ମହା ଶିବରାତ୍ରି ଓ ଏହାର ବିଶେଷତ୍ଵ

ମହା ଶିବରାତ୍ରି ଓ ଏହାର ବିଶେଷତ୍ଵ

Date:

ଇନସାଇଟ ବ୍ୟୁରୋ: ମହା ଶିବରାତ୍ରି ଏକ ହିନ୍ଦୁ ପର୍ବ ଯେଉଁଦିନ କି ଶିବଙ୍କୁ  ପୂଜା କରାଯାଇଥାଏ । ପ୍ରାଚୀନ କାଳରୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଅଗଣିତ ନରନାରୀ ଏହି ଉପାସନା ପାଳନ କରି ଆସୁଛନ୍ତି । ଏହିଦିନ ପ୍ରତ୍ୟେକ ଶୈବପୀଠରେ ସାମୂହିକ ଭାବେ ଏହି ପର୍ବ ପାଳନ କରାଯାଏ । ଏହି ଦିନ ବ୍ରତ ପାଳନ କରୁଥିବା ପ୍ରତ୍ୟେକ ନରନାରୀ ଶିବ ମନ୍ଦିରରେ ଅଖଣ୍ଡ ଦୀପ ଜଳିବ ସହିତ ଉଜାଗର ରହି ଉପବାସ କରିଥାନ୍ତି । ବିଶ୍ବକଲ୍ୟାଣ ଲାଗି ଶିବଲିଙ୍ଗରେ ଶାସ୍ତ୍ରମତେ ବିଶେଷ ପୂଜାର୍ଚ୍ଚନା କରାଯାଏ । ରାତ୍ରିର ପ୍ରଥମ ପ୍ରହରରେ ଦୁଗ୍ଧ, ଦ୍ବିତୀୟ ପ୍ରହରରେ ଦଧି, ତୃତୀୟ ପ୍ରହରରେ ଘୃତ ସହ ଚତୁର୍ଥ ପ୍ରହରରେ ମଧୁ ଦ୍ବାରା ଶିବ ଲିଙ୍ଗକୁ ସ୍ନାନ କରାଯାଇଥାଏ ।

- Advertisement -

ଏପରିକି ସାରା ରାତି ଉଜାଗର ରହି ଦୀପ ଜାଳି ଶିବନାମ ଜପ ଓ ସ୍ମରଣ କରନ୍ତି ଶିବଭକ୍ତ । ତେଣୁ ଏହି ପର୍ବକୁ ଜାଗର ମଧ୍ୟ କୁହାଯାଏ । ଏହା ଫାଲ୍‌ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ । ମହାଦେବଙ୍କଦ୍ୱାରା ଏଇ ଦିନ ସଂସାର ପ୍ରକଟ ହୋଇଥିଲା ବୋଲି ଲୋକେ ବିଶ୍ୱାସ କରିଥାନ୍ତି ।  ପୁରାଣ ରେ ଲେଖା ରହିଛି ଶିବରାତ୍ରି  ପାଳନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ଏହି ଦିନ ଶିବ ମହାପ୍ରଭୁଙ୍କ ଉପରେ ରୁଦ୍ରାଭିଷେକ କରାଯାଇଥାଏ । ଏଥି ସହିତ ମହା ମୃତ୍ୟୁଞ୍ଜୟ ମନ୍ତ୍ରର ମଧ୍ୟ ଜପ କରାଯାଇଥାଏ। ମାନ୍ୟତା ଅଛି ଯେ ଏହି ଦିନ ମହା ମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରିବା ଦ୍ୱାରା ସ୍ବାସ୍ଥ୍ୟର ସମସ୍ୟା ରହେ ନାହିଁ ।

‘ ଶିବ’ ଶବ୍ଦର ଅର୍ଥ ମଙ୍ଗଳମୟ । ସେ ହେଉଛନ୍ତି ସମସ୍ତ ଜ୍ଞାନ ଓ ପ୍ରଜ୍ଞାର ଆଧାର । ସେ ଆଦର୍ଶଯୋଗୀ ଓ ତେଜସ୍ୱୀ ମୁନି ।  ସେ ସତ୍ୟ ଶିବ ସୁନ୍ଦର ।  ସେ ମହାଦେବ, ଆଶୁତୋଷ, ମହେଶ୍ୱର, ମଙ୍ଗଳମୟ, ତ୍ରିଲୋଚନ । ବର୍ଷର ପ୍ରତି ମାସକୁ କୃଷ୍ଣପକ୍ଷ ଏବଂ ଶୁକ୍ଳପକ୍ଷର ଚତୁର୍ଦଶିକୁ ଶିବଙ୍କୁ ସମର୍ପିତ ମାସ ଶିବରାତ୍ରିର ବ୍ରତ କରା ଯାଇଥାଏ । କିନ୍ତୁ ଫାଲଗୁନ ମାସ କୃଷ୍ଣପକ୍ଷର ଶିବରାତ୍ରିର ଅଧିକ ମହତ୍ଵ ରହିଛି । କୁହାଯାଏ କି ଏହିଦିନ ସୃଷ୍ଟିର ଆରମ୍ଭ ହୋଇଥିଲା । ଏହି ଦିନ ବିଶେଷ ରୂପେ ଦେବା ଦେବୀଙ୍କର ମଧ୍ୟ ପୂଜାର୍ଚ୍ଚନା ହୋଇଥାଏ I

ଶିବରାତ୍ରି ପାଇଁ ରାଜ୍ୟର ସମସ୍ତ ଶୈବ ପୀଠ ଚଳଚଞ୍ଚଳ ହୋଇପଡେ । ପୂର୍ବ ରୁ ପଶ୍ଚିମ, ଉତ୍ତର ରୁ ଦକ୍ଷିଣ ଚାରିପଟେ  । ରାଜ୍ୟର ସବୁ ଭାଗରେ ରହିଛି ପ୍ରସିଦ୍ଧି ଲାଭ କରିଥିବା ଅନେକ ବଡ଼ ବଡ଼ ଶୈବ ପୀଠ । ସେ ଭୁବନେଶ୍ୱର ଏକାମ୍ର କ୍ଷେତ୍ରର ଲିଙ୍ଗରାଜ ହୁଅନ୍ତୁ ଅବା ଭଦ୍ରକ ଆରଡ଼ିର ଆଖଣ୍ଡଳମଣି । ଶୈବଭକ୍ତ ମାନଙ୍କ ମଧ୍ୟରେ ମହାଶିବରାତ୍ରି ବା ଜାଗର ସବୁଠାରୁ ପ୍ରିୟ । ଏହିଦିନ ସବୁଠାରେ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳେ  । ଭକ୍ତମାନେ ଜାଗର ଉପବାସ କରି ଶିବଙ୍କୁ ପୂଜି ଥାନ୍ତି । ଆଉ କିଛି ମହାଦୀପ ଉଠିବା ଯାଏ ଉପବାସ ରଖନ୍ତି । ମନ୍ତ୍ର ଉଚ୍ଚାରଣରେ କମ୍ପି ଉଠେ ବିଭିନ୍ନ ମନ୍ଦିରର ପରିବେଶ । ସୁରକ୍ଷା ଦୃଷ୍ଟିରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ସହ ପୋଲିସ ମୁତୟନ କରାଯାଇଥାଏ ।

shivaratri 2022

ସାଧାରଣତଃ ମହାଶିବରାତ୍ରିର ବିଶେଷ ଆକର୍ଷଣ ହେଉଛି ରାତ୍ରିର ଶେଷ ପ୍ରହରରେ ମନ୍ଦିର ଶିଖରକୁ ଉଠୁଥିବା ଦିବ୍ୟ ଜ୍ୟୋତି ସ୍ୱରୂପ ମହାଦୀପ । ତେଣୁ ଲକ୍ଷ ଲକ୍ଷ ଭକ୍ତ ଶିବରାତ୍ରି ଉପବାସ କରି ମହାଦୀପ ଉଠିବାର ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରିଥାଆନ୍ତି ।

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.