ମିଶନ ଶକ୍ତି ଏକ ପ୍ରକଳ୍ପ ନୁହେଁ , ଏହା ଏକ ଆନ୍ଦୋଳନ

ମିଶନ ଶକ୍ତି ଏକ ପ୍ରକଳ୍ପ ନୁହେଁ , ଏହା ଏକ ଆନ୍ଦୋଳନ

Date:

ଇନସାଇଟ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କର ମିଶନ ଶକ୍ତି ଉପରେ ଗୁରୁତ୍ୱ । ନାରୀଙ୍କୁ ସବୁବେଳେ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ସେହି ମିଶନ ଶକ୍ତି ଆନ୍ଦୋଳନକୁ ଶକ୍ତିଶାଳୀ କରିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ପ୍ରତି ଜିଲ୍ଲାରେ ନିର୍ମାଣ କରାଯିବ ମିଶନ ଶକ୍ତି ଭବନ, ଏଥିପାଇଁ ଖର୍ଚ୍ଚ ହେବ ଏକ କୋଟି ଟଙ୍କା । ମା ମାନଙ୍କର ଅର୍ଥନୈତିକ ବିକାଶ ପାଇଁ ସରକାର ସବୁବେଳେ ଚେଷ୍ଟା କରିଛନ୍ତି । ସବୁ ପଂଚାୟତରେ ଏବେ ମିଶନ ଶକ୍ତି ଘରର ନିର୍ମାଣ କରାଯାଉଛି । ଅନ୍ୟପଟେ ଏସ୍ଏଚ୍‌ଜି ମହାସଂଘ ଇସି ସଦସ୍ୟମାନଙ୍କୁ ମିଟିଂ ଓ ଗସ୍ତ ଖର୍ଚ୍ଚ ଦିଆଯିବ ବୋଲି ମଧ୍ୟ କହିଛନ୍ତି ।

- Advertisement -

ଏହି ସମସ୍ତ ବ୍ୟବସ୍ଥା ପାଇଁ ୨ଶହ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହିତ ମିଶନ ଶକ୍ତି ଉତ୍ପାଦ ଦ୍ରବ୍ୟ ବିକ୍ରି ପାଇଁ ଇ-ପୋର୍ଟାଲ ବ୍ୟବସ୍ଥାର ଶୁଭାରମ୍ଭ କରାଯିବ। ମିସନ ଶକ୍ତି ଦ୍ବାରା ଉତ୍ପାଦିତ ଦ୍ରବ୍ୟକୁ ବିଶ୍ବ ବଜାରରେ ବିକ୍ରି କରିବା ପାଇଁ ମାର୍କେଟିଂ ବ୍ୟବସ୍ଥା, ନେଇଥିବା ଋଣର ସୁଧରେ ରିହାତି, ଅନ୍‌ ଲାଇନ୍‌ ମାର୍କେଟ ବ୍ୟବସ୍ଥା, କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ପୋଷାକ ପାଇଁ ଭତ୍ତା, ଫେଡେରେସନ ଇସି ମେମ୍ବରଙ୍କ ବୈଠକ ବାବଦରେ ଓ ଗସ୍ତ ପାଇଁ ଭତ୍ତା, ଜିଲ୍ଲା ସ୍ତରରେ ମିସନ ଶକ୍ତି ଗଠନ ପାଇଁ ପ୍ରତ୍ୟେକ ଜିଲ୍ଲାକୁ ଏକ କୋଟି ଟଙ୍କା ପ୍ରଦାନ ଆଦି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହା ଦ୍ବାରା ତୃଣମୂଳ ସ୍ତରରେ ମିଶନ ଶକ୍ତି ଆନ୍ଦୋଳନ ଆହୁରି ଜୋରଦାର ହେବା ସହିତ ଆର୍ଥିକ ଦୃଷ୍ଟିରୁ ଅଧିକ ସଶକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମିଶନ ଶକ୍ତିର ମା ମାନଙ୍କ ଦ୍ବାରା ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ ମିଶନ ଶକ୍ତି ବଜାର ପାଇଁ ଭିତ୍ତିଭୂମି ରଖିବା ସହିତ ମିଶନ ଶକ୍ତିର ଅନ୍‌ଲାଇନ ମାର୍କେଟିଂର ଶୁଭାରମ୍ଭ ମଧ୍ୟ କରିଥିଲେ । ଏହାଦ୍ବାରା ସାରା ବିଶ୍ବରେ ମିଶନ ଶକ୍ତି ମା ମାନଙ୍କର ଦ୍ରବ୍ୟ ବିକ୍ରୟ ହୋଇପାରିବ ଏବଂ ଆମେରିକା ଓ ଲଣ୍ଡନର ଲୋକମାନେ ମୟୁରଭଂଜ ଓ ମାଲକାନଗିରିର ମିଶନ ଶକ୍ତି ଦ୍ରବ୍ୟ କିଣି ପାରିବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ଏହାଦ୍ବାରା ମା ମାନଙ୍କ ରୋଜଗାର ବୃଦ୍ଧି ହେବା ସହିତ ଆଗାମୀ ଦିନରେ ସାରା ରାଜ୍ୟରେ ଏଭଳି ମିଶନ ଶକ୍ତି ବଜାର ସୃଷ୍ଟି କରାଯିବ ବୋଲି ସେ ଘୋଷଣା କରିଥିଲେ ।

ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଥିଲେ , “ମା’ମାନଙ୍କ ସଶକ୍ତିକରଣ ବିନା କୌଣସି ରାଜ୍ୟ ବା ଦେଶ କିମ୍ବା ପରିବାର ଆଗେଇ ପାରିବ ନାହିଁ। ଓଡ଼ିଶା, ମିଶନ ଶକ୍ତି ମା’ମାନଙ୍କ ସଶକ୍ତିକରଣ ଦିଗରେ ସବୁବେଳେ ବାଟ ଦେଖାଇ ଚାଲିବ। ୨୦ ବର୍ଷ ତଳେ ଆରମ୍ଭ ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମ ଆଜି ୭୦ ଲକ୍ଷ ମା’ମାନଙ୍କର ଏକ ବିରାଟ ଆନ୍ଦୋଳନ ହୋଇପାରିଛି। ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ବିଭାଗ ରହିଛି।” ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ, “କୋଭିଡଠାରୁ ଆରମ୍ଭ କରି ବିଭିନ୍ନ ଜରୁରୀ ସମୟରେ ମିଶନ ଶକ୍ତିର ମା’ମାନେ ଭଲ କାମ କରିଛନ୍ତି। ସେଥିପାଇଁ ଓଡ଼ିଶା ସେମାନଙ୍କ ପାଖରେ ଋଣୀ। ଆମ ମା’ମାନେ ମିଶନ ଶକ୍ତିର ଗୌରବ ବୃଦ୍ଧି କରିଛନ୍ତି।” ୨୦ ବର୍ଷ ତଳେ ଆରମ୍ଭ ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମ ଆଜି ୭୦ ଲକ୍ଷ ମା ମାନଙ୍କର ଏକ ବିରାଟ ଆନ୍ଦୋଳନ ହୋଇଛି । ମିଶନ ଶକ୍ତି ପାଇଁ ୫୦୦୦ କୋଟି ଟଙ୍କାର କାମ ଦେବା ପାଇଁ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ କହିଥିଲେ୨୧ଟି ବିଭାଗ ମିଶନ ଶକ୍ତିକୁ କାମ ଯୋଗାଇ ଦେଉଛନ୍ତି ।

ଆର୍ଥିକ ଦୃଷ୍ଟିରୁ ମା’ମାନଙ୍କୁ ସଶକ୍ତ କରିବା ପାଇଁ ଯେଉଁ ଗାଁରେ ବ୍ୟାଙ୍କ ନାହିଁ, ସେଠାରେ ସ୍ବୟଂ ସହାୟକ ଗୋଷ୍ଠୀ ବ୍ୟାଙ୍କ ସଖୀମାନଙ୍କୁ ଦାୟିତ୍ବ ଦିଆଯିବ। ସବୁ ବ୍ଲକ୍‌ ଓ ରାଜ୍ୟ ସ୍ତରରେ ମଧ୍ୟ ମିଶନ ଶକ୍ତି ଭବନ କରାଯିବ ବୋଲି ସେ ମତ ପ୍ରକାଶ କରିଛନ୍ତି । ମିଶନ ଶକ୍ତିର ମା ମାନେ ଚଳିତ ବର୍ଷ ୬୦୦୦ କୋଟି ଟଙ୍କାର ଋଣ ନେଲେଣି । ଏହି ଋଣ ପାଇଁ ସୁଧ ରିହାତି ବାବଦରେ ୨୦୦ କୋଟି ଟଙ୍କା ଦିଆଯାଇଛି । ଷ୍ଟେଟ ବ୍ୟାଙ୍କ, ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ, ପଞ୍ଜାବ ନେସ୍‌ନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ ଓ ୟୁକୋ ବ୍ୟାଙ୍କ ଆଦି ବ୍ୟାଙ୍କ ଗୁଡିକୁ ସୁଧ ରିହାତି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ ।

ଭୁବନେଶ୍ୱର ମିଶନ ଶକ୍ତି ବଜାର ମାନଙ୍କର ରୋଜଗାର ବୃଦ୍ଧି କରିବ । ସବୁ ବ୍ଲକରେ ବ୍ଲକ ମିଶନ ଶକ୍ତି ଭବନ ଏବଂ ରାଜ୍ୟସ୍ତରୀୟ ମିଶନ ଶକ୍ତି ଭବନ ମଧ୍ୟ ନିର୍ମାଣ କରାଯିବ। ମିଶନ ଶକ୍ତିର ମା’ମାନଙ୍କୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେମାନେ ମିଶନ ଶକ୍ତିର ଗୌରବ ବୃଦ୍ଧି କରିଛନ୍ତି।

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...