ପବିତ୍ର ଭୈମୀ ଏକାଦଶୀ ବା ବଡ ଏକାଦଶୀ

ପବିତ୍ର ଭୈମୀ ଏକାଦଶୀ ବା ବଡ ଏକାଦଶୀ

Date:

ଇନସାଇଟ ବ୍ୟୁରୋ: ହିନ୍ଦୁମାନଙ୍କର ଏକ ପବିତ୍ର ବ୍ରତ ଏକାଦଶୀ । ଆଜି ଭୈମୀ ଏକାଦଶୀ । ବର୍ଷକର ୨୪ଟି ଏକାଦଶୀ ମଧ୍ୟରୁ ୪ଟିକୁ ବଡ଼ ଏକାଦଶୀ କୁହାଯାଏ । ସେଥିରୁ ମାଘ ମାସରେ ପଡ଼ୁଥିବା ଭୈମୀ ଏକାଦଶୀର ମାହାତ୍ମ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ |

ଏହିଦିନ ନିଆଳି ସ୍ଥିତ ପୌରାଣିକ ମାଧବାନନ୍ଦଜୀଉ ପୀଠରେ ଶତାଧିକ ଶ୍ରଦ୍ଧାଳୁ ପୁଣ୍ୟତୋୟା ପ୍ରାଚୀନଦୀର ପାଣ୍ଡବ ତୀର୍ଥରେ ବୁଡ଼ ପକାଇଥାନ୍ତି । ହିନ୍ଦୁ ବିଶ୍ୱାସ ଅନୁଯାୟୀ ଏହି ଏକାଦଶୀର ନାମ ଜୟା ଓ ଏହି ଏକାଦଶୀ ବ୍ରତ କଲେ ପିଶାଚତ୍ୱ ନାଶହୁଏ । ଅର୍ଥାତ ଏହିଦିନ ଶୁଦ୍ଧ, ପବିତ୍ର ଭାବରେ ଉପବାସ ଓ ବିଷ୍ଣୁ ପୂଜନ କଲେ ମଣିଷ ମନରେ ଥିବା ଦୁଷ୍ଟ ପ୍ରବୃତ୍ତିର ବିଲୟ ଘଟେ ।

ଏହି ଦିନ ଉପବାସ ରହି ଭିଷ୍ମଙ୍କୁ ସ୍ମରଣ କଲେ ଏବଂ ସାରା ଦିନ ବିଷ୍ଣୁସହସ୍ର ନାମ ଜପ କଲେ ଭଗବାନଙ୍କ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଏହିଦିନ ବିଷ୍ଣୁଙ୍କୁ ପୂଜା ଓ ବନ୍ଦନା କରାଯାଏ ।ଓଡ଼ିଶାରେ ଏହି ଏକାଦଶୀ ଦିନ ସାକ୍ଷୀଗୋପାଳର ଶ୍ରିଗୋପାଳଜୀଉଙ୍କ ଗଜଉଦ୍ଧାରଣ ବେଶ ହୋଇଥାଏ । ଯାଜପୁରରେ ବ୍ୟାସ ସରୋବର ମେଳା ଓ କଣ୍ଟିଲୋ ର ନୀଳମାଧବଙ୍କ ପୀଠରେ ଭୌମୀ ଏକାଦଶୀ ଯାତ୍ରା ଆରମ୍ଭ ହୁଏ ।

ପଦ୍ମପୁରାଣ ଅନୁଯାୟୀ , ଏକଦା ସ୍ୱର୍ଗପୁରୀରେ ଇନ୍ଦ୍ରଙ୍କ ସମ୍ମୁଖରେ ଗନ୍ଧର୍ବ ଗାନ କରୁଥିଲେ ଏବଂ ଅପ୍ସରାମାନେ ନୃତ୍ୟ କରୁଥିଲେ । ଏହି ଆୟୋଜନରେ ପୁଷ୍ପବତୀ ନାମକ ଏକ ଗନ୍ଧର୍ବ କନ୍ୟା ଏବଂ ମାଲ୍ୟବାନ ନାମକ ଏକ ଯୁବକ ଥିଲେ । ସେ ଦୁହେଁ ପରସ୍ପରପ୍ରତି ମୋହମତ୍ତର ଥିଲେ । କାମ ବାଣ କାରଣରୁ ସେମାନେ ସ୍ଥାନ କାଳ ପାତ୍ର ପ୍ରତି ଅନ୍ଧ ଥିଲେ । ତାଙ୍କର ସାଧାରଣ ବିଚାର ନଥିଲା ଯେ ସେମାନେ ଇନ୍ଦ୍ରଙ୍କ ସଭାରେ ନୃତ୍ୟ ଓ ସଂଗୀତ ପରିବେଷଣ କରୁଛନ୍ତି । ସଭାକଥା ଭୁଲି ଦୁହେଁ ଦୁହିଁଙ୍କ ପ୍ରତି ନିମନ୍ତ୍ରଣ ଦୃଷ୍ଟି ରଖୁଥିଲେ । ଏମିତିକି ମାଲ୍ୟବାନ ନିଜକୁ ଦିୱାନା ରୂପେ ସଜାଇ ଗାଉଥିବା ଗୀତକୁ ମଧ୍ୟ ଭୁଲିଯାଇଥିଲେ ଏବଂ ପୁଷ୍ପବତୀ ପ୍ରେମପାଗଳିନୀ ହେତୁ ନୃତ୍ୟର ତାଳମାନ ବି ଭୁଲି ଯାଉଥିଲେ । ଦେବରାଜ ଇନ୍ଦ୍ର ଭରପୁର ସଭାରେ ସେମାନଙ୍କ ଆଚରଣ ଦେଖି କ୍ରୋଧିତ ହୋଇ ସେମାନଙ୍କୁ ଅଭିଶାପ ଦେଲେ ଯେ ସେ ଦୁହେଁ ପିଶାଚ ଯୋନି ପ୍ରାପ୍ତ କରନ୍ତୁ । ଏତିକି କହି ସେ ସେମାନଙ୍କୁ ସ୍ୱର୍ଗଚ୍ୟୁତ କଲେ । ସେ ଦୁହେଁ ସ୍ୱର୍ଗାରୋହଣ ଦ୍ୱାର ଦେଇ ହିମାଳୟର ବଦ୍ରୀନାଥରେ ପହଞ୍ଚି ସେହି ହିମାଳୟ ଧାମରେ ନିବାସ କଲେ । ସେଠି ଏତେ କଷ୍ଟପାଇଲେ ଯେପରି ତାଙ୍କ ଜୀବନଟା କେମିତି ଉଦାସ ମନେହେଲା । ସୌଭାଗ୍ୟକୁ ଏହି ଏକାଦଶୀ ଦିନ ଦୁହେଁ ଜୀବହିଂସା କଲେ ନାହିଁ । ଖାଦ୍ୟ ଓ ଜଳ ସ୍ପର୍ଶ ବି କଲେ ନାହିଁ ଏବଂ ରାତ୍ରି ଉଜାଗର ରହିଲେ । ଫଳରେ ତାଙ୍କର ପାପ କ୍ଷୟ ହୋଇଗଲା । ସେମାନଙ୍କୁ ସୂଚାଇ ଦିଆଗଲା ଯେ ଯେଉଁଦିନଟି ସେମାନେ ଉପାସରେ ରହି ରାତ୍ରୀ ଉଜାଗର ଥିଲେ, ସେଦିନଟି ଥିଲା ଭୈମୀ ବା ଜୟା ଏକାଦଶୀ । ଏହି ଏକାଦଶୀ କାରଣରୁ ତାଙ୍କ ମୁକ୍ତିର ବାଟ ଫିଟିଗଲା । ଅଲକ୍ଷରେ ଏକାଦଶୀରେ ବ୍ରତ କରି ପୂଣ୍ୟ ଅର୍ଜନ କରିଥିଲେ ଏବଂ ପରଦିନ ନିଜ ଶରୀର ଫେରି ପାଇ ସ୍ୱର୍ଗରେ ବାସ କଲେ ।

ଅନ୍ୟପକ୍ଷରେ ଏହି ଦିନ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପାଖରେ ପବିତ୍ର ଭୈମୀ ଏକାଦଶୀ ପାଳିତ ହୁଏ ।ଭୋଗମଣ୍ଡପରେ ଶ୍ରୀଜୀଉମାନଙ୍କର ପଞ୍ଚାମୃତରେ ମହାସ୍ନାନ ହୋଇ ମଇଲମ୍ ହେବା  ପରେ ସର୍ବାଙ୍ଗେ ବିଜେ ହୋଇ ଲାଗି କରାଯାଏ । ଛଅ ମୂର୍ତ୍ତି ଅଳଙ୍କାର ଓ କର୍ପୁର ଲାଗିହୋଇ ବେଶବଢେ । ମଧ୍ୟାହ୍ନ ଧୂପ ଛେକ ଆସିଲେ ପ୍ରସାଦ ଲାଗି ହୋଇଥାଏ । ଭୋଗ ନୀତିବଢିବା ପରେ ତିନିବାଡରେ ବନ୍ଦାପନା ହୋଇଥାଏ ।

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.