ପଞ୍ଚାୟତ ନିର୍ବାଚନ : ନିର୍ଦ୍ୱନ୍ଦରେ ଜିତି ୧୨୬ ସରପଞ୍ଚ ପ୍ରାର୍ଥୀଙ୍କ ବାଜିମାତ

ପଞ୍ଚାୟତ ନିର୍ବାଚନ : ନିର୍ଦ୍ୱନ୍ଦରେ ଜିତି ୧୨୬ ସରପଞ୍ଚ ପ୍ରାର୍ଥୀଙ୍କ ବାଜିମାତ

Date:

ଇନସାଇଟ ବ୍ୟୁରୋ: ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ଗାଁ ପରିବେଶରୁ ଖାଲି ରାଜନୈତିକ ବାସ୍ନା ଆସୁଛି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳୀୟ ଚିହ୍ନରେ ଲଢ଼ାଯାଉଥିବା ଜିଲ୍ଲା ପରିଷଦ ସଭ୍ୟ ଆସନଠାରୁ ଦଳୀୟ ଚିହ୍ନରେ ଲଢ଼ାଯାଉଥିବା ସରପଞ୍ଚ ପାଇଁ ରାଜନୀତି ସରଗରମ ରହିଛି । ଅଧିକାଂଶ ପଞ୍ଚାୟତରେ ପ୍ରାର୍ଥୀଙ୍କ ଭିତରେ ଚାଲିଛି ଲଢ଼େଇ ସରପଞ୍ଚ ଆସନ ପାଇଁ । ଜିଲ୍ଲା ପରିଷଦ ଏବଂ ସମିତିସଭ୍ୟ ପାଇଁ ରାଜନୀତି ସେତେଟା ଚଳଚଞ୍ଚଳ ନାହିଁ । ଏଥର ସମସ୍ତଙ୍କର ଗୋଟିଏ ପ୍ରଶ୍ନ- ସରପଞ୍ଚ କିଏ ହେବ ? କେଉଁ ଗୋଷ୍ଠୀ ମାରିବ ବାଜି ? ସରପଞ୍ଚ ପାଇଁ କିଏ ହେବ ବଡ଼ ଦାବିଦାର ?

- Advertisement -

ସରପଞ୍ଚ ପଦବୀ ହାତେଇବା ପାଇଁ ଅନେକ ଆସନରେ ଶାସକ-ବିରୋଧୀ ହାତ ମିଳାଇଥିବା ଚର୍ଚ୍ଚା ଜୋର ଧରିଛି । ପଞ୍ଚାୟତରେ ଲଗାତାର ଜିତିଥିବା ଶାସକ ଦଳକୁ ମାତ୍ ଦେବା ଲାଗି କେତେକ ସ୍ଥାନରେ ବିଜେପି ଓ କଂଗ୍ରେସ କର୍ମୀମାନେ ମିଳିତ ହୋଇ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ନିର୍ବାଚନକୁ କିଛି ଦିନ ଥିବାବେଳେ ନିର୍ବାଚନୀ ପ୍ରଚାରରେ ଉଡିଲାଣି ଧୂଳି । ପ୍ରତିଦିନ ଗାଁକୁ ଛୁଟୁଛି ପ୍ରାର୍ଥୀ ଏବଂ ସମର୍ଥକଙ୍କ ସୁଅ। ଏପରିକି ଚଳିତ ଥର ସରପଞ୍ଚ ଆସନ ପାଇଁ ପ୍ରାର୍ଥୀମାନେ ଟଙ୍କା ଉଡାଇବା ଆରମ୍ଭ କରିଦେଲେଣି। ଆଉ କେଉଁଠି ଭୋଟରଙ୍କୁ ଆକୃଷ୍ଠ କରିବା ପାଇଁ କିଛି ଦିନ ତଳୁ ଗାଁ ରାସ୍ତାରେ ନିଜ ଟଙ୍କାରେ ଆଲୁଅ ଲଗାଇ ଦେଇଛନ୍ତି ସରପଞ୍ଚ ପ୍ରାର୍ଥୀ ।

କୋଭିଡ୍ ମୁକାବିଲା ପାଇଁ ଗତବର୍ଷ ମୁଖ୍ୟମନ୍ତ୍ରୀ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଥିଲେ । ପଞ୍ଚାୟତରେ ଲକ୍‌ଡାଉନ, ସଟଡାଉନ ଲାଗୁ କରିବା ସହ ସଙ୍ଗରୋଧ କେନ୍ଦ୍ର କେଉଁଠି ପ୍ରତିଷ୍ଠା ହେବ, କେଉଁଠୁ ବିଭିନ୍ନ ଉପକରଣ କିଣା ହେବ ତାହା ସରପଞ୍ଚ ମାନେ ମଧ୍ୟ ବୁଝୁଥିଲେ। ଅନ୍ୟପଟେ କୋଭିଡ ମହାମାରୀ ସମୟରେ ଯୁବଗୋଷ୍ଠୀମାନେ ଅନେକ ସମୟ ଗାଁ ରେ ବିତାଇଥିବାବେଳେ ସରପଞ୍ଚଙ୍କ କ୍ଷମତା ଦେଖି ଏଥର ସରପଞ୍ଚ ହେବାକୁ ଆଶା ବଳାଇଥିବା ଦେଖିବାକୁ ମିଳିଛି । ସରପଞ୍ଚଙ୍କ କ୍ଷମତା ବଢ଼ିଥିବା ଦେଖି ଶିକ୍ଷିତ ଯୁବଗୋଷ୍ଠୀ ଉନ୍ନତି ଓ ପରିବର୍ତ୍ତନ ପାଇଁ ସରପଞ୍ଚ ହେବାକୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଇଂଜିନିୟର, ଏମ୍‌ବିଏମ ଛାତ୍ର, ସାମ୍ବାଦିକ, କର୍ପୋରେଟ ଚାକିରି ଛାଡ଼ି ଅନେକ ସରପଞ୍ଚ ପଦବୀ ପାଇଁ ଆଗେଇ ଆସିଛନ୍ତି। କେବଳ ସେତିକି ନୁହେଁ ଅନେକ ଯୁବଗୋଷ୍ଠୀ ଏହାକୁ ରାଜନୀତି କ୍ୟାରିୟର ପାଇଁ ପ୍ରଥମ ପାହାଚ ଭାବି ନେଇଛନ୍ତି ।

ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ସରପଞ୍ଚ ହେବାପାଇଁ ଏତେ ଆଗ୍ରହ କାହିଁକି ? ଜିଲ୍ଲା ପରିଷଦ ପଦ ପାଇଁ ଯେଉଁଠି ପ୍ରାର୍ଥୀ ମିଳୁନାହାନ୍ତି ସେଠାରେ ସରପଞ୍ଚ ପଦ ପାଇଁ ଗୋଟିଏ ପଞ୍ଚାୟତରୁ ୮ ରୁ ୧୦ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି। ରାଜନୈତକି ବିଷାରଦଙ୍କ ଅନୁଯାୟୀ ସରପଞ୍ଚ ଆସନ ବ୍ୟାକୁଳତା ପଛରେ ରହିଛି ପଞ୍ଚାୟତର ଅଖଣ୍ଡ କ୍ଷମତା । ଅର୍ଥ କମିଶନ ଯେବେଠାରୁ ପଞ୍ଚାୟତକୁ ସିଧାସଳଖ ଅର୍ଥ ଦେଉଛନ୍ତି , ସେବେଠାରୁ ପଞ୍ଚାୟତ ଓ ସରପଞ୍ଚଙ୍କ କ୍ଷମତା ବଢ଼ିଛି। ଜଣେ ସରପଞ୍ଚଙ୍କ କହିବାନୁଯାୟୀ ଜନସଂଖ୍ୟା ହିସାବରେ ପ୍ରତି ପଞ୍ଚାୟତକୁ ଅର୍ଥ ବରାଦ କରାଯାଉଛି ଅତି କମ୍‌ରେ ବର୍ଷକୁ ଗୋଟିଏ ପଞ୍ଚାୟତକୁ ୨୫ ଲକ୍ଷ ଟଙ୍କା ଦିଆଯାଉଛି। ଆବଶ୍ୟକ ଅନୁଯାୟୀ ପଞ୍ଚାୟତ ଏ ଅର୍ଥକୁ ବିଭିନ୍ନ କ୍ଷେତ୍ରରେ ବିନିଯୋଗ କରୁଛି। ଏଥିରେ ସରପଞ୍ଚଙ୍କ ଭୂମିକା ପ୍ରମୁଖ ।

ଖାଲି ସେତିକି ନୁହେଁ, ଅନ୍ୟପକ୍ଷରେ ବିଭିନ୍ନ ପଞ୍ଚାୟତରେ ମାର୍କେଟ କମ୍ପ୍ଲେକ୍ସ, ହାଟ, ପୋଖରୀ ଆଦି ଆୟ ଉତ୍ସ ଥିବାବେଳେ ସେଥିରେ କଲ୍ୟାଣ ମଣ୍ଡପ ମଧ୍ୟ ଯୋଡ଼ି ହେଲାଣି । ସରକାର ଗାଁ ଗୁଡିକର ଉନ୍ନତି ପାଇଁ ପ୍ରାଧ୍ୟାନ୍ୟ ଦେଉଥିବାବେଳେ ସେଥିରେ ସରପଞ୍ଚମାନେ ହିଁ ମୁଖ୍ୟ।

ଅନ୍ୟପଟେ ଗତକାଲି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଛି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି ୧୨୬ ଜଣ ସରପଞ୍ଚ । ସେହିପରି ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି ୩୨୬ ଜଣ ସମିତି ସଭ୍ୟ ପ୍ରାର୍ଥୀ, ଏବଂ ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀ । ବର୍ତ୍ତମାନ ୬ହଜାର ୬ଶହ ୬୭ ସରପଞ୍ଚ ପ୍ରାର୍ଥୀ, ୬ହଜାର ୪ ଶହ ୬୭ ସମିତି ସଭ୍ୟ ଏବଂ ୮୫୨ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ମଇଦାନରେ ଭାଗ୍ୟ ପରୀକ୍ଷା କରିବେ । ସେହିଭଳି ୫୫ହଜାର ୩ ଶହ ୬୭ ୱାର୍ଡମେମ୍ବର ପ୍ରାର୍ଥୀ ନିର୍ବାଚନ ଲଢିବେ ।

Share post:

Popular

More like this
Related

100-Word Insight: Factional Fault Lines Deepen in Jharsuguda

TNI Editorial: Jharsuguda's political landscape is increasingly being shaped...

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

BJP replaces Candidate in Bankipur Bypoll in Bihar

TNI Bureau: In Bihar, BJP candidate Abhishek Kumar Sinha...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...