ଆଗକୁ ପଞ୍ଚାୟତ ନିର୍ବାଚନ, ରାଜନୈତିକର ଦଳର ଅଙ୍କ କଷା ଆରମ୍ଭ

ଆଗକୁ ପଞ୍ଚାୟତ ନିର୍ବାଚନ, ରାଜନୈତିକର ଦଳର ଅଙ୍କ କଷା ଆରମ୍ଭ

Date:

ଇନ୍‌ସାଇଟ୍‌ ବ୍ୟୁରୋ:   ଆଗକୁ ପଞ୍ଚାୟତ ନିର୍ବାଚନ । ୨୦୨୨ ରେ ହେବ ପଂଚାୟତ ନିର୍ବାଚନ । ଏନେଇ ପ୍ରତ୍ୟେକ ରାଜନୈତିକ ଦଳ ଅଙ୍କ କଷିବା ଆରମ୍ଭ କରିଦେଲେଣି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମଧ୍ୟ ଆରମ୍ଭ ହୋଇଛି ପ୍ରସ୍ତୁତି । ସେଥିପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ତତ୍ତ୍ଵାବଧନାରେ ପ୍ରସ୍ତୁତି ଜାରି ରହିଛି । କେନ୍ଦ୍ର ନିର୍ଵାଚନ କମିଶନ ମଧ୍ୟ ଜାନୁଆରୀ ୧ , ୨୦୨୧ ସୁଦ୍ଧା ଭୋଟର ଲିଷ୍ଟ ପ୍ରଦାନ କରିସାରିଛନ୍ତି । ଧାର୍ଯ୍ୟ ତାରିଖ ଅନୁସାରେ ଜିଲ୍ଲାମାନେ ସେମାନଙ୍କର ସଂରକ୍ଷଣ ତାଲିକା ପ୍ରଦାନ କରିବେ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

- Advertisement -

ପଂଚାୟତ ନିର୍ବାଚନ ପାଇଁ ମତଦାନ କରାଯିବ ଇଭିଏମ ମେସିନ୍ ବଦଳରେ ବାଲାଟ ପେପରରେ କ୍ରମାଗତ ୩ଦିନ ଧରି ମତଦାନ ଗ୍ରହଣ ହେବ । ସର୍ବଦଳୀୟ ବୈଠକ ଡାକି ନିର୍ବାଚନ ଆୟୁକ୍ତ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଥିଲେ ଯେ ପ୍ରଥମଥର ପାଇଁ ବ୍ଲକସ୍ତରରେ ଭୋଟଗଣତି ହେବାକୁ ଥିବାରୁ ନଭେମ୍ବର ୧୫ତାରିଖ ସୁଦ୍ଧା ଭୋଟଗଣତି କେନ୍ଦ୍ରଗୁଡ଼ିକର ତାଲିକା ପଠାଇବାକୁ ଜିଲ୍ଲାପାଳମାନଙ୍କୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଜାରି କରିଥିଲେ ।

ସୂଚନା ଅନୁଯାୟୀ , ନିର୍ବାଚନ କମିଶନଙ୍କ ପକ୍ଷରୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ପଂଚାୟତ ନିର୍ବାଚନ ପରିଚାଳନା ଓ ପ୍ରସ୍ତୁତି ନେଇ ସ୍ୱତନ୍ତ୍ର ୧୮ ପୃଷ୍ଠାର ଗାଇଡଲାଇନ୍ ଜାରି କରାଯାଇଛି। ପଂଚାୟତ ନିର୍ବାଚନ ପାଇଁ ଭୋଟଗଣତି କେନ୍ଦ୍ରଠୁ ଆରମ୍ଭ କରି ଷ୍ଟ୍ରଙ୍ଗରୁମ(ବାଲାଟ ବାକ୍ସ ରହିବା ସ୍ଥାନ), ଭୋଟ ଗଣତି ସ୍ଥାନ, ସମୟ,ଗଣନା ପାଇଁ ନିର୍ବାଚନ ଅଧିକାରୀ ନିଯୁକ୍ତି, ଗଣନା ପାଇଁ କର୍ମଚାରୀଙ୍କୁ ନିଯୁକ୍ତି, କର୍ମଚାରୀଙ୍କୁ ପ୍ରଶିକ୍ଷଣ, ପ୍ରାର୍ଥୀଙ୍କ ଏଜେଣ୍ଟ ନିଯୁକ୍ତି, ଗଣତି ଆରମ୍ଭ, ଗଣନା ସମୟରେ ସୁରକ୍ଷା ବ୍ୟବସ୍ଥା, ଗଣନା କେନ୍ଦ୍ରକୁ ଅନୁମତି, ବାଲାଟ ବାକ୍ସ ପରିବହନ, ଭୋଟ ଗଣତି, ଗଣତି ଟେବୁଲ,ପୁନଃଗଣତି, ବାଲାଟ ପେପରକୁ ସିଲ୍ ଆଦି ପ୍ରସଙ୍ଗରେ ଗାଇଡଲାଇନ୍ ଜାରି କରାଯାଇଛି ।

ଚଳିତଥର ବ୍ଲକ ରେ ଭୋଟ ଗଣତି ହେଉଥିବାରୁ ସୁରକ୍ଷା ଓ ଭୋଟ ଗଣତି କେନ୍ଦ୍ର ମନୋନୟନ କାର୍ଯ୍ୟ କୁ କଡାକଡି କରିବାକୁ ଆୟୁକ୍ତଙ୍କ ପକ୍ଷରୁ ନିର୍ଦ୍ଦେଶ ହୋଇଛି । ଭୋଟଗଣତି କେନ୍ଦ୍ରର ସାଇଜ୍ ଅତିକମରେ ୩୫ଫୁଟ ଓ ୨୦ଫୁଟ ହେବା ଜରୁରୀ। ଯଦି କୌଣସି ବ୍ଲକରେ ୩ଟି ଜିଲ୍ଲା ପରିଷଦ ଜୋନରୁ ଅଧିକ ଜୋନ୍ ଥିବ , ସେଠାରେ ୨ଟି ଏଭଳି ହଲ୍ ଗଣନା ପାଇଁ ଆବଶ୍ୟକ ପଡ଼ିବ। ଭୋଟଗଣତି କେନ୍ଦ୍ରର ୧୦୦ମିଟର ପରିସର ଭିତରକୁ ମୋଟରଯାନ ପ୍ରବେଶ ନିଷେଧ ହେବା ସହିତ ଭୋଟ ଗଣତି କେନ୍ଦ୍ରକୁ ପ୍ରାର୍ଥୀ, ଏଜେଣ୍ଟ ଓ ଗଣନାକାରୀ କର୍ମଚାରୀମାନେ ନିଜର ଫୋନ୍ କିମ୍ବା କୌଣସି ପ୍ରକାରର ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ନେଇପାରିବେ ନାହିଁ।

ପଂଚାୟତ ନିର୍ବାଚନ ବେଳେ ପ୍ରଥମ ଥର ପାଇଁ ସେଣ୍ଟ୍ରାଲ କାଉଣ୍ଟିଂ କରାଯିବ । ଏହା ପୂର୍ବରୁ ମତଦାନ କେନ୍ଦ୍ରରେ ଗଣନା କରାଯାଉଥିଲା ଏବେ କିନ୍ତୁ ବାଲାଟ ବକ୍ସ କୁ ଷ୍ଟ୍ରଙ୍ଗ ରୁମରେ ରଖାଯିବ । ଆଉ ବ୍ଲକ ସ୍ତରରେ ଗଣତି ହେବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢି ସୂଚନା ଦେଇ କହିଛନ୍ତି । ଜାନୁଆରୀ ୨୦୨୧ ଭୋଟର ଲିଷ୍ଟକୁ ଆଧାର କରି ଇଲକ୍ଟ୍ରୋଲ ରୋଲ ପ୍ରସ୍ତୁତ ହେବ । ୱାର୍ଡ ପଂଚାୟତ ରେ ଭୋଟର ଲିଷ୍ଟ ହେବ । ଏଥିପାଇଁ ଗାଇଡଲାଇନ ଜାରି କରାଯିବ ।

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...