ପଞ୍ଚାୟତ ନିର୍ବାଚନ: ପଶ୍ଚିମ ଓଡ଼ିଶାରେ ବିଜେପିର ସ୍ଥିତି

ପଞ୍ଚାୟତ ନିର୍ବାଚନ: ପଶ୍ଚିମ ଓଡ଼ିଶାରେ ବିଜେପିର ସ୍ଥିତି

Date:

ଇନସାଇଟ ବ୍ୟୁରୋ: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହାଓ୍ବା । ଆରମ୍ଭ ହୋଇଯାଇଛି ଏକପ୍ରକାର ଶକ୍ତି ପ୍ରଦର୍ଶନ। ଏପଟେ କ୍ଷେତ୍ର ପ୍ରସ୍ତୁତ କରୁଛି ସରକାରୀ ଦଳ ବିଜେଡି । ସେପଟେ ବିରୋଧୀ ବିଜେପି ବି ଅଣ୍ଟାଭିଡ଼ିଲାଣି । ଟିକେ ପଛେଇଯାଇଥିବା କଂଗ୍ରେସ ବିଜେପିକୁ ଦେଖି ଆକ୍ଟିଭ ମୁଡ଼କୁ ଆସିଲାଣି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୟୀ ହେବାକୁ ବିଜେଡି, ବିଜେପି, କଂଗ୍ରେସ ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ଚୟନ କରି ନିର୍ବାଚନ ମଇଦାନକୁ ଓହ୍ଲାଇ ସାରିଲେଣି।

- Advertisement -

ନିର୍ବାଚନୀ ପ୍ରଚାର ଜୋରସୋର ରେ ଚାଲିଥିବା ବେଳେ ରାଜ୍ୟର ପଶ୍ଚିମ ଓଡ଼ିଶା ସମସ୍ତଙ୍କ ଫୋକସରେ ରହିଛି । ଗତ ୨୦୧୭ ପଞ୍ଚାୟତ ନିର୍ବାଚନୀରେ ବିଜେଡ଼ି ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ବିଜେପି ବଜିମାତ କରିନେଇଥିଲା କିଛି ଜିଲ୍ଲାରେ । ଏବେ ଚର୍ଚ୍ଚାରେ ଥିବା କିଛିଟା ଜିଲ୍ଲା ହେଉଛି ସମ୍ବଲପୁର, ଦେବଗଡ , ବଲାଙ୍ଗିର ଏବଂ କଳାହାଣ୍ଡି ।

ପଞ୍ଚାୟତ ନିର୍ବାଚନ ନେଇ ସରଗରମ ରହିଛି ସମ୍ବଲପୁର ଜିଲ୍ଲା । ଜିଲ୍ଲା ପରିଷଦ ଆସନ ଉପରେ ଏବେ ପ୍ରତ୍ୟେକ ଦଳର ନଜର ରହିଥିବା ବେଳେ ଗତଥର 18 ଟି ଆସନରୁ 13 ଟିରେ ବିଜୟୀ ହୋଇଥିଲା ବିଜେପି । ତେବେ ଚଳିତ ଥର ବିଜେପି ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି କୁଚିଣ୍ଡା ପୂର୍ବତନ ବିଜେପି ବିଧାୟକ ତଥା ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ରବି ନାଏକ। ରାଜ୍ୟରେ କ୍ଷମତାସୀନ ଥିଲେ ହେଁ  ୨୦୧୭ ରେ ପରିଷଦ ନିର୍ବାଚନରେ ବିଫଳ ହୋଇଥିଲା ବିଜେଡ଼ି । ୨୦୧୭ ରେ ବିଜେଡ଼ି ମୋଟ ୧୮ ଟି ଅସନରୁ ୫ ଟି ଆସନ ଦାଖଲ କରିଥିଲା ଏବଂ ବିଜେପି ୧୩ ଟି ।

ସେହିପରି ବଲାଙ୍ଗିର ଜିଲ୍ଲା ପରିଷଦ ଦଖଲ କରିବା ପାଇଁ ଭିନ୍ନ ଦଳର ଭିନ୍ନ ରଣନୀତି। କିଏ ନୂଆ ଚେହେରା ଭରସାରେ ତ କିଏ ଆଦିବାସୀ ଭୋଟରଙ୍କ ଭରସାରେ ରହିଛି। ବଲାଙ୍ଗିର ଜିଲ୍ଲାରେ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ଭୋଟ ପ୍ରତିଶତ ଆଶ୍ଚର୍ଯ୍ୟଜନକ ଭାବେ କମିଯାଇଥିଲା। ୨୦୧୭ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର ଅନେକ ପୁରୁଣା ନେତା ନିର୍ବାଚନ ପରିଚାଳନା ଦାୟିତ୍ୱରେ ରହିଥିବାବେଳେ ସେମାନଙ୍କ ଗଣିତ ମଧ୍ୟ ଫେଲ ମାରିଥିଲା। ଫଳସ୍ୱରୂପ ବିଜେପି ବଲାଙ୍ଗିର ଜିଲ୍ଲା ପରିଷଦ ଦଖଲ କରିଥିଲା। ବିଜେଡି ଗଡ଼଼କୁ ଧସେଇ ପଶିଥିବା ବିଜେପି ୩୪ଟି ଜୋନ୍‍ରୁ ୨୪ ଜୋନରେ ବିଜୟୀ ହୋଇଥିଲା। ଜିଲ୍ଲା ପରିଷଦ ନିର୍ବାଚନରେ ଏହି ଆସନକୁ ପୁନଃଦଖଲ କରିବା ବିଜେଡି ପାଇଁ ଚ୍ୟାଲେଞ୍ଜ ହୋଇଛି। ବିଜେଡି ସହ କଂଗ୍ରେସ ଓ ବିଜେପି ମଧ୍ୟ ଏହି ଆସନ ଦଖଲ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ପୁଣିଥରେ ଅଧ୍ୟକ୍ଷ ଚୌକି ହାତେଇବା ପାଇଁ ବିଜେପି ନୂଆ ଚେହେରାକୁ ଟିକଟ ଦେଇ ନିର୍ବାଚନକୁ ଓହ୍ଲାଇଛି।

ଅନ୍ୟପଟେ କଳାହାଣ୍ଡି ୨୦୦୭ କଂଗ୍ରେସ ଦଖଲରେ ଥିବା ଜିଲ୍ଲା ପରିଷଦ ୨୦୧୨ ରେ ବିଜେଡ଼ି ହାତକୁ ଯାଇଥିଲା । ୨୦୧୭ ରେ ବିଜେପି ଏହା ବିଜେଡ଼ି ହାତରୁ ଛଡାଇ ନେଇଥିଲା । ବିଜେପି ର ଏକ ସ୍ବତନ୍ତ୍ର ଟିମ ୨୦୧୬ ରେ ପଂଚାୟତ ଭୋଟ ବର୍ଷେ ପୂର୍ବରୁ କଲହାଣ୍ଡି ସର୍ବେକ୍ଷଣରେ ଆସି ଗଡ ପ୍ରସ୍ତୁତ କରିଥିଲା । ଯାହା ଫଳରେ ୩୩ ଟି ଜିଲ୍ଲା ପରିଷଦ ଜୋନ ସେ ହାତେଇ ପାରିଥିଲା । ୨୦୧୯ ସାଧାରଣ ନିର୍ବାଚନ ପରେ କଳାହାଣ୍ଡି ଉପରେ ଫୋକସ କରିଛି ବିଜେଡ଼ି । ବିଜେଡ଼ି ଦଳ ସାଙ୍ଗଠନିକ ନିଷ୍ପତି ଅନୁସାରେ ଆଗାମୀ ପଂଚାୟତ ଭୋଟ ପାଇଁ ପ୍ରତ୍ୟକ ଜିଲ୍ଲା ପରିଷଦ ଜୋନ ଅନୁସାରେ ୪ ପଞ୍ଚାୟତ ସଂଗଠକ ଓ ଜଣେ ସଭାପତି ୫ ଜଣିଆ ଜୋନ କମିଟି ଗଠନ କରିଛି ବିଜେଡ଼ି । ଉକ୍ତ କମିଟି ଜିଲ୍ଲା ପରିଷଦ ଟିକେଟ ୩ ଜଣଙ୍କୁ ଚୟନ କରିବ ଓ ସେଥିରୁ ଜଣଙ୍କୁ ଦଳ ବାଛି ଜିଲ୍ଲା ପରିଷଦର ଟିକେଟ ଦେବା ବୋଲି ବିଜେଡ଼ି କ୍ୟାମ୍ପଋ ଜଣା ପଡିଛି ।

ସେମିତି ଦେବଗଡ ଜିଲ୍ଲା ପରିଷଦ ଆସନ ମୋଟ ୭ ଟି ଥିବା ବେଳେ ବିଜେପି  ୬ ଟି ଆସନ ଅକ୍ତିଆର କରିଥିଲା । ଏଥରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ଅଣସଂରକ୍ଷିତ ରହିଥିବା ବେଳେ ତିଳେଇବଣି ବ୍ଲକ ଓ ରିଆମାଳ ବ୍ଲକ ଚେୟାରମ୍ୟାନ ପଦବୀ ଅନୁସୂଚିତ ଜନଜାତି ମହିଳା, ବାରକୋଟ ବ୍ଲକ ପଦବୀ ଅଣସଂରକ୍ଷିତ ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଛି । ୱାର୍ଡ ମେମ୍ବର ଆସନରୁ ଆରମ୍ଭ କରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପର୍ଯ୍ୟନ୍ତ  ବିଭିନ୍ନ ଆସନ ସଂରକ୍ଷଣ  ତାଲିକା ଅଦଳ ବଦଳ ପରେ ରାଜନୀତି ପାଗ ସରଗରମ । ତେବେ କନ୍ଦଳିଆ ଜିଲ୍ଲା କଂଗ୍ରେସକୁ ଆଗାମୀ ନିର୍ବାଚନରେ  ସମ୍ମାନ୍ନଜନକ ସ୍ଥିତିରେ ପହଂଚାଇବା ପାଇଁ ହାତଗଣତି କେତେଜଣ  ଅଣ୍ଟା ଭିଡିଥିବାବେଳେ ବିଜେପି ମଧ୍ୟ ହାର ମାନିନି। ୨ ପ୍ରମୁଖ ବିରୋଧୀ ଦଳର ଏଭଳି ବିବାଦ ଦେଖି ବିଜେଡି ନିଜ ଫାଇଦା ପାଇଁ  ବିଜେଡିର ଜିଲ୍ଲା ମୁଖିଆ ବରିଷ୍ଠ ଏବଂ ପୁରୁଣା କର୍ମୀଙ୍କୁ ଅଣଦେଖା କରି ଅନ୍ୟ ଦଳର କିଛି ଅଲୋଡ଼ା କର୍ମୀଙ୍କୁ ନିଜ ଦଳରେ ସାମିଲ କରି ୭ଟି ଯାକ ଜିଲ୍ଲା ପରିଷଦ ଆସନ ହାତେଇବା ପାଇଁ ମନସ୍ଥ କରିଥିବା ତାଙ୍କ କର୍ମୀ ମହଲରେ ଚର୍ଚ୍ଚା ଜୋର ।

ଦେଖିବାକୁ ବାକି ରହିଲା କିଏ ପାର କରିବ ପଞ୍ଚାୟତ ନିର୍ବାଚନ  ? ପଶ୍ଚିମ ଓଡ଼ିଶାରେ ନିର୍ବାଚନକୁ ନେଇ ଆକ୍ସନ ମୋଡରେ ଥିବା ବିଜେପି ବାଜିମାତ ପାଇଁ ରଣନୀତି ପ୍ରସ୍ତୁତ କରୁଛି । ପ୍ରଚାର ପ୍ରସାର ବି ଜୋର ସୋରରେ ଚାଲିଛି କିନ୍ତୁ ଅନ୍ୟପଟେ ଦଳ ଛାଡୁଛନ୍ତି ଅନେକ ବିଜେପି କର୍ମୀ । ଅନ୍ୟପଟେ ନିର୍ବାଚନ ପାଇଁ ମଇଦାନ ପ୍ରସ୍ତୁତ ରହିଥିବାବେଳେ ବିଜେପି ସମ୍ପୂର୍ଣ୍ଣ ମୁରବି ଶୂନ୍ୟ ହୋଇ ପଡିଛି । କାହା ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜେପି ଦଳ ନିର୍ବାଚନ କୁ ସାମ୍ନା କରିବ ଏବେ ଚର୍ଚ୍ଚା ଜୋର ଧରିଛି ।  ଅନ୍ୟ ଯେଉଁମାନେ ଅଛନ୍ତି ସେମାନଙ୍କୁ ନେଇ ଆଲୋଚନା କରାଯିବ ସତ କିନ୍ତୁ ଯେଉଁ ନେତୃତ୍ବକୁ ନେଇ ୨୦୧୪ ସାଧାରଣ ନିର୍ବାଚନ ଠାରୁ ଆରମ୍ଭ କରି ୨୦୧୭ ପଞ୍ଚାୟତ ନିର୍ବାଚନ , ୨୦୧୯ ର ସାଧାରଣ ନିର୍ବାଚନ ଭାରତୀୟ ଜନତା ପାର୍ଟି ସାମ୍ନା କରିଥିଲା ବର୍ତ୍ତମାନ ସେଇ ଭାରତୀୟ ଜନତା ପାର୍ଟି କିଭଳି ଭାବେ ପଞ୍ଚାୟତକୁ ଯିବ ଏହାକୁ ନେଇ ଏବେ ରାଜ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସାଧାରଣତଃ ରାଜ୍ୟରେ ନର୍ବାଚନ ନେତୃତ୍ବ ନେଉଥିବା ବିଜେପି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବର୍ତ୍ତମାନ ଉତ୍ତରପ୍ରଦେଶର ପ୍ରଭାରୀ ରହିଛନ୍ତି । ସମାନ ସମୟରେ ଉତ୍ତରପ୍ରଦେଶର ଓ ରାଜ୍ୟର ପଞ୍ଚାୟତ ନିର୍ବାଚନ ଥିବା ବେଳେ ସେ ରାଜ୍ୟ ନିର୍ବାଚନୀ ପ୍ରଚାରରେ ସାମିଲ ହୋଇପାରିବେ ନାହିଁ । ଏବେ ଅପେକ୍ଷା ରହିଲା ବିଜେପି କେମିତି ଓ କିପରି ଭାବେ  ସ୍ଥିତି କୁ ସାମ୍ନା କରିବ ?

Share post:

Popular

More like this
Related

100-Word Insight: Factional Fault Lines Deepen in Jharsuguda

TNI Editorial: Jharsuguda's political landscape is increasingly being shaped...

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

BJP replaces Candidate in Bankipur Bypoll in Bihar

TNI Bureau: In Bihar, BJP candidate Abhishek Kumar Sinha...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...