ରତ୍ନଭଣ୍ଡାର ଚାବି ବିବାଦ: ସିବିଆଇ ନିକଟରେ ଅଭିଯୋଗ ଦେଲା ଜଗନ୍ନାଥ ସେନା

ରତ୍ନଭଣ୍ଡାର ଚାବି ବିବାଦ: ସିବିଆଇ ନିକଟରେ ଅଭିଯୋଗ ଦେଲା ଜଗନ୍ନାଥ ସେନା

Date:

ଇନସାଇଟ ବ୍ୟୁରୋ:  ରତ୍ନଭଣ୍ଡାରକୁ ନେଇ ଚର୍ଚ୍ଚା ଓ ବିବାଦ ଜାରି ରହିଛି । ରତ୍ନଭଣ୍ଡାରରେ ଗଚ୍ଛିତ ରତ୍ନର ସୁରକ୍ଷା ଓ ଭଣ୍ଡାରର ସୁରକ୍ଷା ଆଜି ବଡ଼ ସମସ୍ୟା ଭାବେ ଉଭା ହେଲାଣି ।  କିଛି ବର୍ଷ ତଳେ ରତ୍ନଭଣ୍ଡାର ଚାବି ହଜିବା ଓ ଜିଲ୍ଲା କୋଷାଗାରରୁ ଚାବି ନ ମିଳିବାକୁ ନେଇ ବିବାଦ ମୁଣ୍ଡ ଟେକିବା ପରେ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ପରେ ଚାବି ମିଳିଥିବା ନେଇ ପ୍ରଶାସନ ସୂଚନା ଦେଇଥିବା ବେଳେ ଚାବି ଦେଖାଇ ନଥିଲେ କାହାକୁ ଏବଂ ପରେ ଜିଲ୍ଲା କୋଷାଗାରକୁ  ଜିମା ଦିଆଯାଇଥିବା କୁହାଯାଇଥିଲା। କିନ୍ତୁ ସୂଚନା ଅଧିକାର ବଳରେ ଜିଲ୍ଲା ରେକର୍ଡ ରୁମ୍‌ ସେମାନଙ୍କୁ କେବେ ବି ରତ୍ନଭଣ୍ଡାର ଚାବି ଜିମା ଦିଆଯାଇନଥିବା ଏବଂ କେବେ ବି ରତ୍ନଭଣ୍ଡାର ଖୋଲିବା ପାଇଁ ସେମାନଙ୍କଠାରୁ ଚାବି ଯାଇନଥିବା କହିବା ପରେ ସନ୍ଦେହ ବଢ଼ିବାରେ ଲାଗିଛି ।

- Advertisement -

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସହିତ ଚାରି କୋଟି ଓଡ଼ିଆଙ୍କ ଭାବାବେଗ ଜଡ଼ିତ ଥିବାରୁ ରତ୍ନଭଣ୍ଡାର ଓ ଏହାର ଚାବି ହଜିବା ପ୍ରସଙ୍ଗ ପ୍ରତି ଅନୁରୂପ ଭାବନା ଯୋଡ଼ିହୋଇ ରହିଛି ସମସ୍ତଙ୍କର ।  ରତ୍ନ ଅଳଙ୍କାରର ଗଣତି ,  ଚାବି ହଜିବା, ସବୁକିଛି ରହସ୍ୟ ଭିତରେ ରହିଯାଇଛି ଯେମିତି । ତେବେ ଅଧିକ ରହସ୍ୟଜନକ ହୋଇପଡ଼ିଛି ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ। ରତ୍ନଭଣ୍ଡାର ଚାବି ହଜିବା, ତାହାକୁ ଖୋଜିବା, ଏ ପ୍ରସଙ୍ଗରେ ଆଶଙ୍କା, ପ୍ରତିଆଶଙ୍କା  ସ୍ୱାଭାବିକ ଭାବରେ ଭକ୍ତଜନମାନଙ୍କର ମନ ମସ୍ତିଷ୍କକୁ ଆନ୍ଦୋଳିତ କରିବା ସାଧାରଣ କଥା । ବାସ୍ତବବାଦୀ ପଦକ୍ଷେପ ସେତିକିବେଳେ ସମ୍ଭବ ହୋଇପାରିବ ଯେତେବେଳେ ରତ୍ନଭଣ୍ଡାର କଡ଼ା ସୁରକ୍ଷା ବଳୟ ଭିତରେ ଖୋଲାଯିବ ।

ଅନ୍ୟପଟେ ଆଜି  ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଲୁଟ ମାମଲାରେ ସିବିଆଇ ନିକଟରେ ଅଭିଯୋଗ କରିଛି  ଜଗନ୍ନାଥ ସେନା । ପ୍ରତି ୩ ବର୍ଷରେ ଥରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଯାଞ୍ଚ ହେବା କଥା, କିନ୍ତୁ ୧୯୭୮ ମସିହା ପରେ ୪୪ ବର୍ଷ ହେଲା ରତ୍ନଭଣ୍ଡାର ଯାଞ୍ଚ ହୋଇନଥିବା ନେଇ ଅଭିଯୋଗ କରିଛି ସେନା  । ତେବେ ଦେଖାଯାଉ ଆଗକୁ କଣ ପଦକ୍ଷେପ ନେଉଛନ୍ତି ସରକାର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ।

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...