ପ୍ରସିଦ୍ଧ ଦିଲ୍ଲୀ ହାଟରେ ‘ଆଦି ମହୋତ୍ସବ’

ମହୋତ୍ସବରେ ପ୍ରଦର୍ଶିତ ହେଉଥିବା ଜନଜାତି ଉତ୍ପାଦଗୁଡ଼ିକ ମଧ୍ୟରେ ରହିଛି ଓଡ଼ିଶା, ଛତିଶଗଡ଼, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ଭଣ୍ଡାରା, ମାହେଶ୍ୱରୀ ବାଗ୍, ସମ୍ବଲପୁରୀ, ଟସର, ସୂତା କନ୍ଥା, ସିଲ୍କ ଏବଂ ସୂତା ପୋଷାକ, ଓଡ଼ିଶା, ହିମାଚଳ, ଉତ୍ତର-ପୂର୍ବ, ତେଲେଙ୍ଗାନା ଏବଂ ମଧ୍ୟପ୍ରଦେଶର ଜନଜାତି ଅଳଙ୍କାର ଆଦି ।

ଇନ୍‌ସାଇଟ୍‌ ବ୍ୟୁରୋ: ଜନଜାତି ସମ୍ଭାରର ବିଶାଳ ପସରା। ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଣ୍ଟି ଦେଶୀୟ ସାମଗ୍ରୀକୁ ନେଇ ଦିଲ୍ଲୀ ହାଟରେ  ‘ଆଦି ମହୋତ୍ସବ’।  ଆଦିବାସୀ ମନ୍ତ୍ରାଳୟ ଅଧୀନସ୍ଥ ଟ୍ରାଇବାଲ୍‌ କୋପରେଟିଭ୍‌ ମାର୍କେଟିଙ୍ଗ୍‌ ଡେଭଲପ୍‌ମେଣ୍ଟ୍‌ ଫେଡେରେସନ୍‌ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ପ୍ରଥମଥର ପାଇଁ ଏଭଳି ମେଳା ଆୟୋଜନ କରାଯାଇଥିଲା । ଏହା ଶୁଭାରମ୍ଭ ହେବା ପରେ ପ୍ରତ୍ୟେକ ବର୍ଷ ଆୟୋଜହେଉଅଛି । ଓଡ଼ିଶାର ମଧ୍ୟ  ବିଭିନ୍ନ ଆଦିବାସୀ ଅଞ୍ଚଳରୁ କାରିଗରମାନେ ନିଜର ସାମଗ୍ରୀ ଓ କଳାବସ୍ତୁ ବିକ୍ରି କରୁଛନ୍ତି। ମେଳାରୁ କିଣାକିଣି ଓ ବୁଲାବୁଲି ସାରିବା ପରେ ଲୋକେ ଏହି ପରିସରରୁ ଖାଣ୍ଟି ଓଡ଼ିଆ ଓ ଜନଜାତି ଖାଦ୍ୟର ସ୍ୱାଦ ମଧ୍ୟ  ନେଇପାରିବ ।

ଚାଷୀ ଓ କାରିଗର ବେଳେବେଳେ ନିଜ ଦ୍ବାରା ପ୍ରସ୍ତୁତ ଓ କୃଷି ଦ୍ରବ୍ୟର ଉଚିତ୍‌ ମୂଲ୍ୟ ପାଆନ୍ତି ନାହିଁ।  ସେମାନଙ୍କ କାରିଗରୀକୁ ସମଗ୍ର ଦେଶରେ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଉତ୍ସାହିତ କରିବା ନେଇ ଆରମ୍ଭ ‌ହୋଇଥିବା ଏହି ମହୋତ୍ସବ ପ୍ରତିବର୍ଷ ସମୟରେ ଅନୁଷ୍ଠିତ ହୁଏ ।

ମହୋତ୍ସବରେ ପ୍ରଦର୍ଶିତ ହେଉଥିବା ଜନଜାତି ଉତ୍ପାଦଗୁଡ଼ିକ ମଧ୍ୟରେ ରହିଛି ଓଡ଼ିଶା, ଛତିଶଗଡ଼, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ଭଣ୍ଡାରା, ମାହେଶ୍ୱରୀ ବାଗ୍, ସମ୍ବଲପୁରୀ, ଟସର, ସୂତା କନ୍ଥା, ସିଲ୍କ ଏବଂ ସୂତା ପୋଷାକ, ଓଡ଼ିଶା, ହିମାଚଳ, ଉତ୍ତର-ପୂର୍ବ, ତେଲେଙ୍ଗାନା ଏବଂ ମଧ୍ୟପ୍ରଦେଶର ଜନଜାତି ଅଳଙ୍କାର ଆଦି ।

Support Independent Journalism? Keep us live.

ପ୍ରାୟ ୨୦୦ ଷ୍ଟଲ୍ ରେ ପାରମ୍ପରିକ ବୟନକଳା, ଅଳଙ୍କାର ,ପେଣ୍ଟିଂ, କଣ୍ଢେଇ ଭଳି ସାମଗ୍ରୀ ଯାହା ବିଦେଶୀ ପ୍ରତିନିଧିଙ୍କୁ ଆକର୍ଷିତ କରିଛି । ଏହାସହ ଆଦିବାସୀ କାରିଗର ମାନେ ମାଟିପାତ୍ର, ଲାଖ ଚୁଡି ଇତ୍ୟାଦି ପ୍ରସ୍ତୁତ କରି ଦେଖାଇ ଥିଲେ । ଆଦିବାସୀ ଓ ଜଙ୍ଗଲରେ ବସବାସ କରୁଥିବା ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣି ସେମାନଙ୍କ କଳାକୃତି କୁ ବଜାରରେ ଉଚିତ ମୂଲ୍ୟ ରେ ବିକ୍ରିକରାଇବା ଏହାର ଲକ୍ଷ୍ୟ କିମ୍ବା ଉଦ୍ୟମରତ ।

ଟ୍ରାଇଫେଡ ବାର୍ଷିକ ଏଭଳି ୫୦୦ ଟି କାର୍ଯ୍ୟକ୍ରମ ଆୟୋଜନ କରିଥାଏ । ଏହି କାର୍ଯ୍ୟକ୍ରମରେ  ବିଦେଶୀ ପ୍ରତିନିଧି ମାନଙ୍କ ପାଇଁ ଭୋଜନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଯେଉଁଥିରେ ରାଜସ୍ଥାନ , ଓଡ଼ିଶା , ଜମ୍ମୁ କାଶ୍ମୀର ରାଜ୍ୟ ମାନଙ୍କର ସୁସ୍ୱାଦୁ ଖାଇବା ର ମଜା ନେଇଥିଲେ ।

ଜି .ଆଇ ଟ୍ୟ। ଗ ର ମହତ୍ତ୍ଵ ବଢିବାରେ ଲାଗିଛି । ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧୀନ ଟ୍ରାଇଫେଡ୍ ଆଦିବାସୀଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀକୁ ଜି.ଆଇ ଟ୍ୟାଗ ପ୍ରଦାନରେ ସହାୟତା ହେଉଛି । ଏହା ଯୋଗୁଁ ଆଦିବାସୀ ମାନେ ସଶକ୍ତିକରଣ ହୋଇ ପାରୁଛନ୍ତି । ଶିଳ୍ପାୟନ ଯୋଗୁଁ ପ୍ରାଚୀନ ପରମ୍ପରା ପଦ୍ଧତି ପ୍ରତି ବିପଦ ଦେଖା ଦେଇଥିବା ବେଳେ ଏଭଳି ଉଦ୍ୟମ ସେମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି ।

Comments are closed.