ଗଣିଆର ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ

ଗଣିଆର ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ

Date:

ଇନ୍‌ସାଇଟ୍‌ ବ୍ୟୁରୋ: ଆସିଲାଣି ପର୍ଯ୍ୟଟନ ଋତୁ l  ଓଡ଼ିଶାରେ  ଅନେକ  ପର୍ଯ୍ୟଟନସ୍ଥଳୀ ରହିଛି l ସଜେଇ ହୋଇଗଲାଣି ପର୍ଯ୍ୟଟନସ୍ଥଳ ଗୁଡିକ l  କେତେକ ପର୍ଯ୍ୟଟନ ସ୍ଥାନ ରହିଛି ଯାହା ଅନେକଙ୍କ ପାଇଁ ଅଜଣା ମଧ୍ୟ l ପର୍ଯ୍ୟଟକ ବୁଲିଆସୁଥିବା ପର୍ଯ୍ୟଟନ ସ୍ଥାନର ପ୍ରାକୃତିକ ଶୋଭାକୁ ଉପଭୋଗ କରିବା ସହିତ ସେହି ଅଞ୍ଚଳର କଳା, ସଂସ୍କୃତି, ଭାଷା ଓ ଚଳଣି ବିଷୟରେ ଅନେକ କିଛି ଜାଣିବାର ସୁଯୋଗ ପାଇଥାନ୍ତି। ଗ୍ରାମ୍ୟ ପର୍ଯ୍ୟଟନରେ ରହିଛି ନିଆରା ଆକର୍ଷଣ, ଯାହାକି ସ୍ଥାନୀୟ ଗ୍ରାମବାସୀଙ୍କ ପାଇଁ ରୋଜଗାରର ପନ୍ଥା ସୃଷ୍ଟି କରିଥାଏ। ସୌନ୍ଦର୍ଯ୍ୟକରଣ ଏହି  ଗାଁକୁ  ନିଆରା ପରିଚୟ ଦେଇଛି , ଭୁବନେଶ୍ୱରରୁ କଣ୍ଟିଲୋ ରାସ୍ତାରେ ଭାୟା ଗଣିଆ ଦେଇ ପ୍ରାୟ୧୧୮କିମି ଦୂରରେ ପଡ଼େ ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ , ଇକୋ ଭିଲେଜ ମୁଦୁଲିଗାଡ଼ିଆ। ।

- Advertisement -
image credit Satkosia Sand Resort
image credit Satkosia Sand Resort

ଗଣିଆରେ ଥିବା ପର୍ଯ୍ୟଟନସ୍ଥଳ ଗୁଡିକ ମଧ୍ୟରେ ଏବେ ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ  ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି  ।  ପର୍ଯ୍ୟଟକମାନଙ୍କୁ ବିଭିନ୍ନ ପାରମ୍ପରିକ ଲୋକନୃତ୍ୟରେ ଆକୃଷ୍ଟ କରିବା ସହିତ ହସ୍ତଶିଳ୍ପର କଳାକୃତିକୁ ବିକ୍ରିକରି ଅନେକ ରୋଜଗାରର ପନ୍ଥା ଆପଣେଇଛନ୍ତି । ସାତକୋଶିଆରେ ପର୍ଯ୍ୟଟକଙ୍କୁ ବୁଲାଇବା ଏବଂ ସେହି ସ୍ଥାନ ସମ୍ପର୍କରେ  ଜଣାଅଜଣା କଥା ଜଣାଇବା ପାଇଁ ଗାଇଡ୍‌ ରହିଛନ୍ତି, ସ୍ଥାନୀୟବାସୀଙ୍କୁ ମଧ୍ୟ ଗାଇଡ଼ ଭାବେ ଏଥିରେ ସାମିଲ କରାଯାଇଥାଏ। ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ରାତି ଏବଂ ଦିନରେ ରହିବା ପାଇଁ ବ୍ୟବସ୍ଥା ରହିଛି । ପରିବେଶ ବିକାଶ ସମିତିର ସଭ୍ୟା ଏବଂ ସଭ୍ୟମାନେ ନିଜ  ମଧ୍ୟରେ ଦାୟିତ୍ୱ ବଣ୍ଟନ କରି ପ୍ରତିଦିନ ପ୍ରାୟ ସକାଳୁ  ଗାଁକୁ ସଫାସୁତୁରା ରଖିଥାନ୍ତି। ପ୍ରତି କଟେଜରେ ୨ଜଣ ଲେଖାଏ, ଡାଇନିଂରେ ଜଣେ, ଇକୋଗାଇଡରେ ଜଣେ ଏବଂ ଗ୍ରୁପ ଭିଜନରେ ୩ଜଣ ସଭ୍ୟ ରୁହନ୍ତି।

ଗ୍ରାମ୍ୟ କଳା, ସଂସ୍କୃତି ଓ ପଲ୍ଲୀପ୍ରକୃତିକୁ ଦେଖିବା ପାଇଁ ବର୍ଷର ସବୁ ସମୟରେ ଏଠାରେ ରହିଛି ନିଆରା ପର୍ଯ୍ୟଟନ ବିଭବ। ମାତ୍ର ସାମ୍ପ୍ରତିକ ପରିସ୍ଥିତିରେ ଆସୁଥିବା ପଯ୍ୟଟକମାନଙ୍କୁ କୋଭିଡ଼ ଗାଇଡ଼ଲାଇନ ମାନିବାକୁ ପଡ଼ିଥାଏ। ଗଣିଆ ବ୍ଲକ ସାଉଥ୍ ବଡମୂଳ ଠାରେ ୨୦୧୫ ମସିହାରୁ ୧୨ଟି ପାଲ ଘର ବାଲୁକା ଶଯ୍ୟା ରେ ନିର୍ମିତ ହୋଇଥିଲା । ଚଳିତ ବର୍ଷ ଆଉ ୪ ଟି ଅଧିକ ନିର୍ମାଣ କରାଯାଇଛି ।ଏହାକୁ ଛାଡ଼ି ଆଉ ୪ ଟି ଶୀତତାପ ନିୟନ୍ତ୍ରଣ କୁଡିଆ ମଧ୍ୟ ରହିଛି । ପର୍ଯ୍ୟଟକ ମନେ ଏଠାରେ ରହିବାକୁ ହେଲେ ଅନଲାଇନ ମାଧ୍ୟମରେ ବୁକିଂ କରୁଛନ୍ତି । ଏଠାରେ ଦୁଇଟି ଶିଶୁ ଉଦ୍ୟାନ , ବ୍ୟାଡ ମିଣ୍ଟନ , କ୍ୟାରମ୍ ଭଳି ବିଭିନ୍ନ ଖେଳର ବ୍ୟବସ୍ଥା ରହିଛି ।

ଗଣିଆର ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ
image credit Satkosia Sand Resort

ମୁଦୁଲିଗାଡ଼ି ଠାରେ ରାଜ୍ୟ ର ପ୍ରଥମ ଇକୋ ଭିଲେଜ ନିର୍ମାଣ କରାଯାଇଥିବା ବେଳେ ଏହାକୁ ଦେଖିବା ପାଇଁ ପର୍ଯ୍ୟଟକ ମନେ ଆଗ୍ରହ ପ୍ରକାଶ କରୁଛନ୍ତି । ଏହା ମା ସାତଭଉଣୀ ପରିବେଶ ବିକାଶ ସମିତିର ସଦସ୍ୟଙ୍କ ଦ୍ୱାରା ପରିଚାଳିତ ହେଉଛି । ସୂଚନା ଅନୁଯାୟୀ ୨୦୧୫ ମସିହାରେ ୬୬୨ ଜଣ ପର୍ଯ୍ୟଟକ ଆସିଥିବା ବେଳେ ୨୦୧୬ ରେ ୧୧୨୬ ଜଣ , ୨୦୧୭ ରେ ୨୬୮୨ ଜଣ ,୨୦୧୮ ରେ ୩୧୨୪ ଜଣ ,୨୦୧୯ ରେ ୩୨୦୦ ପର୍ଯ୍ୟଟକ ଆସିଥିଲେ । ଏଠାରେ ବାଲୁକା ଶଯ୍ୟାରେ ମାର୍ଚ୍ଚ ମାସ ୧୫ ତାରିଖ ପର୍ଯ୍ୟନ୍ତ କଟେଜ ର ମଜା ନେଇପାରିବେ ପର୍ଯ୍ୟଟକ ।ପର୍ଯ୍ୟଟକଙ୍କ ବୃଦ୍ଧି ହେବ ସହିତ ଦରଦାମ ବୃଦ୍ଧି ଯୋଗୁଁ ଖାଦ୍ୟ ପଦାର୍ଥ ର ମଧ୍ୟ ଦର ବୃଦ୍ଧି ଘଟିଛି । ପର୍ଯ୍ୟଟକଙ୍କ ରହଣି ପାଇଁ ସରକାରୀ ଧାର୍ଯ୍ୟ ମୂଲ୍ୟରେ ବୃଦ୍ଧି ହେବା ଆବଶ୍ୟକ ବୋଲି ମା ସାତଭଉଣୀ ପରିବେଶ ବିକାଶ ସମିତିର ସଦସ୍ୟମାନେ ମତ ଦେଇଛନ୍ତି ।

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...