ଆଗାମୀ ୩ଦିନ ପର୍ଯ୍ୟନ୍ତ ବର୍ଷିବ ନିଆଁ, ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଆଗାମୀ ୩ଦିନ ପର୍ଯ୍ୟନ୍ତ ବର୍ଷିବ ନିଆଁ, ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

Date:

Insight Bureau: ସାରା ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଲାଗୁଛି ସତେ ଯେପରି ଆକାଶରୁ ନିଆଁ ବର୍ଷୁଛି । କେଉଁଠି ଅସହ୍ୟ ଗୁଳୁଗୁଳି ହେଉଛି ତ ଆଉ କେଉଁଠି ଗରମ ପବନରେ ସନ୍ତୁଳି ହେଉଛନ୍ତି ଲୋକେ । କିଛିଦିନ ହେଲା ପ୍ରବଳ ଖରା ଓ ସୂର୍ଯ୍ୟ ତାପରେ ଜଳୁଛି ସାରା ଓଡିଶା । ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାରେ ଦିନ ୧୧ଟାରୁ ୩ଟା ଭିତରେ ଆକାଶରୁ ନିଆଁ ବର୍ଷୁଛି ।

ବାହାରକୁ ବାହାରିଲେ ଖରା ତାତିରେ ଦେହ, ମୁହଁ ଶିଝି ଯାଉଛି ପରି ଅନୁଭବ ହେଉଛି । ପଶ୍ଚିମ ଓଡିଶାରେ ଯେମିତି ଆକାଶରୁ ବର୍ଷୁଛି ନିଆଁ ଗୁଳା । ଆଜି ଦିନ ୧୧.୩୦ ସୁଦ୍ଧା ଭୁବନେଶ୍ବର ୩୮.୬, ବାଲେଶ୍ବର ୩୭.୨, ଝାରସୁଗୁଡ଼ା ୪୦, ସମ୍ବଲପୁର ୪୦, କେନ୍ଦୁଝର ୩୯, ପୁରୀ ୩୨ ଡିଗ୍ରୀ ଛୁଇଁଥିବା ବେଳେ ଗତକାଲି ବୌଦ୍ଧ ଜିଲ୍ଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା।

ସାରା ରାଜ୍ୟରେ ଏହି ଗ୍ରୀଷ୍ମ ବର୍ଷା ଆହୁରି ୩ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ଆଜିଠାରୁ ୨୯ ତାରିଖ ପର୍ଯ୍ୟନ୍ତ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୧୧ଟି ଜିଲ୍ଲା ମଧ୍ୟରେ ରହିଛନ୍ତି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ଅନୁଗୁଳ, ଦେଓଗଡ, ମୟୂରଭଞ୍ଜ, ବରଗଡ, ଝାରସୁଗୁଡ଼ା ଓ ବଲାଙ୍ଗୀର । ଆସନ୍ତା ୩୦ ତାରିଖ ଯାଏଁ ଏସବୁ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ସେହିପରି ଗତକାଲି ସବୁଠୁ ଉତ୍ତପ୍ତ ସହର ହୋଇଥିଲା ବୌଦ୍ଧ ଜିଲ୍ଲା  । ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୪ ଦଶମିକ ୫ ଡିଗ୍ରୀ ରେକର୍ଡ କରାଯାଇଥିଲା ।ଝାରସୁଗୁଡାରେ ୪୩ ଦଶମିକ ୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ୯ଟି ସ୍ଥାନର ତାପମାତ୍ରା ୪୩ ଡିଗ୍ରୀ ପାର କରିଥିଲା ଗତକାଲି  । ୪୨ ଡିଗ୍ରୀ ଉପରେ ୧୪ ସହର ରହିଥିବା ବେଳେ ୪୦ ଡିଗ୍ରୀ ଉପରେ ୨୨ଟି ସହରର ତାପମାତ୍ରା ରେକର୍ଡ କରାଯାଇଥିଲା । ଏପଟେ ପ୍ରବଳ ଖରା ଗରମକୁ ଦୃଷ୍ଟିରେ ରଖି ସରକାର ଆଗୁଆ ୫ ଦିନ ସ୍କୁଲ ଛୁଟି ନେଇ ଘୋଷଣା କରିଛନ୍ତି । ଏପ୍ରିଲ ୩୦ ତାରିଖ ଯାଏଁ ସ୍କୁଲ ଛୁଟି କରିବାକୁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ।

Share post:

Popular

More like this
Related

Ganjam Ranked India’s 2nd Best District Panchayat, Bags 3 National Awards

TNI Bureau: Ganjam district has once again made Odisha proud...

TNI Evening News Headlines – June 03, 2026

📌Union Cabinet has approved the 163-km coastal highway from...

All Cops Transferred in Kabisuryanagar Custodial Death Row

TNI Bureau: In a major administrative action following the alleged...

India Today Report: Heatwave kills 8056 People in UP in 5 Days

TNI Bureau: An India Today report has estimated that...