ଆଘାତପ୍ରାପ୍ତ ଯୁବ ମହିଳା ଫୁଟବଲ ଖେଳାଳୀ ମନୀଷାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆଶ୍ବାସନା

ଆଘାତପ୍ରାପ୍ତ ଯୁବ ମହିଳା ଫୁଟବଲ ଖେଳାଳୀ ମନୀଷାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆଶ୍ବାସନା

Date:

ଇନସାଇଟ ବ୍ୟୁରୋ: ମନୀଷା ନାୟକ ଯିଏକି ସ୍ପୋର୍ଟସ ଓଡିଶା ଟିମ୍‌ର ୧୮ ବର୍ଷ ବୟସ୍କା ଫୁଟବଲ ଖେଳାଳୀ। ଅନେକ ସ୍ୱପ୍ନ ନେଇ ଓଡିଶା ମହିଳା ଲିଗ୍‌ ମ୍ୟାଚରେ ଖେଳିବାର ଆଶା ରଖିଥିଲେ ସେ । କିନ୍ତୁ ରାଇଜିଂ ଷ୍ଟୁଡେଣ୍ଟସ ଟିମ୍‌ ସହିତ ଥିବା ମ୍ୟାଚ ପୂର୍ବରୁ ତାଙ୍କ ଆଣ୍ଠୁରେ ଗଭୀର ଆଘାତ ଲାଗିଲା ଆଉ ସେ ଖେଳିବାର ସୁଯୋଗ ହରାଇଲେ। ମନ ଦୁଃଖରେ ଚୌକିରେ ବସି ନିଜ ଟିମ୍‌ର ମ୍ୟାଚ ଦେଖୁଥାନ୍ତି । ସେ ଭାବି ନଥିଲେ ଯେ ତାଙ୍କର ଆଘାତ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହେବାର ଏକ ଅପୂର୍ବ ସୁଯୋଗ ଆଣିଦେବ ।

- Advertisement -

ମୁଖ୍ୟମନ୍ତ୍ରୀଙ୍କ ଠାରୁ ଶ୍ରଦ୍ଧା, ଆଶ୍ୱାସନା ସହିତ ପ୍ରେରଣାଦାୟୀ ଶଦ୍ଦ ଶୁଣିବାକୁ ମିଳିବ । ବାସ୍ତବରେ ମନୀଷାଙ୍କ ଏହି ଦୁଃଖ ତାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ ଏକ ଭାବବିହ୍ୱଳ ମୁହୂର୍ତ୍ତର ସୁଯୋଗ ଆଣି ଦେଇଥିଲା । ମନୀଷାଙ୍କ ସବୁ ଦୁଃଖ ମିଳେଇ ଯାଇଥିଲା ସେ ଖୁସିରେ ଆଗାମୀ ମ୍ୟାଚ ଖେଳିବା ପାଇଁ ଦୃଢ ମନୋବଳ ରଖି ଆଗକୁ ବଢିବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମରେ ବିଭିନ୍ନ କ୍ରୀଡା ପ୍ରକଳ୍ପ ନିର୍ମାଣର ଅଗ୍ରଗତି ସମୀକ୍ଷା ପାଇଁ ଯାଇଥିବାବେଳେ, ସେଠାରେ ଚାଲିଥିବା ମହିଳା ଫୁଟବଲ ଲିଗ୍‌ ମ୍ୟାଚ ଦେଖିବା ପାଇଁ କିଛି ସମୟ ରହିଥିଲେ ଏବଂ ଖେଳାଳୀ ମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ।

ଆଘାତପ୍ରାପ୍ତ ଯୁବ ମହିଳା ଫୁଟବଲ ଖେଳାଳୀ ମନୀଷାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆଶ୍ବାସନା

ଯେତେବେଳେ ମୁଖ୍ୟମନ୍ତ୍ରୀ ଦୁଃଖରେ ଭାଙ୍ଗି ପଡିଥିବା ମନୀଷାକୁ ଦେଖିଥିଲେ , ସେ ତାଙ୍କ ପାଖକୁ ଯାଇ ତାଙ୍କୁ ଆଶ୍ୱାସନା ଦେବା ସହିତ ମନ ଦୁଃଖ ନ କରି ତାଙ୍କର ଚିକିତ୍ସା ଓ ପ୍ରସ୍ତୁତି ଜାରି ରଖି ଆଗାମୀ ମ୍ୟାଚ ଖେଳିବା ପାଇଁ ନିଜକୁ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସ୍ନେହ ଓ ଶ୍ରଦ୍ଧାରେ ମନୀଷା ଆତ୍ମହରା ହୋଇପଡିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣାରେ ସେ ଆଗକୁ ଦୃଢ ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି । ସୁନ୍ଦରଗଡ ସ୍ପୋର୍ଟସ ହଷ୍ଟେଲର ଏହି  ଛାତ୍ରୀ ବର୍ତ୍ତମାନ ଖେଲୋ ଇଣ୍ଡିଆ ଫୁଟବଲ କ୍ୟାମ୍ପରେ ରହି ନିଜର ଖେଳ ଅଭ୍ୟାସ ଜାରି ରଖିଛନ୍ତି ।

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...