କମିବ କି ପେଟ୍ରୋଲ ଓ ଡିଜେଲ ଦର ?

କମିବ କି ପେଟ୍ରୋଲ ଓ ଡିଜେଲ ଦର ?

Date:

Insight Bureau:  ଗତ କିଛି ମାସ ହେବ ଦିନକୁ ଦିନ ବଢିବାରେ ଲାଗିଛି ପେଟ୍ରୋଲ ଏବଂ ଡିଜେଲ ଦର ।  ଯେଉଁଥିପାଇଁ ସାଧାରଣ ଲୋକ ଅତିଷ୍ଠ ହୋଇପଡ଼ିଲେଣି । ବଢ଼ୁଥିବା କରୋନା ଭାଇରସକୁ ନେଇ ଆଜି ହୋଇଥିବା ମିଟିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଢ଼ୁଥିବା ପେଟ୍ରାଲ୍ ଏବଂ ଡିଜେଲ ଦର ଉପରେ ନିଜ ବିବୃତ୍ତି ଦେଇଥିଲେ ।

- Advertisement -

ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବାକୁ ନେଇ ପ୍ରଧାନମନ୍ତ୍ରୀ ଆହୁରୀ କହିଥିଲେ ଯେ, ଲୋକଙ୍କ ଉପରେ ବୋଝ କମ୍ କରିବାକୁ କେନ୍ଦ୍ର ସରକାର ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ। ସେତେବେଳେ ରାଜ୍ୟ ସରକାର ଭାଟ୍ କମାଇଥିଲେ । କିଛି ରାଜ୍ୟ ସେତେବେଳେ ଭାଟ୍ କମାଇଥିଲେ କିନ୍ତୁ କିଛି ରାଜ୍ୟ କମାଇ ନ ଥିଲେ । ଏହି କାରଣରୁ ସେହିସବୁ ରାଜ୍ୟରେ ଏବେ ପେଟ୍ରୋଲ ଦର ଆକାଶଛୁଆଁ ହୋଇଛି । ଏହା ଦ୍ବାରା ଅନ୍ୟ ରାଜ୍ୟକୁ ଯାଉଥିବା ଚାଳକ ଅଧିକା ଟଙ୍କା ଦେଇ ପେଟ୍ରୋଲ ଏବଂ ଡିଜେଲ ପକାଇବାକୁ ପଡୁଛି । ଏବେ ଯଦି କିଛି ରାଜ୍ୟ ଭାଟ୍ କମାନ୍ତି ତାହାଲେ ସାଧାରଣ ଲୋକଙ୍କୁ ଟିକିଏ ଆଶ୍ବସ୍ଥି ମିଳିବ ।

ପେଟ୍ରୋଲ ଡିଜେଲ ଦରବୃଦ୍ଧିକୁ ନେଇ ଆଜି ରାଜ୍ୟମାନଙ୍କୁ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ କେନ୍ଦ୍ର ସରକାର ଗତ ବର୍ଷ ନଭେମ୍ବରରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ । କିନ୍ତୁ ସେହି ସମୟରେ ଅନେକ ରାଜ୍ୟ ପେଟ୍ରୋଲ-ଡିଜେଲ ଉପରୁ ଟିକସ କମାଇନଥିଲେ ।

ଆଜି ଏ ନେଇ ସେ ରାଜ୍ୟମାନଙ୍କୁ ଅନୁରୋଧ କରି ସେ କହିଛନ୍ତି ଯେ ବିଶ୍ୱ ସଙ୍କଟ ସମୟରେ କେନ୍ଦ୍ର ଏବଂ ରାଜ୍ୟ ମିଳିମିଶି ଆଗକୁ ବଢ଼ିବା ଉଚିତ । ଭାରତ ସରକାରଙ୍କ ଆୟ କରୁଥିବା ରାଜସ୍ୱର ୪୨ ପ୍ରତିଶତ ରାଜ୍ୟ ମାନଙ୍କୁ ଯାଉଛି । ବିଶ୍ୱ ସଙ୍କଟ ସମୟରେ ଏକ ଟିମ୍ ଭାବରେ କାର୍ଯ୍ୟ କରିବାର ଆବଶ୍ୟକତା ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Share post:

Popular

More like this
Related

TNI Morning News Headlines – June 24, 2026

📌Five undertrial prisoners of Jharpara Special Jail were hospitalised...

TNI Evening News Headlines – June 23, 2026

📌Bodies of five Odia migrant workers reached Bhubaneswar on...

CM Pays Tribute to Deceased Odia Workers from Tamil Nadu

TNI Bureau: Chief Minister Mohan Charan Majhi paid tribute...

Ranchi Student Scores Perfect 500/500 After CBSE Re-evaluation

TNI Bureau: A Class 12 Commerce student from Ranchi,...