ଗଞ୍ଜାମ ଜିଲ୍ଲାରେ ଟିକାକରଣ କେନ୍ଦ୍ରରେ ଅବ୍ୟବସ୍ଥା ଅଭିଯୋଗ

ଗଞ୍ଜାମ ଜିଲ୍ଲାରେ ଟିକାକରଣ କେନ୍ଦ୍ରରେ ଅବ୍ୟବସ୍ଥା ଅଭିଯୋଗ

Date:

ମାର୍ଚ୍ଚ ମାସ ଠାରୁ ବିଦେଶ ଭୁଇଁର ଭୁତାଣୁ ସମଗ୍ର ଭାରତ ବର୍ଷକୁ କନ୍ଦେଇ ଦେଲାଣି। ତାହାକୁ ନିୟନ୍ତ୍ରଣ ଭିତରକୁ ନେବା ପାଇଁ କେବଳ ଏକ ମାତ୍ର ବଡ ଚିକିତ୍ସା ସଂକ୍ରମଣର ଶୃଙ୍ଖଳ ( COVID CHAIN) ଭାଙ୍ଗିବା। ଏଥି ପାଇଁ କେତେବେଳେ ଲକଡାଉନ ତ କେତେବେଳେ ସଟଡାଉନ ଚାଲିଛି। ଲୋକଙ୍କ ଜୀବନ ଜୀବିକା ଅସ୍ତବ୍ଯସ୍ତ କଲାଣି।

- Advertisement -

ଓଡିଶାର ଗଞ୍ଜାମ ଜିଲ୍ଲାର ଅବସ୍ଥା ଅପ୍ରେଲ ୨୦୨୧ରୁ ମେ ୨୦୨୧ମଧ୍ଯରେ ସଂଗୀନ। ଗଞ୍ଜାମରେ ସଂକ୍ରମଣ ଏତେ ମାତ୍ରାରେ ପହଞ୍ଚିଥିଲା ଯେ ବ୍ରହ୍ମପୁର ଏମ.କେ.ସି.ଜିର ୨ଟି DCH ଟାଟା କୋଭିଡ ହସ୍ପିଟାଲ, ଅଶ୍ବିନୀ କୋଭିଡ ହସ୍ପିଟାଲ, ଆମ୍ବ ମାର୍କେଟ, ମିନାକ୍ଷୀ ନଗର କୋଭିଡ ହସ୍ପିଟାଲ ସମେତ ଆସ୍କା, ହିଞ୍ଜିଳି, ଭଞ୍ଜନଗର ସବୁସ୍ଥାନର କୋଭଡ ଚିକିତ୍ସାଳୟରରେ ନାହିଁ ନଥିବା ଅସମ୍ଭବ ଭିଡ ସହ ଖଟିଆ ଅମ୍ଲଜାନର ଅଭାବରେ MKCGର ଚଟାଣରେ ରୋଗୀଙ୍କ ବିକଳ ଚିତ୍ର ସ୍ୱାସ୍ଥ୍ଯ ବିଭାଗର ଭିତ୍ତିଭୂମି ସମେତ ସରକାରଙ୍କ ପାରିବା ପଣିଆ ଜଳଜଳ କରି ଦେଖାଇଥିଲା।

Health Infrastructure Ganjam

ଗୋଟିଏ ପଟେ ମହାନଗର ନିଗମ, ପୌରପରିଷଦ ଓ ବିଜ୍ଞାପିତ ଅଞ୍ଚଳ ଗୁଡିକରେ ଟିକାକରଣ ଅନ୍ଯପଟେ ଗଞ୍ଜାମ ଜିଲ୍ଲାପାଳଙ୍କ ନେତୃତ୍ୱରେ ପ୍ରଶାସନିକ ପୋଲିସ ଅଧିକାରୀ ସମେତ (ଟିମ୍ ଗଞ୍ଜାମ) ଙ୍କ ଅକ୍ଲାନ୍ତ ପରିଶ୍ରମରେ କୋଭଡ ଶୃଙ୍ଖଳ(COVID CHAIN) ଭାଙ୍ଗିବା ସହ କୋଭିଡ ସାମାନ୍ଯ ନିୟନ୍ତ୍ରଣକୁ ଆସିଥିବା ଅନୁଭବ ହେଉଛି। ଠିକ୍ ଏହି ସମୟରେ ସାଧାରଣ ଜନତାଙ୍କ ଅସାବଧାନତା ଏବଂ ସରକାରୀ ବ୍ଯବସ୍ଥାର ଢିଲାପଣ ଏବେ ପୁଣି ଗଞ୍ଜାମରେ କରୋନା ସଂକ୍ରମଣ ସଂଖ୍ଯା ବଢାଇବାର ଆଶଙ୍କା ସୃଷ୍ଟି କରିଛି।

ଚିକିଟି ନିର୍ବାଚନ ମଣ୍ଡଳୀ ଓ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଟିକାକରଣ କେନ୍ଦ୍ରରେ କୋଭିଡ ନିୟମର ସମ୍ପୂର୍ଣ୍ଣ ଉଲ୍ଲଂଘନରେ ଶହ ଶହ ଲୋକଙ୍କ ଅସମ୍ଭବ ଭିଡ ଦେଖିବାକୁ ମିଳିଛି। ଚିତ୍ର ଯାହା ସାମ୍ନାକୁ ଆସିଛି ପାତ୍ରପୁର ବ୍ଲକର ଜରଡା, ଖାରିଆଗୁଡା, ଦିଗପହଣ୍ଡିର ବମକୋଇ ସ୍ୱାସ୍ଥ୍ଯକେନ୍ଦ୍ରରେ କୋଭିଡ ନୀତିନିୟମ ଧୂଳିସାତ ହୋଇଯାଇଛି ।

ସ୍ୱାସ୍ଥ୍ଯ ବିଭାଗ, ଜିଲ୍ଲା ପ୍ରଶାସନ ପୋଲିସ ପ୍ରଶାସନ ମଧ୍ଯରେ ସମନ୍ୱୟର ଅଭାବ । ଏହି ଅସମ୍ଭବ ଭିଡ ସୃଷ୍ଟିର ମୁଖ୍ଯକାରଣ। ଗ୍ରାମାଞ୍ଚଳ ଟିକାକରଣ ନୀତି କୌଣସି ଯୋଜନାବଦ୍ଧ ଭାବରେ ହେଉନଥିବା ସହ ସାମ୍ଭାବ୍ଯ ପରିସ୍ଥିର ପୂର୍ବନୁମାନ କରିବାରେ ସ୍ୱାସ୍ଥ୍ଯ ବିଭାଗ ଓ ପ୍ରଶାସନ ଫେଲ ମାରିଛି ।ଏଥିପ୍ରତି ନଜର ନଦେଲେ ଟିମ୍ ଗଞ୍ଜାମର ଅକ୍ଲାନ୍ତ ପରିଶ୍ରମ ଶେଷରେ ବାର ବର୍ଷର ତପସ୍ଯା ଶୁଖୁଆ ପୋଡାରେ ଯିବା ନ୍ଯାୟ ହେବ।

ସରକାରୀ ସ୍ତରରେ ଯଦି ଢିଲା ପଣ ଦେଖାଯାଏ ଲୋକସଂଖ୍ଯା ଘନତ୍ୱର ଗଞ୍ଜାମ ଜିଲ୍ଲାରେ ଯେଉଁ ସାମାଜିକ ଚଳଣିର ବ୍ଯବସ୍ଥା ଅଛି କରୋନା ସଂକ୍ରମଣ ପୁଣି କନ୍ଦାଇବ।

WATCH VIDEOS: ?

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...