ପ୍ରସିଦ୍ଧ ଦିଲ୍ଲୀ ହାଟରେ ‘ଆଦି ମହୋତ୍ସବ’

ପ୍ରସିଦ୍ଧ ଦିଲ୍ଲୀ ହାଟରେ ‘ଆଦି ମହୋତ୍ସବ’

Date:

ଇନ୍‌ସାଇଟ୍‌ ବ୍ୟୁରୋ: ଜନଜାତି ସମ୍ଭାରର ବିଶାଳ ପସରା। ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଣ୍ଟି ଦେଶୀୟ ସାମଗ୍ରୀକୁ ନେଇ ଦିଲ୍ଲୀ ହାଟରେ  ‘ଆଦି ମହୋତ୍ସବ’।  ଆଦିବାସୀ ମନ୍ତ୍ରାଳୟ ଅଧୀନସ୍ଥ ଟ୍ରାଇବାଲ୍‌ କୋପରେଟିଭ୍‌ ମାର୍କେଟିଙ୍ଗ୍‌ ଡେଭଲପ୍‌ମେଣ୍ଟ୍‌ ଫେଡେରେସନ୍‌ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ପ୍ରଥମଥର ପାଇଁ ଏଭଳି ମେଳା ଆୟୋଜନ କରାଯାଇଥିଲା । ଏହା ଶୁଭାରମ୍ଭ ହେବା ପରେ ପ୍ରତ୍ୟେକ ବର୍ଷ ଆୟୋଜହେଉଅଛି । ଓଡ଼ିଶାର ମଧ୍ୟ  ବିଭିନ୍ନ ଆଦିବାସୀ ଅଞ୍ଚଳରୁ କାରିଗରମାନେ ନିଜର ସାମଗ୍ରୀ ଓ କଳାବସ୍ତୁ ବିକ୍ରି କରୁଛନ୍ତି। ମେଳାରୁ କିଣାକିଣି ଓ ବୁଲାବୁଲି ସାରିବା ପରେ ଲୋକେ ଏହି ପରିସରରୁ ଖାଣ୍ଟି ଓଡ଼ିଆ ଓ ଜନଜାତି ଖାଦ୍ୟର ସ୍ୱାଦ ମଧ୍ୟ  ନେଇପାରିବ ।

- Advertisement -

ଚାଷୀ ଓ କାରିଗର ବେଳେବେଳେ ନିଜ ଦ୍ବାରା ପ୍ରସ୍ତୁତ ଓ କୃଷି ଦ୍ରବ୍ୟର ଉଚିତ୍‌ ମୂଲ୍ୟ ପାଆନ୍ତି ନାହିଁ।  ସେମାନଙ୍କ କାରିଗରୀକୁ ସମଗ୍ର ଦେଶରେ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଉତ୍ସାହିତ କରିବା ନେଇ ଆରମ୍ଭ ‌ହୋଇଥିବା ଏହି ମହୋତ୍ସବ ପ୍ରତିବର୍ଷ ସମୟରେ ଅନୁଷ୍ଠିତ ହୁଏ ।

ମହୋତ୍ସବରେ ପ୍ରଦର୍ଶିତ ହେଉଥିବା ଜନଜାତି ଉତ୍ପାଦଗୁଡ଼ିକ ମଧ୍ୟରେ ରହିଛି ଓଡ଼ିଶା, ଛତିଶଗଡ଼, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ଭଣ୍ଡାରା, ମାହେଶ୍ୱରୀ ବାଗ୍, ସମ୍ବଲପୁରୀ, ଟସର, ସୂତା କନ୍ଥା, ସିଲ୍କ ଏବଂ ସୂତା ପୋଷାକ, ଓଡ଼ିଶା, ହିମାଚଳ, ଉତ୍ତର-ପୂର୍ବ, ତେଲେଙ୍ଗାନା ଏବଂ ମଧ୍ୟପ୍ରଦେଶର ଜନଜାତି ଅଳଙ୍କାର ଆଦି ।

ପ୍ରାୟ ୨୦୦ ଷ୍ଟଲ୍ ରେ ପାରମ୍ପରିକ ବୟନକଳା, ଅଳଙ୍କାର ,ପେଣ୍ଟିଂ, କଣ୍ଢେଇ ଭଳି ସାମଗ୍ରୀ ଯାହା ବିଦେଶୀ ପ୍ରତିନିଧିଙ୍କୁ ଆକର୍ଷିତ କରିଛି । ଏହାସହ ଆଦିବାସୀ କାରିଗର ମାନେ ମାଟିପାତ୍ର, ଲାଖ ଚୁଡି ଇତ୍ୟାଦି ପ୍ରସ୍ତୁତ କରି ଦେଖାଇ ଥିଲେ । ଆଦିବାସୀ ଓ ଜଙ୍ଗଲରେ ବସବାସ କରୁଥିବା ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣି ସେମାନଙ୍କ କଳାକୃତି କୁ ବଜାରରେ ଉଚିତ ମୂଲ୍ୟ ରେ ବିକ୍ରିକରାଇବା ଏହାର ଲକ୍ଷ୍ୟ କିମ୍ବା ଉଦ୍ୟମରତ ।

ଟ୍ରାଇଫେଡ ବାର୍ଷିକ ଏଭଳି ୫୦୦ ଟି କାର୍ଯ୍ୟକ୍ରମ ଆୟୋଜନ କରିଥାଏ । ଏହି କାର୍ଯ୍ୟକ୍ରମରେ  ବିଦେଶୀ ପ୍ରତିନିଧି ମାନଙ୍କ ପାଇଁ ଭୋଜନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଯେଉଁଥିରେ ରାଜସ୍ଥାନ , ଓଡ଼ିଶା , ଜମ୍ମୁ କାଶ୍ମୀର ରାଜ୍ୟ ମାନଙ୍କର ସୁସ୍ୱାଦୁ ଖାଇବା ର ମଜା ନେଇଥିଲେ ।

ଜି .ଆଇ ଟ୍ୟ। ଗ ର ମହତ୍ତ୍ଵ ବଢିବାରେ ଲାଗିଛି । ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧୀନ ଟ୍ରାଇଫେଡ୍ ଆଦିବାସୀଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀକୁ ଜି.ଆଇ ଟ୍ୟାଗ ପ୍ରଦାନରେ ସହାୟତା ହେଉଛି । ଏହା ଯୋଗୁଁ ଆଦିବାସୀ ମାନେ ସଶକ୍ତିକରଣ ହୋଇ ପାରୁଛନ୍ତି । ଶିଳ୍ପାୟନ ଯୋଗୁଁ ପ୍ରାଚୀନ ପରମ୍ପରା ପଦ୍ଧତି ପ୍ରତି ବିପଦ ଦେଖା ଦେଇଥିବା ବେଳେ ଏଭଳି ଉଦ୍ୟମ ସେମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି ।

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...