ଜୟ ଓଡ଼ିଶା ସଡ଼କ ସୁରକ୍ଷା ସଚେତନତା ଅଭିଯାନ

ଜୟ ଓଡ଼ିଶା ସଡ଼କ ସୁରକ୍ଷା ସଚେତନତା ଅଭିଯାନ

Date:

ଭୁବନେଶ୍ୱର: ଟ୍ରାଫିକ କମିଶରେଟ୍ ପୋଲିସ ଭୁବନେଶ୍ୱର – କଟକ ର ତତ୍ତ୍ଵାବଧାନରେ ଜୟ ଓଡ଼ିଶା ଆଜି ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିଛି।ଜାତୀୟ ସଡ଼କ ସୁରକ୍ଷା ମାସ ୨୦୨୧ ପାଇଁ ଏଥିରେ ବିଶେଷ କରି ବସ୍ତି ମୁଖିଆ ମାନଙ୍କୁ ସଚେତନ କରାଇ ସେମାନଙ୍କ ଦ୍ଵାରା ନିଜ ନିଜ ବସ୍ତି ମଧ୍ୟରେ କିପରି ସଚେତନତା ସୃଷ୍ଟି କରାଯାଇପାରିବ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଥିଲା।

- Advertisement -

ଭୁବନେଶ୍ୱର ର ୪୦୦ରୁ ଉର୍ଦ୍ଧ୍ବ ବସ୍ତିରେ ସଚେତନତା ବାର୍ତ୍ତା ପହଞ୍ଚାଇବାର ଲକ୍ଷ୍ୟ ନେଇ, ଆଜି ପ୍ରଥମ କାର୍ଯ୍ୟକ୍ରମରେ ସହିଦନଗର ପୋଲିସ ଷ୍ଟେସନ ଅନ୍ତର୍ଗତ ୨୨ଟି ବସ୍ତିକୁ ସଚେତନ କରାଯାଇଥିଲା। ଏଥିରେ ପ୍ରାୟ ୧୪୦ଜଣ ବ୍ୟକ୍ତି ଯୋଗ ଦେଇଥିଲେ।

ଜୟ ଓଡ଼ିଶାର ପ୍ରତିଷ୍ଠାତା ରୁଦ୍ର ନାରାୟଣ ସାମନ୍ତରାୟ ଓ ଅନ୍ୟ ଯୁବ ସ୍ବେଚ୍ଛାସେବୀ ଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ସମ୍ପନ୍ନ ହୋଇଥିବା ବେଳେ, ଉପସ୍ଥିତ ମୁଖ୍ୟ ଅତିଥି ମାନଙ୍କ ମଧ୍ୟରେ, କିଶୋର କୁମାର ପାଣିଗ୍ରାହୀ( ଏଡିସିପି, ଟ୍ରାଫିକ କମଶନରେଟ୍ ଭୁବନେଶ୍ୱର – କଟକ), ଅନିଲ କୁମାର ମିଶ୍ର ( ଏସିପି, ସହିଦ ନଗର ପୋଲିସ ଷ୍ଟେସନ), ସୁରେନ୍ଦ୍ର କୁମାର ବଳ( ଆଇଆଇସି ଟ୍ରାଫିକ – ୧, ଭୁବନେଶ୍ୱର), ଓ ସୁକାନ୍ତ ରଥ( ପ୍ରସିଦ୍ଧ ସିନେ ତାରକା ଓ ଏକାଧାରରେ ଜଣେ ସମାଜ ସେବୀ) ଆଦି ଉପସ୍ଥିତ ରହି ନିଜ ବହୁମୂଲ୍ୟ ସମୟ ଦେବା ସହ ଲୋକଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସମ୍ବନ୍ଧରେ ବିଭିନ୍ନ ଉପାୟରେ ସଚେତନତା ସୃଷ୍ଟି କରିବାରେ ସାହାଯ୍ୟ କରିଥିଲେ।

ଭୁବନେଶ୍ବରର ୪୦୦ରୁ ଉର୍ଦ୍ଧ୍ବ ବସ୍ତିରେ, କମଶନରେଟ୍ ପୋଲିସର ତତ୍ବାବଧାନରେ ଫେବୃଆରୀ ୧୮ ଯାଏ ସଡ଼କ ସୁରକ୍ଷାର ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ଆମେ ପ୍ରତିଜ୍ଞାବଦ୍ଧ। ସ୍ମାର୍ଟ୍ ସିଟି ଭୁବନେଶ୍ୱର କୁ ସଡ଼କ ସୁରକ୍ଷା ଓ ଟ୍ରାଫିକ ସଚେତନତା ରେ ସ୍ମାର୍ଟେଷ୍ଟ ସିଟି କରିବା ହି ଆମର ମୁଖ୍ୟ ଲକ୍ଷ୍ୟ ବୋଲି ଜୟ ଓଡ଼ିଶା ର ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି।

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...