ଦୁବାଇରେ ଦୁଇ ଦିନିଆ ଚଳଚ୍ଚିତ୍ର ମହୋତ୍ସବ

ଦୁବାଇରେ ଦୁଇ ଦିନିଆ ଚଳଚ୍ଚିତ୍ର ମହୋତ୍ସବ

Date:

ଭୁବନେଶ୍ବର:  ଓଡ଼ିଶା ସମାଜ ୟୁଏଇ ଓ ଆନ୍ତର୍ଜାତୀୟସ୍ତରରେ ଚଳଚ୍ଚିତ୍ର ପ୍ରଯୋଜକ ,ପ୍ରମୋଟର ଏବଂ କ୍ୟୁରେଟର ଜିତେନ୍ଦ୍ର ମିଶ୍ର ଏବଂ ତାଙ୍କ ସଂସ୍ଥା “ସିନେମା ଫର ଗୁଡ “ପକ୍ଷରୁ ଏକ ଚଳଚ୍ଚିତ୍ର ମହୋତ୍ସବ ‘ସିନେ ଓଡ଼ିଶା ‘ଅନୁଷ୍ଠିତ ହେବ। ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ସ୍ତରରେ ପୁରସ୍କୃତ ବଛା ବଛା ୧୧ଟି ଓଡିଆ ସିନେମା ଦେଖିବେ ଦୁବାଇ ରେ ରହୁଥିବା ଓଡିଆ ଓ ସ୍ଥାନୀୟ ଆଦିବାସୀ। ସେଥିପାଇଁ ୱାର୍ଲ୍ଡ ଏକ୍ସପୋ-2020 ଏକ ବିଶାଳ ମହୋତ୍ସବରେ ‘ସିନେ ଓଡ଼ିଶା -ଟାଇମଲେସ ସିନେମା ଅଫ ଓଡ଼ିଶା ‘ ଭଳି ସିନେ ଉତ୍ସବ ଆୟୋଜନ କରିଛି। ଯାହା ଆସନ୍ତା ଅକ୍ଟୋବର ୨୨ ଓ ୨୩ ତାରିଖ ଦୁଇଦିନ ଧରି ଚାଲିବ। ଏହି ଦୁଇ ଦିନିଆ ମହତ୍ସବରେ ବିଭିନ୍ନ ଆଲୋଚନାଚକ୍ରରେ ସିନେମା ଜଗତର ବହୁ ବ୍ୟକ୍ତିତ୍ବ ଯୋଗୋଦେବେ।

- Advertisement -

ପ୍ରଦର୍ଶିତ ସିନେମା ର ନିର୍ମାତା ଆଉ କିଛି କଳାକାର ମଧ୍ୟ ଯୋଗଦେବେ। ‘ସିନେ ଓଡ଼ିଶା ‘ ସମାର୍କରେ ଜିତେନ୍ଦ୍ର ମିଶ୍ର କହିଛନ୍ତି , ଓଡିଆ ଚଳଚ୍ଚିତ୍ର ମାଧ୍ୟମରେ ଓଡ଼ିଶାର କଳା ,ସଂସ୍କୃତି ,ଭାଷା ,ସାହିତ୍ୟ ପ୍ରଚାର କରିବା ଉତ୍ସବର ମୂଳ ଲକ୍ଷ। ଏଥିରେ ‘ମାୟା ମିରିଗ ‘,’ନୀରବ ଝଡ ‘,’ଲାବଣ୍ୟ ପ୍ରୀତି ‘, ‘ଇନ୍ଦ୍ରଧନୁର ଛାଇ ‘, ‘ଯାତ୍ରା ଜୀବନ ଜୀବନ ଯାତ୍ରା ‘, ‘କଥାନ୍ତର ‘, ‘ସମୟର ଛାଇରେ ‘,’ଦି ଲର୍ଡ଼ ଅଫ ଦି ୟୁନିଭର୍ସ ‘, ‘କଳିର ଅତୀତ ‘, ଓ ‘ଶଲା ବୁଢାର ବଦଲା ‘,ଆଦି ସିନେମା ପ୍ରଦର୍ଶିତ ହେବ।

ସିନେମା ସମ୍ପର୍କରେ ଚର୍ଚ୍ଚା ଲାଗି ବିଶିଷ୍ଟ ଅତିଥିମାନେ ଉପସ୍ଥିତ ରହିବେ । ଉତ୍ସବରେ ଓଡିଆ ସିନେମାର ୮୫ ବର୍ଷ ଯାତ୍ରା ଇତିହାସ ପାଳନ କରାଯିବ । ଗତ ଦୁଇ ବର୍ଷରେ ଓଡିଆ ସିନେ ଦୁନିଆରୁ ବିଦାୟ ନେଇଥିବା ଦିବଂଗତ ଆତ୍ମାଙ୍କ ସ୍ମୃତିଚାରଣ କରାଯିବ। ଓଡ଼ିଶା ବାହାରେ ଏତେ ବଡ ଆୟୋଜନ ନିଶ୍ଚିତ ଭାବେ ଏକ ନିଆରା ପଦକ୍ଷେପ। ଦୁବାଇ ୱାର୍ଲ୍ଡ ଏକ୍ସପୋର ଇଣ୍ଡିଆ ପାଭିଲିୟନର ଏକ ଦୁଇଦିନ ଧରି ସବୁ ସିନେମା ଅଡିଟୋରିୟମରେ ପ୍ରଦର୍ଶିତ ହେବ।

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...