ଗଣତନ୍ତ୍ର ଦିବସରେ ପ୍ରଜ୍ଞାପନ ମେଢ଼ : ଓଡ଼ିଶା ନିରାଶ

ଗଣତନ୍ତ୍ର ଦିବସରେ ପ୍ରଜ୍ଞାପନ ମେଢ଼ : ଓଡ଼ିଶା ନିରାଶ

Date:

ଇନସାଇଟ ବ୍ୟୁରୋ: ଦିଲ୍ଲୀ ଦରବାରରେ ଓଡ଼ିଶାର ମେଢ଼ ଦେଖିବାକୁ ପାଇବେ ନାହିଁ  ଓଡ଼ିଶା ତଥା ଦେଶବାସୀ । ୨୦୨୧ ରେ ମଧ୍ୟ ସାଧାରଣତନ୍ତ୍ର ଦିବସରେ ବାଦ ପଡିଥିଲା ଓଡ଼ିଶା ପ୍ରଜ୍ଞାପନ ମେଢ଼ । ଓଡ଼ିଶା ପ୍ରଜ୍ଞାପନ ମେଢ ଶେଷଥର ପାଇଁ ୨୦୨୦ ରେ ଦିଲ୍ଲୀ ଦରବାରରେ ସ୍ଥାନିତ ହୋଇଥିଲା  ।  ୨୦୨୧ ପାଇଁ ଯେଉଁ ୨୦ ଟି ରାଜ୍ୟର ପ୍ରଜ୍ଞାପନ ମେଢ ଚୟନ ହୋଇଥିଲା ସେଥିରେ ଓଡିଶାକୁ ସ୍ଥାନିତ କରାଯାଇନଥିଲା ।

- Advertisement -

୨୦୨୦ରେ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥର ପ୍ରଜ୍ଞାପନ ମେଢ ସ୍ଥାନ ପାଇବା ସହ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲା । ଏଥି ସହିତ ଯୋଗ ଦେଇଥିବା ସାଂସ୍କୃତିକ ଦଳ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିଲା । ୨୦୧୬ ଓ ୨୦୧୭ ରେ ଓଡ଼ିଶାର ପ୍ରଜ୍ଞାପନ ମେଢ ସ୍ଥାନ ପାଇ ପ୍ରସଂଶିତ ହୋଇଥିଲା ଦିଲ୍ଲୀ ଦରବାରରେ ।

କିନ୍ତୁ ଆଗାମୀ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଗଡ଼ିବନି ଓଡ଼ିଶାର ପ୍ରଜ୍ଞାପନ ମେଢ଼ ।  ଅଧିକାରୀଙ୍କ ମନକୁ ପାଇଲାନି ଓଡ଼ିଶାର ଡିଜାଇନ୍‌। ୩ଟି ବୈଠକ ପରେ ଓଡ଼ିଶାର ଡିଜାଇନ୍‌କୁ ଶେଷରେ ବାଦ୍‌ ଦିଆଯାଇଛି। ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ଦରବାରରେ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ଼ ସାଙ୍ଗକୁ ନୃତ୍ୟସଙ୍ଗୀତ ମଧ୍ୟ ପ୍ରଦର୍ଶିତ ହୋଇଥାଏ ପ୍ରତିବର୍ଷ । ସେଥି ଯୋଗୁଁ  ଚଳିତ ବର୍ଷ ପାଇଁ ପ୍ରଜ୍ଞାପନ ମେଢ଼ ନିମନ୍ତେ ଓଡ଼ିଶାରୁ ୩ ସଂସ୍ଥା- ନିୟତି, ଆମେଜରି ଏବଂ ସୁଚିତ୍ରା ଇଭେଣ୍ଟ ମ୍ୟାନେଜମେଣ୍ଟର ୫ ଡିଜାଇନ ମନୋନୟନ ନିମନ୍ତେ ଯାଇଥିଲା। ଯେଉଁଥିରେ ଓଡ଼ିଶାର ହକି, ରାଜସ୍ବ ବିପର୍ଯ୍ୟୟ ପରିଚାଳନା ଓ ବକ୍ସି ଜଗବନ୍ଧୁ ତଥା ପାଇକ ବିଦ୍ରୋହ ଆଦି ରହିଥିଲା। ତେବେ ଦୁଇଟି ବୈଠକ ପରେ ତୃତୀୟ ବୈଠକ ପର୍ଯ୍ୟନ୍ତ କେବଳ ପାଇକ ବିଦ୍ରୋହ ରହିଥିବାବେଳେ ଆଦର୍ଶ ବୈଠକରେ ଏହାକୁ ବାଦ୍‌ ଦିଆଯାଇଥିବା ସୂଚନା ରହିଛି । କେନ୍ଦ୍ରର ଏଭଳି ଓଡ଼ିଶା ପାଇଁ ବୈମାତୃକ ମନୋଭାବକୁ ଦେଖି ରାଜ୍ୟର ଶିଳ୍ପୀ ତଥା ବୁଦ୍ଧିଜୀବୀ ନିନ୍ଦା କରିଛନ୍ତି ।

ଅନ୍ୟପକ୍ଷରେ ପ୍ରଥମେ ରସଗୋଲା ଏବଂ ଏବେ ରଥଯାତ୍ରା କୁ ‘ଅକ୍ଷୟ ସାଂସ୍କୃତିକ ଐତିହ୍ୟ’ ଜିଆଇ ଟ୍ୟାଗ୍‍ ମାନ୍ୟତା ପାଇଁ ରାଜ୍ୟ ସଂଘର୍ଷ କରୁଛି  । ଓଡ଼ିଶା ର ପରମ୍ପରା ଓ ସଂସ୍କୃତିକୁ ମାନ୍ୟତା ଦେବାରେ ଏପରି ଅନେକ ଥର କେନ୍ଦ୍ରର ଅବହେଳା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି । ରଥଯାତ୍ରାକୁ ‘ଇନଣ୍ଟାଜିବୁଲ  କଲଚରାଲ ହେରିଟେଜ ‘ ମାନ୍ୟତା ଦିଆଯିବା  ପାଇଁ ଗତବର୍ଷ ଠାରୁ ରାଜ୍ୟସଂସ୍କୃତି ବିଭାଗ ପକ୍ଷରୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ୟୁନେସ୍କୋ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଏ ବାବଦରେ କୌଣସି ପଦକ୍ଷେପ ନେଇ ନାହାନ୍ତି । ଅନ୍ୟପଟେ  କୋଲକତା ଦୁର୍ଗାପୂଜାକୁ ନିକଟରେ ଏହି ମାନ୍ୟତା ଦିଆଯାଇଛି । ରଥଯାତ୍ରାକୁ ଏହି ମାନ୍ୟତା ପ୍ରଦାନ ନେଇ ଓଡ଼ିଶାର ସଂସ୍କୃତିପ୍ରେମୀ ଓ ଶ୍ରୀଜଗନ୍ନାଥ ଗବେଷକମାନେ ଦାବି କରିବା ସହିତ ତ୍ଵରିତ ପଦକ୍ଷେପ ନେବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି ।

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.