ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ନେଇ ନିର୍ଦ୍ଦେଶନାମା ଜାରି

ଏହା ସହିତ ସମସ୍ତ ଶିକ୍ଷାନୁଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖା ଯାଇଥିବା ଦେଖିବାକୁ ମିଳିବ  ।

Insight Bureau:  ସମସ୍ତ ସରକାରୀ ବେସରକାରୀ ଓ ଅର୍ଦ୍ଧସରକାରୀ କାର୍ଯ୍ୟାଳୟରେ ନାମଫଳକ ଓଡ଼ିଆ ଭାଷାରେ ଲେଖିବା ପାଇଁ ସରକାରୀ ସ୍ତରରେ ନିର୍ଦେଶନାମା ଜାରି କରାଯାଇଛି ।

ଏହା ସହିତ ସମସ୍ତ ଶିକ୍ଷାନୁଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖା ଯାଇଥିବା ଦେଖିବାକୁ ମିଳିବ  । ଏଥିନେଇ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ , ବିଦ୍ୟାଳୟ, ମହାବିଦ୍ୟାଳୟ , ବିଶ୍ୱବିଦ୍ୟାଳୟର ନାମଫଳକ ଓଡ଼ିଆ ଭାଷାରେ ଲେଖିବା ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

Support Independent Journalism? Keep us live.

ଏନେଇ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ବିଦ୍ୟାଳୟ ଓ ଗଣିଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଓ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।

ଚିଠିରେ କୁହାଯାଇଛି, ଦେଶର ପ୍ରତ୍ୟେକ ରାଜ୍ୟରେ ଇଂରାଜୀ ଭାଷା ସହିତ ପ୍ରାଦେଶିକ ଭାଷାକୁ ଗୁରୁତ୍ୱ ଦେଇ ସମସ୍ତ ଶିକ୍ଷାନୁଷ୍ଠାନରେ ନାମଫଳକ ଇଂରାଜୀ ସହ ସ୍ଥାନୀୟ ଭାଷାରେ ଲେଖୁଛନ୍ତି । ସେହିପରି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ନାମଫଳକ ଇତ୍ୟାଦି ଓଡ଼ିଆ ଭାଷାରେ ଲେଖାଗଲେ ଓଡ଼ିଆ ଭାଷାର ଗୌରବ ଓ ସମ୍ମାନ ଅକ୍ଷୁର୍ଣ୍ଣ ରହିବ । ବର୍ତ୍ତମାନ ପରିଲକ୍ଷିତ ହେଉଛି ଯେ ବିଭିନ୍ନ କାର୍ଯ୍ୟାଳୟ ଏବଂ ଅଧିକାରୀମାନେ ନାମଫଳକ ଓଡ଼ିଆରେ ଲେଖିଥିଲେ ମଧ୍ୟ କେତେକାଂଶରେ ତ୍ରୁଟି ରହୁଛି ଯାହା ଓଡ଼ିଆ ଭାଷାର ମହତ୍ତ୍ୱକୁ କ୍ଷୁର୍ଣ୍ଣ କରୁଛି । ଏହାକୁ ଗୁରୁତ୍ୱ ଦେଇ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ସହିତ ଅଧିକାରୀମାନଙ୍କ ନାମଫଳକ ଓଡ଼ିଆ ଭାଷାରେ ନିର୍ଭୁଲ ଭାବରେ ଲେଖିବାକୁ ନିର୍ଦ୍ଦେଶ ରହିଛି  ।

all-govt-private-institutes-advised-to-write-name-plate-in-odia-language

 

Comments are closed.