ଆଜି ସରିଛି ରାଜ୍ୟର ପଞ୍ଚାୟତ ନିର୍ବାଚନ ପର୍ବ

ଆଜି ସରିଛି ରାଜ୍ୟର ପଞ୍ଚାୟତ ନିର୍ବାଚନ ପର୍ବ

Date:

ଇନସାଇଟ ବ୍ୟୁରୋ: ରାଜ୍ୟରେ ଶେଷ ହୋଇଛି ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ମତଦାନ । ୪ଟି ପର୍ଯ୍ୟାୟ ସୁଦ୍ଧା ମାତ୍ର ୫ଟି ଜିଲ୍ଲାରେ ନିର୍ବାଚନ ଶେଷ ହୋଇଥିଲା ଓ ଶେଷ ପର୍ଯ୍ୟାୟରେ ଅବଶିଷ୍ଟ ୨୫ଟି ଜିଲ୍ଲାର ୧୩୧ଟି ଜୋନରେ ଆଜି ମତଦାନ ହୋଇଛି ।

- Advertisement -

ପ୍ରଥମ ୩ଟି ପର୍ଯ୍ୟାୟରେ ରାଜ୍ୟର କେତେକ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ହେଲେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ପରେ ଚତୁର୍ଥ ପର୍ଯ୍ୟାୟରେ ହିଂସା ବହୁ ପରିମାଣରେ ହ୍ରାସ ପାଇଥିଲା। ପ୍ରଥମ ଚାରିଟି ପର୍ଯ୍ୟାୟରେ ନିର୍ବାଚନୀ ହିଂସା ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ମୋଟ ୧୪୭ ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୩ ଜଣ ଯାଜପୁରରୁ, ଢେଙ୍କାନାଳର ୧୦ ଜଣ, ଜଗତସିଂହପୁରର ୭ ଜଣ, କେନ୍ଦ୍ରାପଡ଼ାର ୩ଜଣ ଓ ପୁରୀର ୨୪ ଜଣ ଅନ୍ତର୍ଭୁକ୍ତ ବୋଲି ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି ।

ପଞ୍ଚମ ପର୍ଯ୍ୟାୟ ନିର୍ବାଚନକୁ ସୁରୁଖୁରୁରେ ଚଳାଇବା ପାଇଁ ବିଭିନ୍ନ ଜିଲ୍ଲାରେ ପୋଲିସ୍ ଅଧିକାରୀଙ୍କ ସହ ୨୫୮ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଓ ୧୧୪୮ ଟି ମୋବାଇଲ୍ ପାଟ୍ରୋଲିଂ ଦଳ ନିୟୋଜିତ କରାଯାଇଥିଲା ।  ପ୍ରାୟ ଏକ ଦଶନ୍ଧି ପରେ ମାଲକାନଗିରିରେ ଭୋଟ୍‌ ହେଉଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା  । ଚିତ୍ରକୋଣ୍ଡା ବ୍ଲକର ୨ଟି ଜୋନ୍‌ରେ ନିର୍ବାଚନ ହେଉଥିଲେ ହେଁ ସ୍ବାଭିମାନ ଅଞ୍ଚଳ ଉପରେ ସମସ୍ତଙ୍କ ନଜର ରହିଥିଲା । ଏଥର ସ୍ବାଭିମାନ ଅଞ୍ଚଳର ୯ଟି ପଞ୍ଚାୟତରେ ୧୦୬ଟି ବୁଥ୍‌ରେ ମତଦାନ ହୋଇଛି । ୫୪ଟି ଅତିସମ୍ବେଦନଶୀଳ ବୁଥ୍‌କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ଇତିମଧ୍ୟରେ ୪୯ଟି ବୁଥରେ ସାନି ମତଦାନ ମଧ୍ୟ କରାଯାଇଛି ।

ଫେବ୍ରୁଆରୀ ୧୬ରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଥିଲା । ଆଜି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଆସନ୍ତା ଫେବ୍ରୁଆରୀ ୨୬ରୁ ୨୮ ପର୍ଯ୍ୟନ୍ତ ଭୋଟ ଗଣତି ହେବା କାର୍ଯ୍ୟକ୍ରମ ରହିଛି  । ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଭୋଟ ବାକ୍ସରେ ବନ୍ଦ ହୋଇ ରହିଛି। ।

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...