ଆଜି ଶ୍ରୀପଞ୍ଚମୀ : ମାଁ ସରସ୍ଵତୀଙ୍କ ଜନ୍ମ ଦିନ

ଆଜି ଶ୍ରୀପଞ୍ଚମୀ : ମାଁ ସରସ୍ଵତୀଙ୍କ ଜନ୍ମ ଦିନ

Date:

ଇନସାଇଟ ବ୍ୟୁରୋ: ଆଜି ଶ୍ରୀପଞ୍ଚମୀ । ପୁରାଣ ଅନୁଯାୟୀ ଭଗବାନ ବିଷ୍ଣୁଙ୍କ ଆଜ୍ଞା ଅନୁସାରେ ଯେତେବେଳେ ବ୍ରହ୍ମା ସୃଷ୍ଟିର ରଚନା କରିଥିଲେ ସେହି ସମୟରେ ପୃଥିବୀ ସମ୍ପୁର୍ଣ୍ଣ ରୁପେ ନିର୍ଜନ ଥିଲା । ଚାରିଆଡେ ଉଦାସୀନତାର ବାତାବରଣ । ଏହି ଉଦାସୀନତାକୁ ଦୂର କରିବା ପାଇଁ ବ୍ରହ୍ମା ନିଜ କମଣ୍ଡଳରୁ ପାଣି ଛିଞ୍ଚିବା ଆରମ୍ଭ କରିଦେଇଥିଲେ । ଏହି ଜଳ କଣିକାରୁ ଚର୍ତୁଭୁଜା ଏକ ଶକ୍ତି ପ୍ରକଟ ହେଲେ । ଏହି ଶକ୍ତିଙ୍କ ହସ୍ତରେ ବୀଣା , ପୁସ୍ତକ ତଥା ମାଳା ଥିଲା । ଭଗବାନ ବ୍ରହ୍ମା ପୃଥିବୀପୃଷ୍ଠରୁ ଉଦାସୀନତାକୁ ଦୂର କରିବା ପାଇଁ ଏହି ଶକ୍ତିଙ୍କୁ ବୀଣାବାଦନ କରିବା ପାଇଁ କହିଲେ । ଏହି ଶକ୍ତିଙ୍କ ବୀଣାରୁ ଯେଭଳି ଭାବରେ ଏକ ବାଣୀ ବଜାଗଲା ପୃଥିବୀ ପୃଷ୍ଠର ସବୁ ଜୀବଜନ୍ତୁ ଉଲ୍ଲାସିତ ହେବାକୁ ଲାଗିଲେ । ସେହିଦିନଟି ଥିଲା ବସନ୍ତ ପଞ୍ଚମୀର ଦିନ ।

- Advertisement -

ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ ବସନ୍ତ ପଞ୍ଚମୀ ବୋଲି ମଧ୍ୟ କୁହାଯାଏ । ମା’ ବିଦ୍ୟାଦାୟିନୀ ହୋଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଅତି ଭକ୍ତିର ସହ ପୂଜା ପାଳନ କରିଥାନ୍ତି । ମା’ ସରସ୍ବତୀଙ୍କୁ ବାଗଦେବୀ, ଭଗବତୀ, ଶାରଦା, ବୀଣାବାଦିନୀ ରୂପରେ ପୂଜା କରାଯାଏ । ବସନ୍ତ ଋତୁର ଆଗମନରେ ଧରା ପଲ୍ଲବିତ ହୁଏ  ଆଉ ସ୍ୱେତ ମେଘଖଣ୍ଡ ଆକାଶରେ ଶୋଭାପାଏ । ପୁରାଣରୁ ମା’ ବାଗଦେବୀଙ୍କ ଭିନ୍ନ ଭିନ୍ନ ମତ ଶୁଣିବାକୁ ମିଳିଥାଏ । ପୁରାଣରେ ବ୍ରହ୍ମାଙ୍କ ମାନସପୁତ୍ରଙ୍କ ବିବରଣୀ ରହିଛି କିନ୍ତୁ ମାତା ସରସ୍ୱତୀଙ୍କୁ କେଉଁଠାରେ ବି ତାଙ୍କ ପୁତ୍ରୀ ବୋଲି କୁହାଯାଇନାହିଁ । ହିନ୍ଦୁଧର୍ମର ଦୁଇ ଗ୍ରନ୍ଥ ‘ସରସ୍ୱତୀ ପୁରାଣ’ ଏବଂ ‘ମତ୍ସ୍ୟ ପୁରାଣ’ ରେ ସୃଷ୍ଟି ରଚୟିତା ବ୍ରହ୍ମାଙ୍କ ସହ ସରସ୍ୱତୀଙ୍କ ବିବାହ ହୋଇଥିବା କଥା ଉଲ୍ଲେଖ କରାଯାଇଛି । ଯାହାର ଫଳସ୍ୱରୁପ ଏହି ପୃଥିବୀରେ ପ୍ରଥମ ମାନବ ‘ମନୁ’ ଙ୍କ ଜନ୍ମ ହୋଇଥିଲା । କିଛି ବିଦ୍ୱାନ ମନୁଙ୍କ ପତ୍ନୀ ସତରୂପାଙ୍କୁ ହିଁ ମାତା ସରସ୍ୱତୀ ମାନୁଛନ୍ତି । ବାଗିସ୍ୱରୀ, ଭଗବତୀ, ଶାରଦା, ବୀଣାବାଦନୀ, ବାଗଦେବୀ, ବୀଣାପାଣି ଆଦି ଅନେକ ନାଁରେ ମା’ ପୂଜା ପାଆନ୍ତି । ସଂଗୀତର ଉତ୍ପତ୍ତି କରିଥିବା କାରଣରୁ ମାଙ୍କୁ ସଂଗୀତର ଦେବୀ ମଧ୍ୟ କୁହାଯାଏ । ବସନ୍ତ ପଞ୍ଚମୀ ଦିବସଟିକୁ ମା’ଙ୍କ ଜନ୍ମଦିନ ରୁପେ ପାଳନ କରାଯାଏ ।

saraswati pujaଏହା ସହିତ ଆରମ୍ଭ ହୁଏ ବିଶ୍ୱପ୍ରସିଦ୍ଧ ରଥ ଯାତ୍ରାର ପ୍ରଥମ ପର୍ବ । ଶ୍ରୀପଞ୍ଚମୀ ଅବସରରେ ରଥକାଠ ପୂଜା ନୀତି କରାଯାଏ । ଏଥିସହିତ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥ ଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ ଆରମ୍ଭ ହୋଇଯାଏ । ଅନ୍ୟପଟେ କରୋନା କଟକଣା ମଧ୍ୟରେ ଶିକ୍ଷାନୁଷ୍ଠାନଗୁଡିକରେ ସରସ୍ୱତୀ ପୂଜା ପାଳନ ପାଇଁ ଅନୁମତି ମିଳିଥିଲା । ସୀମିତ ଛାତ୍ରଙ୍କୁ ନେଇ ପୂଜା ପାଳନ ଏବଂ କୋଭିଡ ନିୟମ ପାଳନ କରି ଏମାନେ ପୂଜାରେ ସାମିଲ ହେବେ । ତେବେ ସ୍କୁଲ ଓ ଶିକ୍ଷାନୁଷ୍ଠାନକୁ ବାଦଦେଲେ ସର୍ବସାଧାରଣ ସ୍ଥାନରେ ସରସ୍ୱତୀ ପୂଜା ପାଳନ ହୋଇପାରିବ ନାହିଁବୋଲି ପରାମର୍ଶ ରହିଥିଲା  । କୋଭିଡ କଟକଣା ମାନି ଘରେ ପୂଜା କରିବାକୁ ଗାଇଡଲାଇନରେ କୁହାଯାଇଥିଲା । ପୂଜା ଓ ଅନ୍ୟ ଉତ୍ସବରେ ଭୋଜିଭାତର ଆୟୋଜନକୁ ବାରଣ କରାଯାଇଛି । ସେହିଭଳି ସରସ୍ୱତୀ ପୂଜାରେ କୌଣସି ସଙ୍ଗୀତଭିତିକ କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇପାରିବନାହିଁ ।

 

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.