏମ.ସି. ବାଲୟୋଗୀଙ୍କ ଦୁର୍ଘଟଣାରେ ମୃତ୍ୟୁ ହେବାପରେ ଉପବାଚସ୍ପତି ପି.ଏମ.ସଇଦ ବାଚସ୍ପତିଙ୍କ ଦାୟିତ୍ୱ ସମ୍ଭାଳିଥିଲେ। ଆତଙ୍କବାଦ ନିରୋଧ ବିଧେୟକ ୨୦୦୨ ସଂସଦର ଯୁଗ୍ମ ଅଧିବେଶନରେ ୨୬ ମାର୍ଚ୍ଚ ୨୦୦୨ରେ ଗୃହୀତ ହୋଇଥିଲା। ଠିକ ସେହି ସମୟରେ ବାଲୟୋଗୀଙ୍କ ପରଲୋକ ହୋଇଥିଲା। କେନ୍ଦ୍ରରେ ବିଜେପି ସରକାର ଥିବା ବେଳେ ବିରୋଧୀ ଦଳର ସଇଦ୍ ଯୁଗ୍ମ ଅଧିବେଶନରେ ଉପବାଚସ୍ପତି ଦାୟିତ୍ୱ ତୁଲାଉଥିଲେ। ଏଣୁ ସରକାର ତାଙ୍କୁ ତୁରନ୍ତ ବାଚସ୍ପତି ନିଯୁକ୍ତ କରିଥିଲେ।

ଏଥିରୁ ଲୋକସଭା ଉପାଧ୍ୟକ୍ଷ ପଦ କେତେ ଗୁରୁତ୍ୱପୂର୍ଣ୍ଣ ତାହା ସହଜରେ ଜଣାପଡେ। ଏବେ ଏଠାରେ ପ୍ରଶ୍ନ ଉଠୁଛି ଉପାଧ୍ୟକ୍ଷ ପଦବୀ ପୂରଣ କରିବା ଦାୟିତ୍ୱ କାହାର। ଏ ନେଇ ଥିବା ଲୋକସଭା ପ୍ରକ୍ରିୟା ତଥା କାର୍ଯ୍ୟ ସଞ୍ଚାଳନ ନିୟମ ଅନୁଯାୟୀ ବାଚସ୍ପତିଙ୍କ ନିର୍ବାଚନ ତାରିଖ ରାଷ୍ଟ୍ରପତି ନିର୍ଦ୍ଧାରିତ କରନ୍ତି ଏବଂ ଉପବାଚସ୍ପତିଙ୍କୁ ବାଚସ୍ପତି ନିଯୁକ୍ତ କରନ୍ତି। ତେବେ ସୁସ୍ଥାପିତ ସଂସଦୀୟ ପରମ୍ପରା ଅନୁସାରେ ଉପବାଚସ୍ପତି ନିର୍ବାଚନ ଲାଗି ସଂସଦୀୟ ବ୍ୟାପାରମନ୍ତ୍ରୀ ଉପବାଚସ୍ପତିଙ୍କ ନିର୍ବାଚନ ପ୍ରକ୍ରିୟା ଆୟୋଜନ କରିଥାନ୍ତି।

ସଂସଦୀୟ ପରମ୍ପରା ଅନୁସାରେ ଏହି ପଦବୀ ବିରୋଧୀ ଦଳଙ୍କୁ ଦିଆଯାଇଥାଏ। ସଂସଦୀୟ ଇତିହାସରୁ ଜଣାପଡେ ଯେ ଏହି ପଦବୀ କେତେ ଗୁରୁତ୍ୱପୂର୍ଣ୍ଣ। ଏବେ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ଏଣୁ କିଛି ନେତା ବିବସ ହୋଇ ପ୍ରସଙ୍ଗରେ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବାକୁ ବାଧ୍ୟ ହୋଇଛନ୍ତି। ହୁଏତ ସରକାର କମ ଶାସକ ଓ ଅଧିକ ଶାସନର ତର୍କ ରଖିପାରନ୍ତି। ହେଲେ ସଂସଦୀୟ ପଦପଦବୀ ନିମନ୍ତେ ବିନା ସମ୍ବିଧାନ ସଂଶୋଧନରେ ସରକାରଙ୍କ ତର୍କ ପ୍ରଯୁଜ୍ୟ ନୁହେଁ ବୋଲି କୁହାଯାଉଛି।

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...