ଦୁଇ ବରିଷ୍ଠ ବିଜେପି ନେତାଙ୍କୁ ନେଇ ଦଳ ଅଡ଼ୁଆରେ

ଦୁଇ ବରିଷ୍ଠ ବିଜେପି ନେତାଙ୍କୁ ନେଇ ଦଳ ଅଡ଼ୁଆରେ

Date:

ଇନସାଇଟ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମାଡରେ ଦୁଇ ସରକାରୀ କର୍ମଚାରୀ ଆହତ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଉପନିର୍ଦ୍ଦେଶକ ଓ ସହକାରୀ ନିର୍ଦେଶକଙ୍କୁ କେନ୍ଦ୍ରମନ୍ତ୍ରୀ ମାଡ଼ ମାରିଥିବା କୁହାଯାଇଥିଲା । ହେଲେ ପରେ କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ମାଡ ମାରିବା କଥା ମିଛ ଓ ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଥିଲେ । ଆଗ।ମୀ ପଞ୍ଚାୟତ ନିର୍ବାଚନ ଥିବାବେଳେ ନଜର ହଟାଇବାକୁ ଏମିତି ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ କରିଥିଲେ ।

- Advertisement -

କେନ୍ଦ୍ର ସରକାରଙ୍କ ଦାୟିତ୍ୱ ସମ୍ପନ୍ନ ମନ୍ତ୍ରୀ ଭାବେ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିବା ଏବଂ ତାଙ୍କ ହାତ ଭାଙ୍ଗି ଦେବା ଓଡ଼ିଶା ରାଜନୀତିରେ କେବେ ଦେଖା ଦେଇ ନ ଥିଲା। କେନ୍ଦ୍ରମନ୍ତ୍ରୀ ମୟୂରଭଞ୍ଜ ତଥା ଅନ୍ୟାନ୍ୟ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ପ୍ରତି ଏଭଳି ଅଶାଳୀନ ମନ୍ତବ୍ୟ ଦେଇ ପୂର୍ବରୁ ମଧ୍ୟ ବାରମ୍ବାର ନିନ୍ଦିତ ହୋଇଛନ୍ତି। ଏଭଳି ଘଟଣାକୁ ଶାନ୍ତ, ସରଳପ୍ରିୟ ମୟୂରରଭଞ୍ଜବାସୀ ତୀବ୍ର ନିନ୍ଦା ସହିତ ମନ୍ତ୍ରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଅନ୍ୟପଟେ ଏ ଘଟଣାକୁ ସାରା ଦେଶରେ ପ୍ରଥମ ବୋଲି କହିବା ସହ ବିଶ୍ୱେଶ୍ୱରଙ୍କ ବହିଷ୍କାର ଦାବି କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ।

କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ବିବାଦ ନ ଥମୁଣୁ ପୁଣି ବିବାଦରେ ଫସିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ନିଜ ଦଳର ଜଣେ ମହିଳା କର୍ମୀ ତଥା ତାଙ୍କ ପ୍ରତିନିଧିଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରି ଜୁଏଲ ପଡ଼ିଥିଲେ ଅଡୁଆରେ । ସଂପୃକ୍ତ ମହିଳା ଫୋନରେ ଜୁଏଲଙ୍କୁ ଏହି ଅପମାନର ପ୍ରତିବାଦ କରିବା ସହିତ ରାଉରକେଲା ସହରର ସେକ୍ଟର-3 ସ୍ଥିତ ଦଳୀୟ କାର୍ଯ୍ୟ।ଳୟକୁ ଯାଇ ଭଙ୍ଗାରୁଜା କରିଥିଲେ । ଅପରପକ୍ଷେ, ମହିଳା ଜଣଙ୍କୁ ଜୁଏଲ୍ ନିଶାସକ୍ତ ଅବସ୍ଥାରେ ଏଭଳି ଦୁର୍ବ୍ଯବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିବା ବେଳେ ଏହି କଥୋପକଥନର ଅଡିଓ ଭାଇରାଲ ହୋଇଥିଲା । ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ସମୟରେ ଏହି ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଆଚରଣକୁ ନେଇ ବିଜେପି ସାଂଘାତିକ ଅଡୁଆରେ ପଡି ଯାଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଦୁଇ ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମାଡ଼ ମାରିବା ଘଟଣାର ତଦନ୍ତକୁ ପୋଲିସ ତ୍ୱରାନ୍ୱିତ କରିଛି । ସୋମବାର ଦିନ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁଙ୍କ ବାରିପଦା ସହର ତକତପୁରସ୍ଥିତ କାର୍ଯ୍ୟାଳୟରେ ଛାନ୍‌ଭିନ୍‌ କରିଛନ୍ତି ପୁଲିସ ଓ ସାଇଣ୍ଟିଫିକ୍ ଟିମ୍। ସୂଚନା ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ୨ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିଥିବା ନେଇ ବାରିପଦା ଟାଉନ ଥାନାରେ ମାମଲା ରୁଜୁ ହେବା ସହ ମନ୍ତ୍ରୀଙ୍କ ବିରୋଧରେ ୫୦/୨୨ରେ ମାମଲା ରୁଜୁ ହେବା ସହ ୩୨୩, ୩୨୫, ୩୪୧, ୨୯୪ ଓ ୫୦୬ ଦଫା ଲଗାଇଛି ପୋଲିସ । ଦୁଇ କେନ୍ଦ୍ରମନ୍ତ୍ରୀ ନିଜ ଉପରେ ହୋଇଥିବା ଅଭିଯୋଗ କୁ ଖଣ୍ଡନ କରୁଥିବାବେଳେ ଏବେ ସମସ୍ତଙ୍କର ଗୋଟିଏ କଥା କେନ୍ଦ୍ର ମନ୍ତ୍ରୀ ଓଡ଼ିଶାରେ ଗୁଣ୍ଡାଗିରି କରି କଣ ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି?

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...