ବଦଳୁଛି ମିଶନ ଶକ୍ତିର ପରିଭାଷା: ରାଜ୍ୟର ସମସ୍ତ ମେଡିକାଲର ୧୩ଟି ଦାୟିତ୍ବ ତୁଲାଇବେ ଏସଏଚଜି

ବଦଳୁଛି ମିଶନ ଶକ୍ତିର ପରିଭାଷା: ରାଜ୍ୟର ସମସ୍ତ ମେଡିକାଲର ୧୩ଟି ଦାୟିତ୍ବ ତୁଲାଇବେ ଏସଏଚଜି

Date:

Insight Bureau: ଏସଏଚଜି ସଦସ୍ୟା ସଶକ୍ତ ହେଉଥିବାବେଳେ ଏବେ ବଦଳୁଛି ମିଶନ ଶକ୍ତିର ପରିଭାଷା । ରାଜ୍ୟ ସରକାରଙ୍କ ସହଭାଗିତାରେ ବ୍ୟବସାୟ କରୁଛନ୍ତି ଏସଏଚଜି ସଦସ୍ୟା । ଧାନକିଣାଠାରୁ ଗାଁ ଗାଁରେ ବ୍ୟାଙ୍କସେବା, ଜଳ ଓ ପରିମଳ ପରିଚାଳନା ଠାରୁ ମାଛଚାଷ, ସବୁଠି ପ୍ରଦର୍ଶନ କରିଛନ୍ତି ନିଜର ଦୃଢ ଦକ୍ଷତା । ଏବେ ରାଜ୍ୟ ସରକାର ଆଉ ଏକ ସୁଯୋଗ ଦେବାକୁ ଯାଉଛନ୍ତି ସେମାନଙ୍କୁ  । ଏସଏଚଜି ନେବେ ଡାକ୍ତରଖାନା ଦାୟିତ୍ବ । ରାଜ୍ୟର ସମସ୍ତ ମେଡିକାଲ କଲେଜ, ମେଡିକାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୧୩ଟି ଦାୟିତ୍ବ ତୁଲାଇବେ ଏସଏଚଜି ସଦସ୍ୟା । ରୋଗୀଙ୍କୁ ଖାଦ୍ୟ ଯୋଗାଣରୁ ଡାକ୍ତରଖାନାର ସମ୍ବର୍ଦ୍ଧନା କକ୍ଷର ଦାୟିତ୍ବ ନେବେ ଏସ୍ଏଚଜି ମହିଳା ।  ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ ସବୁ ମେଡିକାଲ କଲେଜ ଏବଂ ସିଡିଏମ୍ଓଙ୍କୁ ସ୍ବାସ୍ଥ୍ୟ ବିଭାଗ ଚିଠି ଲେଖିଛି ।

- Advertisement -

ମିଶନ ଶକ୍ତି ଦ୍ବାରା ସ୍ବାବଲମ୍ବୀ ହେବା ସହ ଶକ୍ତିଶାଳୀ ହେଉଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା । ୨୦୦୧ରେ ଆରମ୍ଭ ହୋଇଥିବା ମିଶନ ଶକ୍ତି ୨୧ବର୍ଷ ପରେ ୭୦ଲକ୍ଷ ମହିଳାଙ୍କ ଭରସା ପାଲଟିଛି । ଏବେ ପ୍ରାୟ ୨୪ଟି ବିଭାଗରେ ସରକାରଙ୍କ ସହ ଭାଗିଦାରୀରେ ଏସ୍ଏଚଜି କାମ କରୁଛନ୍ତି । ମାଛଚାଷ, ଧାନଚାଷରୁ ଧାନ କିଣା ଯାଏ, ଜଳ ପରିଚାଳନାରୁ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଚଲାଇବା ଯାଏଁ ସବୁଠି ଦେଖାଇଛନ୍ତି ସେମାନେ ତାଙ୍କର ନିଜ ଦୃଢ ଦକ୍ଷତା ।

୨୦୧୮ରେ ଧାନକିଣା ପ୍ରକ୍ରିୟାରେ ସାମିଲ ହୋଇଥିଲେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ । କଳାହାଣ୍ଡି ଜିଲ୍ଲାର ୧୭ଟି ପଞ୍ଚାୟତରେ ୧୭ଟି ଏସ୍ଏଚଜି ଧାନକିଣା ଦାୟିତ୍ବ ନେଇଥିଲେ । ୨୦୨୨ରେ ୧୩ଶହ ଏସଏଚଜି ୪ ହଜାର କୋଟି ଟଙ୍କାର ଧାନ କାରବାର କରି ଦକ୍ଷତା ଦେଖାଇଛନ୍ତି ଏହି ମହିଳା ସଦସ୍ୟାମାନେ । ସେହିପରି ଗାଁ ଗାଁ ରେ ବ୍ୟାଙ୍କ ଶାଖା ନଥିବାରୁ ମହିଳା ଏସଏଚଜିଗୁଡ଼ିକ ବ୍ୟାଙ୍କ ସଖୀ ଭୂମିକା ତୁଲାଉଛନ୍ତି । ୨୨ଶହ ମହିଳା ସଦସ୍ୟା ଗତବର୍ଷ ୮୮୦କୋଟି ଟଙ୍କାର କାରବାର କରିଥିଲେ । କମିଶନ ବାବଦକୁ ପ୍ରତି ସଦସ୍ୟା ମାସକୁ ୩ରୁ ୧୫ ହଜାର ଟଙ୍କା ରୋଜଗାର କରିଛନ୍ତି । ଏବେ ଡାକ୍ତରଖାନାର ଡାଏଟ୍ ମ୍ୟାନେଜମେଣ୍ଟ, ହାଉସ କିପିଙ୍ଗ୍‌, ଅଭ୍ୟର୍ଥନା ପ୍ରକୋଷ୍ଠ, ବିଏସକେଓ୍ବାଇ ସଚେତନତା କେନ୍ଦ୍ର, ମହାପ୍ରୟାଣ ଗାଡ଼ି ପରିଚାଳନା ଭଳି ଦାୟିତ୍ବ ସମ୍ଭାଳିବେ । ରାଜ୍ୟ ସରକାରଙ୍କ ନିରନ୍ତର ଉଦ୍ୟମ ଓ ଆନ୍ତରିକତା ଏବଂ ମହିଳାଙ୍କ ଆଗକୁ ବଢିବା ଚିନ୍ତାଧାରା ସେମାନଙ୍କୁ ଏକ ବିପ୍ଳବରେ ପରିଣତ ହାଇପାରିଛନ୍ତି ।

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.