ଦେଓମାଳି – ପ୍ରକୃତିର ଅମୂଲ୍ୟ ଉପହାର

ଦେଓମାଳି ପର୍ବତ ରାଣୀ ଭାବେ ପରିଚିତ

ଇନ୍‌ସାଇଟ୍‌ ବ୍ୟୁରୋ: ଦକ୍ଷିଣ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଅବସ୍ଥିତ ଦେଓମାଳି ପର୍ବତ ରାଣୀ ଭାବେ ପରିଚିତ ଓ ଏହା ଓଡ଼ିଶାର ଉଚ୍ଚତମ ଗିରିଶୃଙ୍ଗ ।ଦେଶର ଅନ୍ୟ ଉପତ୍ୟକା ଭଳି ଦେଓମାଳି ମଧ୍ୟ ଆକର୍ଷଣୀୟ ।ଏହା କୋରାପୁଟ ସହର ନିକଟରେ ଅବସ୍ଥିତ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲା ଭଳି ଜଙ୍ଗଲ, ପାହାଡ଼, ଜଳପ୍ରପାତ, ମନୋରମ ପ୍ରାକୃତିକ ଦୃଶ୍ୟ, ଗହଳ ଭରା ସହରୀ ଜୀବନରୁ ମୁକ୍ତିର ଶାନ୍ତି ସବୁକିଛି ରହିଛି ଦେଓମାଳି ପର୍ବତରେ । ଏହି ସ୍ଥାନରେ ଭ୍ରମଣର ପ୍ରକୃଷ୍ଟ ସମୟ ହେଲା ଅକ୍ଟୋବରରୁ ଜାନୁଆରୀ ମାସ ମଧ୍ୟରେ ।

କୋରାପୁଟ ଜିଲ୍ଲାର ସଦର ମହକୁମା ଠାରୁ କୁନ୍ଦୁଲି ହାଟପଦା ଦେଇଗଲେ ଦେଓମାଳି ପଡ଼େ । କୋରାପୁଟ ସଦର ମହକୁମା ଠାରୁ କୁନ୍ଦୁଲି ହାଟପଦାର ଦୁରତ୍ୱ ୩୫ କିଲୋମିଟର ରହିଥିବାବେଳେ, ସେଠାରୁ ୨୩ କିଲୋମିଟର ଦୂରରେ ରହିଛି ଓଡିଶାର ଉଚ୍ଚତମ ପର୍ବତ ଦେଓମାଳି । ଦେଓମାଳି ପର୍ବତ ପ୍ରାକୃତିକ ସୌନ୍ଦର୍ଯ୍ୟ ନିଆରା ।

ପ୍ରାୟ ୧ ,୬୭୨ ମିଟର ଉଚ୍ଚତା ବିଶିଷ୍ଟ ଦେଓମାଳି ଶିଖର ହେଉଛି ଓଡିଶାର ସର୍ବୋଚ୍ଚ ଶିଖର । ଏହା ଗଭୀର ସବୁଜ ଜଙ୍ଗଲ ଦ୍ୱାରା ଘେରି ରହିଛି, ଶିଖରଟି ଉଦ୍ଭିଦ ଏବଂ ଜୀବଜନ୍ତୁରେ ଭରପୂର । ପାହାଡ ପରିସର ବକ୍ସାଇଟ୍, ଚୂନ ପଥର ଏବଂ ରତ୍ନଭଣ୍ଡାର ପରି ଖଣିଜ ସମ୍ପଦରେ ମଧ୍ୟ ଭରପୂର । ଓଡିଶା ପର୍ଯ୍ୟଟନ ବିଭାଗ ସଡ଼କ, ହିଲ୍ ଟପ୍ ସୁବିଧା କେନ୍ଦ୍ର, ପାହାଡ ଉପରେ ପାଣି ପିଇବା, ଟାୱାର ଦେଖିବା ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ଏହି ଶିଖରକୁ ଲୋକପ୍ରିୟ କରିବା ପାଇଁ ଅନେକ ବିକାଶମୂଳକ ପଦକ୍ଷେପ ନେଉଛନ୍ତି । ପାହାଡ ଚଢାଳିଙ୍କ ପାଇଁ ଏହା ଏକ ପ୍ରକୃଷ୍ଠ ସ୍ଥାନ । ଦେଓମାଳି ଉପତ୍ୟକାକୁ ଯିବାପାଇଁ ଦେଓମାଳି ଛକ ଠାରୁ ୬ କି.ମି. ଚାଲି ଚାଲି ଯିବାକୁ ହୋଇଥାଏ । ଏହି ପର୍ବତ ତଳେ ରହିଥିବା ଛୋଟ ଛୋଟ ଆଦିବାସୀ ଗାଁ ଓ ଏହାର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିଥାଏ ।

ଦେଓମାଳି ପର୍ବତର ଶିଖର କୁ ଧଳା ବାଦଲ ଛୁଇଁ ଯାଉଥିବା ଦୃଶ୍ୟ ଦେଖିଲେ ଆଖି ଫେରାଇ ହୁଏନା । ଏପରି ସୌନ୍ଦର୍ଯ୍ୟ ପୂର୍ଣ୍ଣ ଦେଓମାଳିକୁ ଉପଭୋଗ କରିବା ପାଇଁ ପ୍ରତିବର୍ଷ ଅଥବା ପ୍ରତିଦିନ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଶୀତ ଦିନରେ ଦେଓମାଳିରେ ଅଧିକ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳେ ।ଆଉ ଦେଓମାଳି ପାହାଡ ଚଢିବାର ମଜା ଉଠାଇଥାନ୍ତି ପର୍ଯ୍ୟଟକମାନେ ।

Support Independent Journalism? Keep us live.

ପଡୋ଼ଶୀ ଆନ୍ଧ୍ର ପ୍ରଦେଶ ଏବଂ ଛତିଶଗଡ଼ରୁ ମଧ୍ୟ ବହୁ ପର୍ଯ୍ୟଟକ ଏଠାକୁ ଆସନ୍ତି ଏବଂ ପର୍ଯ୍ୟଟକମାନେ ନିଜ ପରିବାର ସହିତ ଆସି ପର୍ବତାରୋହଣ କରିବା ସହିତ ସେଲଫି ଉଠାଇଥାନ୍ତି । ଏଠାକାର ଆଦିବାସୀମାନେ ଢେମସା ନୃତ୍ୟ ପରିବେଷଣ କରନ୍ତି ଯାହାକୁ ସେଠାରେ ଉପସ୍ଥିତ ଥିବା ପର୍ଯ୍ୟଟକମାନେ ବେଶ ଉପଭୋଗ କରିଥାନ୍ତି । ଏହି ପାହାଡଟିରେ ପରଜାସ , ମାଲିସ୍, କନ୍ଧ , ଭୁମିୟା ଏବଂ ଭାଟିଆ ପରି ଆଦିବାସୀମାନଙ୍କ ଦ୍ୱାରା ଅଧିକୃତ ।

ଏହି ଶାନ୍ତ ପର୍ବତ ଶିଖର ପ୍ରକୃତି ପ୍ରେମୀ ଏବଂ ଫଟୋଗ୍ରାଫରଙ୍କ ଦୃଷ୍ଟି ଆକର୍ଷଣ କରେ । ଏହି ସ୍ଥାନ ଯାତ୍ରୀମାନଙ୍କ ପାଇଁ ଏକ ସଠିକ ତାପମାତ୍ରା ପ୍ରଦାନ କରେ, ନା ଅତ୍ୟଧିକ ଥଣ୍ଡା କିମ୍ବା ଅତ୍ୟଧିକ ଗରମ ।
ଓଡ଼ିଶା ପର୍ଯ୍ୟଟନ ବିଭାଗ ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ ଆବଶ୍ୟକ ଭିତିଭୂମିର ଉନ୍ନତି କରିବା ପାଇଁ, ଆଗକୁ ଆହୁରି ପଦକ୍ଷେପ ନେଉଛନ୍ତି ଯାହା ଆଗକୁ ପର୍ଯ୍ୟଟକଙ୍କ ଅଧିକ ସୁଅ ଏଠାକୁ ଛୁଟିବ ଏଥିରେ ସନ୍ଦେହ ନାହିଁ । ଦେଓମାଳିର ପାଦଦେଶରେ ପର୍ଯ୍ୟଟକ ମାନେ ବଣଭୋଜି କରି ମଜା ଉଠାଇଥାନ୍ତି ।

ପରବ ପର୍ବ ସେଠାକାର ଲୋକପ୍ରିୟ ପର୍ବ ଜଣାଶୁଣା, ପାରବ ହେଉଛି ନଭେମ୍ବର ମାସରେ ଜିଲ୍ଲା ସଂସ୍କୃତି ପରିଷଦ ଦ୍ୱାରା ଆୟୋଜିତ ବାର୍ଷିକ ଆଦିବାସୀ ଉତ୍ସବ । ଏହା ବର୍ଷର ବାରମାସ ପର୍ଯ୍ୟଟକମାନଙ୍କର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ‘ପରବ’ ପାଳନ ଅବସରରେ ଏଠାକୁ ପର୍ଯ୍ୟଟକମାନେ ବିଶେଷ ସଂଖ୍ୟାରେ ଆସିଥାନ୍ତି । ଏହି ପର୍ବରେ କ୍ରୀଡା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ, ସେମିନାର, ପାର୍ବତ୍ୟ ଟ୍ରେକିଂ ଅଧିବେଶନ, ଡଙ୍ଗା ଦୌଡ ଏବଂ କଳା ଶିବିରର ଆୟୋଜନ କରାଯାଇଥାଏ ।

ଦେଓମାଳି ବ୍ୟତୀତ ବଗଡ଼ା ଓ ଡୁଡୁମାର ମାଛକୁଣ୍ଡ ଜଳପ୍ରପାତ ମଧ୍ୟ ପ୍ରତିବର୍ଷ କୋରାପୁଟକୁ ଅଧିକ ସଂଖ୍ୟାରେ ଘରୋଇ ଓ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ ।

Comments are closed.